ଓଡ଼ିଆରେ ନାମ ଫଳକ ନଲେଖିଲେ ତଣ୍ଡ ଗଣିବେ ଦୋକାନୀ, ସରକାରୀ କର୍ମଚାରୀଙ୍କୁ ବି ମିଳିବ ଦଣ୍ଡ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଏଣିକି ଓଡ଼ିଆ ଭାଷା ବ୍ୟବହାରରେ ଖିଲାଫ କଲେ ସରକାରୀ କର୍ମଚାରୀଙ୍କୁ ମିଳିବ ଦଣ୍ଡ। ଆଜି ବିଧାନସଭାରେ ପାରିତ ହୋଇଥିବା ଓଡ଼ିଶା ସରକାରୀ ଭାଷା ସଂଶୋଧନ ବିଲ୍-୨୦୧୮ରେ ରହିଛି ଏହି ବ୍ୟବସ୍ଥା। ସେହିପରି ସରକାରୀ କାମରେ ଓଡ଼ିଆ ଭାଷାର ବ୍ୟାପକ ବ୍ୟବହାର କଲେ କର୍ମଚାରୀଙ୍କୁ ପ୍ରୋତ୍ସାହନ ମିଳିବ। ଦୋକାନରେ ଓଡ଼ିଆରେ ନ ଲେଖିଲେ ମିଳିବ ଦଣ୍ଡ। ପ୍ରଥମ ଖିଲାପକାରୀଙ୍କୁ ହଜାରେ ଓ ସର୍ବାଧିକ ୫ ହଜାର ଟଙ୍କା ଜୋରିମାନା ଦେବାକୁ ପଡିବ। ପୁନର୍ବାର ଖିଲାପ କଲେ ୨ ହଜାର ଓ ସର୍ବାଧିକ ୨୫ ହଜାର ଟଙ୍କା ଜୋରିମାନା ଆଦାୟ ହେବ। ଆଜି ବିଧାନସଭାରେ ଶେଷ ଦିନରେ ଏହି ବିଲ୍ ପାସ୍‌ ହୋଇଛି।