‘ହାତୀଙ୍କ କରିଡ଼ରରୁ ବେଆଇନ୍‌ କାର୍ଯ୍ୟ ବନ୍ଦ କରାଯାଉ’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟର ହାତୀ କରିଡରରେ ଚାଲିଛି ବେଆଇନ୍‌ କାର୍ଯ୍ୟ। ଏହାକୁ ନେଇ ନ୍ୟାସନାଲ୍ ଗ୍ରୀନ୍ ଟ୍ରିବ୍ୟୁନାଲ୍‌(ଏନ୍‌ଜିଟି) ଉଦ୍‌ବେଗ ପ୍ରକାଶ କରିଛନ୍ତି। ହାତୀଙ୍କ ସୁରକ୍ଷା ପାଇଁ ଏସବୁ କାର୍ଯ୍ୟ ତୁରନ୍ତ ବନ୍ଦ କରିବାକୁ ଏନ୍‌ଜିଟି ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟରେ ୧୪ଟି ହାତୀ କରିଡର ରହିଛି। ଏଥିରେ ବେଆଇନ୍ ନିର୍ମାଣ ଓ ଅବାଧ ଖଣି ଖନନ ଇତ୍ୟାଦି ଚାଲିଛି। ଯେଉଁଥିପାଇଁ ହାତୀ କରିଡର ସଙ୍କୁଚି ହୋଇଯାଉଛି। ହାତୀଙ୍କ ଚଳପ୍ରଚଳ ରାସ୍ତା, ସୁରକ୍ଷା ଓ କରିଡର୍ ପାଇଁ କ’ଣ […]

elephant

elephant

Rakesh Mallick
  • Published: Saturday, 30 September 2017
  • Updated: 30 September 2017, 04:44 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟର ହାତୀ କରିଡରରେ ଚାଲିଛି ବେଆଇନ୍‌ କାର୍ଯ୍ୟ। ଏହାକୁ ନେଇ ନ୍ୟାସନାଲ୍ ଗ୍ରୀନ୍ ଟ୍ରିବ୍ୟୁନାଲ୍‌(ଏନ୍‌ଜିଟି) ଉଦ୍‌ବେଗ ପ୍ରକାଶ କରିଛନ୍ତି। ହାତୀଙ୍କ ସୁରକ୍ଷା ପାଇଁ ଏସବୁ କାର୍ଯ୍ୟ ତୁରନ୍ତ ବନ୍ଦ କରିବାକୁ ଏନ୍‌ଜିଟି ନିର୍ଦ୍ଦେଶ ଦେଇଛନ୍ତି।

ରାଜ୍ୟରେ ୧୪ଟି ହାତୀ କରିଡର ରହିଛି। ଏଥିରେ ବେଆଇନ୍ ନିର୍ମାଣ ଓ ଅବାଧ ଖଣି ଖନନ ଇତ୍ୟାଦି ଚାଲିଛି। ଯେଉଁଥିପାଇଁ ହାତୀ କରିଡର ସଙ୍କୁଚି ହୋଇଯାଉଛି। ହାତୀଙ୍କ ଚଳପ୍ରଚଳ ରାସ୍ତା, ସୁରକ୍ଷା ଓ କରିଡର୍ ପାଇଁ କ’ଣ ପଦକ୍ଷେପ ନିଆଯାଇଛି ସେନେଇ ୨୦୧୬ ଅକ୍ଟୋବର ଓ ୨୦୧୭ ଫେବ୍ରୁଆରୀରେ ରିପୋର୍ଟ ଦାଖଲ ହେବ ବୋଲି ରାଜ୍ୟ ସରକାର ସତ୍ୟପାଠ ଦାଖଲ କରିଥିଲେ। କିନ୍ତୁ ଏଯାଏଁ ରିପୋର୍ଟ ପ୍ରସ୍ତୁତ ହୋଇନଥିବାରୁ ଏନ୍‌ଜିଟି ଉଦ୍‌ବେଗ ପ୍ରକାଶ କରିଛନ୍ତି। ଏପରିକି ହାତୀଙ୍କ ସୁରକ୍ଷା ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ହାତୀ କରିଡର୍ ଭିତରେ ଚାଲିଥିବା ବେଆଇନ୍ କାର୍ଯ୍ୟକଳାପ ତୁରନ୍ତ ବନ୍ଦ କରି ସେ ସଂପର୍କିତ ସତ୍ୟପାଠ ଦାଖଲ କରିବାକୁ ମଧ୍ୟ ଏନ୍‌ଜିଟି ନିର୍ଦ୍ଦେଶ ଦେଇଛନ୍ତି।

କେନ୍ଦୁଝରଠାରୁ ଆରମ୍ଭ କରି ଗଞ୍ଜାମ, ନୂଆପଡ଼ାରୁ ନୟାଗଡ଼ ପର୍ଯ୍ୟନ୍ତ ରହିଛି ୧୪ଟି ହାତୀ କରିଡ଼ର। ଏହାକୁ ସୁରକ୍ଷିତ କରିବା ପାଇଁ ଯୋଜନା ହେଉଛି। ତା’ଛଡ଼ା ଗତ ୩ ବର୍ଷରେ ହାତୀମାନେ କେଉଁ ନୂଆ ଅଞ୍ଚଳରେ ଚଳପ୍ରଚଳ କରିଛନ୍ତି, ତାର ତଥ୍ୟ ମଧ୍ୟ ସଂଗ୍ରହ କରାଯାଉଥିବା ପ୍ରଧାନ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ କହିଛନ୍ତି। ହାତୀ କରିଡର୍ ସମ୍ପର୍କରେ ଅନୁଧ୍ୟାନ କରିବାକୁ ଏସିଆନ୍ ନେଚର କଞ୍ଜରଭେସନ୍‌ ଫାଉଣ୍ଡେସନ୍(ଏଏନ୍‌ସିଏଫ୍‌)କୁ ଦାୟିତ୍ୱ ଦିଆଯାଇଛି। ଫାଉଣ୍ଡେସନ୍ ରିପୋର୍ଟ ଦେଲେ ଆସନ୍ତା ଅକ୍ଟୋବର ସୁଦ୍ଧା ରିପୋର୍ଟ ପ୍ରଦାନ କରାଯିବ ବୋଲି ସନ୍ଦୀପ ତ୍ରିପାଠୀ କହିଛନ୍ତି।

୨୦୧୧-୧୨ରୁ ଏଯାଏଁ ରାଜ୍ୟରେ ହାତୀ-ମଣିଷ ଲଢ଼େଇରେ ୪୨୧ ଜଣ ମଣିଷଙ୍କ ମୃତ୍ୟୁ ଘଟିଛି। ସେହିଭଳି ବିଭିନ୍ନ କାରଣରୁ ଏହି ସମୟ ମଧ୍ୟରେ ୪୨୫ରୁ ଊର୍ଦ୍ଧ୍ୱ ହାତୀଙ୍କର ମୃତ୍ୟୁ ଘଟିଛି।

ଜଙ୍ଗଲରେ ବେଆଇନ୍‌ ଭାବେ ଖଣି ଖନନ ଯୋଗୁଁ ଗଜରାଜଙ୍କ ବାସସ୍ଥାନ ଦିନକୁ ଦିନ ନଷ୍ଟ ହେବାରେ ଲାଗଛି। ଯାହାଦ୍ୱାରା ଜଙ୍ଗଲରେ ସେମାନଙ୍କୁ ଖାଦ୍ୟ ମିଳୁନି। ସେଥିପାଇଁ ଖାଦ୍ୟ ଅନ୍ୱେଷଣରେ ସେମାନେ ଜଙ୍ଗଲ ପାର୍ଶ୍ୱବର୍ତ୍ତୀ ଗାଁକୁ ଚାଲି ଆସୁଛନ୍ତି। ଚାଷ ଜମିରେ ପଶି ବ୍ୟାପକ ଫସଲ ନଷ୍ଟ କରୁଛନ୍ତି। ବେଳେ ବେଳେ ଘରେ ପଶି ଗଚ୍ଛିତ ଥିବା ଶଷ୍ୟ ଖାଇଯାଉଛନ୍ତି। ଏହାକୁ ନେଇ ଅନେକ ସମୟରେ ହାତୀ ଓ ମଣିଷ ମଧ୍ୟରେ ଲଢ଼େଇ ହେଉଛି। କେତେବେଳେ ମଣିଷର ମୃତ୍ୟୁ ହେଉଛି ତ ଆଉ କେତେବେଳେ ହାତୀର ଜୀବନ ଯାଉଛି। ଆଉ କେତେବେଳେ ମଣିଷ ଖୋଳିଥିବା ଗାତରେ ପଡ଼ି ହାତୀର ମୃତ୍ୟୁ ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story