ଏଣିକି ମନଇଚ୍ଛା ବିଦେଶ ବୁଲିପାରିବେନି ବାବୁ, ଲାଗୁ ହେଲା କଟକଣା  

ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର): ବାବୁଙ୍କ ବିଦେଶ ଗସ୍ତ ଉପରେ ରାଜ୍ୟ ସରକାରଙ୍କ ଲଗାମ। ଏଣିକି ରାଜ୍ୟ ସରକାରଙ୍କ ଅଧୀନରେ କାର୍ଯ୍ୟ କରୁଥିବା ବରିଷ୍ଠ ଅଧିକାରୀମାନେ ଆଉ ବାରମ୍ବାର ବିଦେଶ ଗସ୍ତ କରିପାରିବେ ନାହିଁ। ସାଧାରଣ ପ୍ରଶାସନ(ଜିଏ) ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି।  ରାଜ୍ୟ ସରକାରଙ୍କ ଅଧିକାରୀମାନେ ଏଣିକି ଗୋଟିଏ ବର୍ଷରେ ସର୍ବାଧିକ ତିନିଥର ବିଦେଶ ଗସ୍ତରେ ଯାଇପାରିବେ। ଗୋଟିଏ ଗସ୍ତରେ ଯାତ୍ରା ସମୟକୁ ଛାଡି ସର୍ବାଧିକ ୫ଦିନ ପାଇଁ ଅନୁମତି ମିଳିବ। କେବଳ ସେତିକି ନୁହେଁ ଉପରିସ୍ଥ […]

ext-111

ext-111

Rakesh Mallick
  • Published: Tuesday, 09 January 2018
  • Updated: 09 January 2018, 02:58 PM IST

Sports

Latest News

ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର): ବାବୁଙ୍କ ବିଦେଶ ଗସ୍ତ ଉପରେ ରାଜ୍ୟ ସରକାରଙ୍କ ଲଗାମ। ଏଣିକି ରାଜ୍ୟ ସରକାରଙ୍କ ଅଧୀନରେ କାର୍ଯ୍ୟ କରୁଥିବା ବରିଷ୍ଠ ଅଧିକାରୀମାନେ ଆଉ ବାରମ୍ବାର ବିଦେଶ ଗସ୍ତ କରିପାରିବେ ନାହିଁ। ସାଧାରଣ ପ୍ରଶାସନ(ଜିଏ) ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି।  ରାଜ୍ୟ ସରକାରଙ୍କ ଅଧିକାରୀମାନେ ଏଣିକି ଗୋଟିଏ ବର୍ଷରେ ସର୍ବାଧିକ ତିନିଥର ବିଦେଶ ଗସ୍ତରେ ଯାଇପାରିବେ। ଗୋଟିଏ ଗସ୍ତରେ ଯାତ୍ରା ସମୟକୁ ଛାଡି ସର୍ବାଧିକ ୫ଦିନ ପାଇଁ ଅନୁମତି ମିଳିବ। କେବଳ ସେତିକି ନୁହେଁ ଉପରିସ୍ଥ ଅଧିକାରୀ ଯେପରି ମନଇଚ୍ଛା ବିଦେଶ ଗସ୍ତରେ ନ ଯିବେ ସେନେଇ ବିଭାଗୀୟ ସଚିବ ନିଘା ରଖିବେ। ଏଥିପାଇଁ କେତେକ ନିୟମାବଳୀ ମଧ୍ୟ ଲାଗୁ ହେବ। ବିଦେଶରେ ହେଉଥିବା କାର୍ଯ୍ୟକ୍ରମ ପାଇଁ ସମ୍ପୃକ୍ତ ବିଭାଗର ଦାୟିତ୍ୱରେ ଥିବା ଅଧିକାରୀ ହିଁ ବିଦେଶ ଯିବାକୁ ଯୋଗ୍ୟ ବିବେଚିତ ହେବେ। ଏଥିରେ ଅନ୍ୟ କେହି ଯାଇପାରିବେ ନାହିଁ। ଯଦି ବିଭାଗୀୟ ସଚିବ ସାଙ୍ଗରେ ଯିବା ଆବଶ୍ୟକ ଥିବ, ତେବେ ସେମାନେ ଯାଇପାରିବେ। ତାଙ୍କ ପ୍ରତିନିଧି ଭାବେ କେହି ଯାଇପାରିବେ ନାହିଁ।  ବିଧାନସଭା ଅଧିବେଶନ ସମୟରେ କୌଣସି ବିଭାଗର ସଚିବ ବିଦେଶ ଗସ୍ତରେ ଯାଇପାରିବେ ନାହିଁ।  ଯଦି ସଚିବ ଯିବା ନିତ୍ୟାନ୍ତ ଆବଶ୍ୟକ ତେବେ ମୁଖ୍ୟମନ୍ତ୍ରୀଙ୍କ ଅନୁମତି ନେଇ ଯିବେ।

https://youtu.be/PQ6ws7ohLlI

 

 

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos