ନୂଆ ମୋଟରଯାନ ଆଇନରେ ସଂଶୋଧନ ପାଇଁ କେନ୍ଦ୍ରକୁ ଅନୁରୋଧ କରିବ ଓଡ଼ିଶା : ବିଜେଡି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନୂଆ ମୋଟର ଆଇନ ଅନୁସାରେ ମାତ୍ରାଧିକ ଜୋରିମାନାକୁ ବିରୋଧ କରି ରାଜଧାନୀ ଭୁବନେଶ୍ୱରରେ ପୁଲିସ୍ ଓ ସାଧାରଣ ଲୋକଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ ହେବାପରେ ଶାସକ ବିଜେଡି ମୁହଁ ଖୋଲିଛି। ନୂଆ ମୋଟରଯାନ ଆଇନରେ ଆବଶ୍ୟକ ସଂଶୋଧନ ପାଇଁ କେନ୍ଦ୍ର ସରକାରଙ୍କୁ ଚିଠି ଲେଖି ରାଜ୍ୟ ସରକାର ଅନୁରୋଧ କରିବେ ବୋଲି ବିଜେଡି କହିଛି। ବିଜେଡି ମୁଖପାତ୍ର ତଥା ବିଧାୟକ ପ୍ରତାପ କେଶରୀ ଦେବ ଆଜି ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ଏହି ସଂଶୋଧିତ […]

457

457

Tapas Behera
  • Published: Sunday, 08 September 2019
  • Updated: 08 September 2019, 08:52 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନୂଆ ମୋଟର ଆଇନ ଅନୁସାରେ ମାତ୍ରାଧିକ ଜୋରିମାନାକୁ ବିରୋଧ କରି ରାଜଧାନୀ ଭୁବନେଶ୍ୱରରେ ପୁଲିସ୍ ଓ ସାଧାରଣ ଲୋକଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ ହେବାପରେ ଶାସକ ବିଜେଡି ମୁହଁ ଖୋଲିଛି। ନୂଆ ମୋଟରଯାନ ଆଇନରେ ଆବଶ୍ୟକ ସଂଶୋଧନ ପାଇଁ କେନ୍ଦ୍ର ସରକାରଙ୍କୁ ଚିଠି ଲେଖି ରାଜ୍ୟ ସରକାର ଅନୁରୋଧ କରିବେ ବୋଲି ବିଜେଡି କହିଛି।
ବିଜେଡି ମୁଖପାତ୍ର ତଥା ବିଧାୟକ ପ୍ରତାପ କେଶରୀ ଦେବ ଆଜି ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ଏହି ସଂଶୋଧିତ ଆଇନ କାର୍ଯ୍ୟକାରୀ କରିବାବେଳେ ଲୋକମାନେ ଯେଉଁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ତାକୁ କେନ୍ଦ୍ର ସରକାରଙ୍କ ଆଗରେ ଉପସ୍ଥାପନ କରାଯିବ। ଏହି ଆଇନରେ ଆବଶ୍ୟକ ସଂଶୋଧନ ପାଇଁ ମଧ୍ୟ ପ୍ରସ୍ତାବ କେନ୍ଦ୍ରକୁ ପଠାଯିବ। ନୂଆ ମୋଟର ଯାନ ଆଇନ ଏକ କେନ୍ଦ୍ରୀୟ ଆଇନ ହୋଇଥିବାରୁ ସମସ୍ତ ରାଜ୍ୟ ଏହାକୁ ପାଳନ କରିବାକୁ ବାଧ୍ୟ। ତେବେ କିଛି ରାଜ୍ୟ ଏହାକୁ କାର୍ଯ୍ୟକାରୀ କରିବା ନିମନ୍ତେ ଏବେ ଅଧିକ ସମୟ ଲୋଡ଼ିଛନ୍ତି ।

ତେବେ ଶ୍ରୀ ଦେବଙ୍କ ଏହି ପ୍ରତିକ୍ରିୟା ପରେ ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି ଯେ ଏହି ନୂଆ ଆଇନରେ ଓଡ଼ିଶା ସରକାରଙ୍କୁ କେତେକ କ୍ଷମତା ମଧ୍ୟ ମିଳିଛି । ରୁଲସ୍ ଫ୍ରେମ କରାଯିବାବେଳେ ଏହି ଜୋରିମାନାକୁ ହ୍ରାସ ଉପରେ ଦୃଷ୍ଟି ଦିଆଯିବ।

ତେବେ ପ୍ରଶ୍ନ ଉଠୁଛି, ଶାସକ ବିଜେଡି ଏବେ ଏହି ଆଇନରେ ଆବଶ୍ୟକ ସଂଶୋଧନ ପାଇଁ କେନ୍ଦ୍ର ସରକାରଙ୍କ ନିକଟକୁ ପ୍ରସ୍ତାବ ପଠାଯିବ ବୋଲି କହୁଥିବାବେଳେ ଏହାକୁ ରାଜ୍ୟରେ କାର୍ଯ୍ୟକାରୀ କରିବା ପୂର୍ବରୁ କାହିଁକି ସାଧାରଣ ଲୋକଙ୍କ ମତାମତ ଲୋଡ଼ିଲା ନାହିଁ। କିମ୍ବା ଆବଶ୍ୟକ ସଚେତନତା କାର୍ଯ୍ୟକ୍ରମ କଲାନି। ରାଜ୍ୟ ସରକାରଙ୍କ ପାଖରେ ଏହି ଆଇନକୁ କାର୍ଯ୍ୟକାରୀ କରିବାବେଳେ ବିଧାନସଭାର ଅନୁମତି ନେଇ ଆବଶ୍ୟକ ସଂଶୋଧନ କରିବାର ପ୍ରାବଧାନ ରହିଛି । କିନ୍ତୁ ସରକାର ଏଥିପ୍ରତି ଦୃଷ୍ଟି ନଦେଇ ଅପ୍ରତ୍ୟାଶିତ ଭାବେ ଏହି ମାତ୍ରାଧିକ ଜୋରିମାନା ରୁଜୁ କରିବାକୁ ନେଇ ସାଧାରଣରେ ଆକ୍ରୋଶର ଶିକାର ହୋଇଛନ୍ତି।

ଅନ୍ୟପକ୍ଷରେ ପ୍ରଦେଶ କଂଗ୍ରେସର କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ ଏହି ନୂଆ ମୋଟରଯାନ ଆଇନକୁ ସ୍ୱାଗତ କରିଥିଲେ ମଧ୍ୟ ଏହାକୁ ଲାଗୁ କରିବା ପୂର୍ବରୁ ରାଜ୍ୟ ସରକାର ଲୋକଙ୍କ ମଧ୍ୟରେ ଆବଶ୍ୟକ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରିବା ଉଚିତ୍ ଥିଲା। ତା’ ନକରି ରାଜ୍ୟ ସରକାର ଏବେ ଲୋକଙ୍କଠୁ ମାତ୍ରାଧିକ ଜୋରିମାନା ଆଦାୟ କରୁଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story