୧୩୯ ଜଣ ଓଏଏସ ଅଫିସରଙ୍କ ବଦଳି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାର ଆଜି ଓଏଏସ୍ ଅଫିସରସ୍ତରରେ ଏକ ବଡ଼ଧରଣର ଅଦଳବଦଳ କରିଛନ୍ତି । ୧୩୯ଜଣ ଓଏଏସ୍ ଅଫିସର(ଜୁନିୟର ବ୍ରାଂଚ)ଙ୍କୁ ବଦଳି କରାଯାଇଛି ଓ ଅକ୍ଟୋବର ୧୪ତାରିଖ ଅପରାହ୍ନ ସୁଦ୍ଧା ସେମାନଙ୍କୁ ରିଲିଭ୍ କରିବା ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

ଆଜି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ୧୩୯ଜଣ ଓଏଏସ ଅଫିସରଙ୍କୁ ବଦଳି କରାଯାଇ ସେମାନଙ୍କୁ ତୁରନ୍ତ ନିଜ ନୂତନ ସ୍ଥାନରେ ଯୋଗ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ଅଫିସରମାନଙ୍କୁ ୧୪ତାରିଖ ଅପରାହ୍ନ ସୁଦ୍ଧା ରିଲିଭ୍ କରିବା ପାଇଁ କୁହାଯାଇଥିବାବେଳେ ଏଥିରେ ଅଧିକାଂଶ ବିଡିଓ ଓ ତହସିଲଦାର ଅଛନ୍ତି । ଜଗତସିଂହପୁର ଜିଲ୍ଲାରେ ଜେଏସଡବ୍ଲ୍ୟୁ ପ୍ରକଳ୍ପ ଓ କୋଷ୍ଟାଲ ହାଇୱେ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ନିମନ୍ତେ ୩ଜଣ ଜମି ଅଧିଗ୍ରହଣ ଅଧିକାରୀଙ୍କୁ ନିଯୁକ୍ତି ଦିଆଯାଇଛି । ଭୁବନେଶ୍ୱରର ଅତିରିକ୍ତ ତହସିଲଦାର ତଥା ଓଏଏସ୍ ଚିତ୍ତରଞ୍ଜନ ପିଲାଇଙ୍କୁ ଡେପୁଟି ଜିଲ୍ଲାପାଳ(ଜମି ଅଧିଗ୍ରହଣ) ଭାବେ ଜଗତସିଂହପୁର ବଦଳି କରାଯାଇଛି । ସେହିପରି କୃଷ୍ଣପ୍ରସାଦର ଅତିରିକ୍ତ ତହସିଲଦାର ଶଶୀଭୂଷଣ ମିଶ୍ରଙ୍କୁ ଡେପୁଟି ଜିଲ୍ଲାପାଳ(ଜମି ଅଧିଗ୍ରହଣ) ଓ ଖଲ୍ଲିକୋଟ ସବରେଜିଷ୍ଟ୍ରାର ମହେଶ୍ୱର ବେହେରାଙ୍କୁ ଡେପୁଟି ଜିଲ୍ଲାପାଳ(ଜମି ଅଧିଗ୍ରହଣ) ଭାବେ ଜଗତସିଂହପୁର ବଦଳି ହୋଇଥିବା ଜଣାପଡ଼ିଛି ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।