ଓଡ଼ିଶା ଜିଲ୍ଲା ପରିଷଦ ନିର୍ବାଚନ ରୁଲ୍‌ରେ ସଂଶୋଧନ: ଅଧ୍ୟକ୍ଷ ନିର୍ବାଚନ ବେଳେ ରହିବେ ଏଜେଣ୍ଟ

ଭୁବନେଶ୍ୱର: ଓଡ଼ିଶା ଜିଲ୍ଲା ପରିଷଦ ନିର୍ବାଚନ ରୁଲ୍‌ ୧୯୯୪ର ଧାରା ୫୧ର ସଂଶୋଧନ କରାଯାଇଛି। ନୂଆ ନିୟମ ଅନୁସାରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ନିର୍ବାଚନ ବେଳେ ଏଣିକି ପ୍ରତ୍ୟକ ରାଜନୈତିକ ଦଳରୁ ଏଜେଣ୍ଟ ରହିବେ। ରାଜନୈତିକ ଦଳ ଗୁଡିକ ଏହି ଏଜେଣ୍ଟଙ୍କୁ ନିଯୁକ୍ତି ଦେବେ। ଜିଲ୍ଲା ପରିଷଦ ସଭ୍ୟମାନେ କାହାକୁ ଭୋଟ୍‌ ଦେଲେ ତାହା ଏଜେଣ୍ଟଙ୍କୁ ଦେଖାଇବେ।

ତେବେ ଏପରି ସଂଶୋଧନ ଷଡଯନ୍ତ୍ର ବୋଲି ବିଜେପି ମୁଖପାତ୍ର ସଜ୍ଜନ ଶର୍ମା କହିଛନ୍ତି।