ଓଡ଼ିଶା ନଲେଜ୍ ହବ୍ ଲେକଚର ସିରିଜର ଲୋଗୋ ଉନ୍ମୋଚିତ

ଭୁବନେଶ୍ୱର: ଓଡ଼ିଶା ନଲେଜ୍ ହବ୍ ଲେକଚର ସିରିଜର ଲୋଗୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉନ୍ମୋଚନ କରିଛନ୍ତି। ଏହି ସିରିଜ ଅନ୍ତର୍ଗତ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ବ୍ୟକ୍ତି ବିଶେଷ ଆସି ସରକାରଙ୍କୁ ମାର୍ଗଦର୍ଶନ ଦେବେ।

ଏମାନଙ୍କ ମଧ୍ୟରେ ଅଛନ୍ତି ରାଘୁରାମ ରାଜନ, ସୁବ୍ରତୋ ବାଗଚୀ, ଡାକ୍ତର ରମାକାନ୍ତ ପଣ୍ଡା, ନନ୍ଦନ ନିଲେକନୀ, ନାରାୟଣ ମୂର୍ତ୍ତି ଏବଂ ଅଜିମ ପ୍ରେମଜୀ ପ୍ରମୁଖ। ରାଜ୍ୟ ସରକାରଙ୍କ ଯୋଜନା ଏବଂ ସମନ୍ୱୟ ବିଭାଗ ଏହି କାର୍ଯ୍ୟକ୍ରମକୁ ରୂପରେଖ ଦେଇଛି।