ସାମ୍ବାଦିକଙ୍କୁ ଏକାଠି କଲା ପ୍ରଥମ ଓଡ଼ିଶା ମିଡିଆ କନକ୍ଲେଭ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର ପ୍ରମୁଖ ଗଣମାଧ୍ୟମ ଓ ପ୍ରକାଶନ ସଂସ୍ଥା ଓଡ଼ିଆ ମିଡି ପକ୍ଷରୁ ଆୟୋଜିତ ଓଡ଼ିଶା ମିଡିଆ କନକ୍ଲେଭ୍ ୨୦୧୯ ଅବସରରେ ଆଜି ଗୋଟିଏ ଛାତ ତଳେ ଏକାଠି ହୋଇଥିଲେ ରାଜ୍ୟର ଗଣମାଧ୍ୟମର ଚର୍ଚ୍ଚିତ ଚେହେରା। ମଞ୍ଚ ଉପରେ ଓ ମଞ୍ଚ ତଳେ ଜଣାଶୁଣା ସାମ୍ବାଦିକଙ୍କ ଠାରୁ ଆରମ୍ଭ କରି, ଫଟୋ ସାମ୍ବାଦିକ, ନୂଆ ପିଢ଼ିର ଗଣମାଧ୍ୟମ ପ୍ରତିନିଧି, ଗଣ ଯୋଗାଯୋଗ ଛାତ୍ର, ଶିକ୍ଷକ, ରାଜନୀତିକ ଦଳର ପ୍ରତିନିଧି ଓ ବୁଦ୍ଧିଜୀବୀଙ୍କର ମେଳା ବେଶ୍ ନିଆରା […]

sw

sw

Hemant Lenka
  • Published: Wednesday, 10 July 2019
  • Updated: 10 July 2019, 08:51 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର ପ୍ରମୁଖ ଗଣମାଧ୍ୟମ ଓ ପ୍ରକାଶନ ସଂସ୍ଥା ଓଡ଼ିଆ ମିଡି ପକ୍ଷରୁ ଆୟୋଜିତ ଓଡ଼ିଶା ମିଡିଆ କନକ୍ଲେଭ୍ ୨୦୧୯ ଅବସରରେ ଆଜି ଗୋଟିଏ ଛାତ ତଳେ ଏକାଠି ହୋଇଥିଲେ ରାଜ୍ୟର ଗଣମାଧ୍ୟମର ଚର୍ଚ୍ଚିତ ଚେହେରା। ମଞ୍ଚ ଉପରେ ଓ ମଞ୍ଚ ତଳେ ଜଣାଶୁଣା ସାମ୍ବାଦିକଙ୍କ ଠାରୁ ଆରମ୍ଭ କରି, ଫଟୋ ସାମ୍ବାଦିକ, ନୂଆ ପିଢ଼ିର ଗଣମାଧ୍ୟମ ପ୍ରତିନିଧି, ଗଣ ଯୋଗାଯୋଗ ଛାତ୍ର, ଶିକ୍ଷକ, ରାଜନୀତିକ ଦଳର ପ୍ରତିନିଧି ଓ ବୁଦ୍ଧିଜୀବୀଙ୍କର ମେଳା ବେଶ୍ ନିଆରା ଥିଲା।

ସ୍ଥାନୀୟ ଜୟଦେବ ଭବନ ପରିସରରେ ଆଜି ପୂର୍ବାହ୍ନରେ ଉତ୍ସବକୁ ଉଦଘାଟନ କରିଥିଲେ ସମ୍ବାଦର ସଂପାଦକ ତଥା ପୂର୍ବତନ ସାଂସଦ ଓ ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜଜନ ପଟ୍ଟନାୟକ। ପ୍ରମେୟର ସଂପାଦକ ଗୋପାଳକୃଷ୍ଣ ମହାପାତ୍ର ଓ ବିଜିନେସ ଷ୍ଟାଣ୍ଡାର୍ଡର ଆବାସିକ ସଂପାଦକ ଦିଲ୍ଲୀପ ଶତପଥୀ ଉଦଘାଟନୀ ଉତ୍ସବର ଅତିଥି ଭାବେ ଯୋଗ ଦେଇଥିଲେ।

ଓଡ଼ିଆ ମିଡିଆର ନିର୍ଦ୍ଦେଶକ ତଥା ଓଡ଼ିଶା ଲିଙ୍କ ଓ ଓଡ଼ିଶା ଷ୍ଟୋରୀ ନ୍ୟୁଜ୍ ପୋର୍ଟାଲର ସଂପାଦକ ଶୁଭ୍ରାଂଶୁ ପଣ୍ଡା ଉଦଘାଟନୀ ସଭା ସଂଚାଳନ କରିଥିଲେ।
ଉଦଘାଟନୀ ସଭାରେ 'ସାମ୍ବାଦିକ ଈଶ୍ୱର କି?' ଓ 'ଗଣମାଧ୍ୟମ କେତେ ନିରପେକ୍ଷ' ଏ ପ୍ରସଙ୍ଗରେ ସଂଚାଳକ ଶ୍ରୀ ପଣ୍ଡାଙ୍କ ପ୍ରଶ୍ନର ଉତ୍ତର ରଖିଥିଲେ ମଞ୍ଚାସୀନ ଅତିଥି।

ଗଣମାଧ୍ୟମ ଈଶ୍ୱର ନ ହେଲେ ବି ଅନେକ ସମୟରେ ଏହାର ଗୋଟିଏ ପଦକ୍ଷେପ ସମାଜ ପାଇଁ ଏକ ଐଶ୍ୱରିକ କାର୍ଯ୍ୟ ଭଳି ପ୍ରତୀୟମାନ ହୋଇଥାଏ। ତେବେ ସବୁ କାର୍ଯ୍ୟ କରିଦେଇ ପାରିବା ବା କୌଣସି ନିର୍ଦ୍ଦିଷ୍ଟ ପ୍ରଙ୍ଗରେ ନ୍ୟାୟ ଦେବାର କ୍ଷମତା ଗଣମାଧ୍ୟମ ପାଖରେ ନାହିଁ ବୋଲି ଶ୍ରୀ ଶତପଥୀ ମତ ବ୍ୟକ୍ତ କରିଥିଲେ। ନିରପେକ୍ଷତା ଏକ କଠିନ କାର୍ୟ୍ୟର ବୋଲି ସେ କହିଥିଲେ।
ଅନୁରୂପ ଭାବେ ଶ୍ରୀ ମହାପାତ୍ର, ବର୍ତ୍ତମାନ ସମୟର ସାମ୍ବାଦିକତାର ଧାରାର ଉଦାହରଣ ଦେଇ କହିଥିଲେ ଯେ ସାମ୍ବାଦିକ ଈଶ୍ୱର ହୋଇପାରେ ଦାନବ ବି ହୋଇପାରେ।

ଯଦି ସମ୍ବାଦିକର ଗୋଟିଏ ଲେଖା ବା ରିପୋର୍ଟିଂ କାହା ଜୀବନରେ କିଛି ସକାରାତ୍ମକ ପ୍ରଭାବ ଆଣିପାରିଲା ତାହା କୌଣସି ଐଶ୍ୱରୀୟ କାର୍ଯ୍ୟ ଠାରୁ କମ ନୁହେଁ। ନିଜ ପାଖରେ ଲେଖିବାର ଶକ୍ତି ଅଛି ବୋଲି କ୍ଷମତାର ଅପବ୍ୟବହାର କରିବା, ଐଶ୍ୱରୀୟ ଦୂରର କଥା ମାନବୀୟ କାର୍ଯ୍ୟ ନୁହେଁ ବୋଲି ସେ କହିଥିଲେ।

ତେବେ 'ଆମ ପ୍ରଭାବରୁ ଅମୁକ କାର୍ଯ୍ୟ ସଫଳ ହେଲା' ଭଳି ଗଣମାଧ୍ୟମର ଏକାକୀ ଶ୍ରେୟ ନେବାର ପରମ୍ପରାକୁ ଶ୍ରୀ ମହାପାତ୍ର ନାପସନ୍ଦ କରିଥିଲେ। ସାମାଜିକ ଗଣମାଧ୍ୟମ ଯୁଗରେ ଘଟଣା ସ୍ଥଳକୁ ନଯାଇ ମାଧ୍ୟମିକ ସୂତ୍ରରୁ ଖବର ସଂଗ୍ରହର ପରମ୍ପରା ଯେତେବେଳେ ଆରମ୍ଭ କରାଯାଇଛି, ସେ ସମୟରେ ନିରପେକ୍ଷତା ଆଶା କରିବା ବୃଥା ବୋଲି ସେ କହିଥିଲେ।
ନିଜ ପ୍ରାରମମ୍ଭିକ ସାମ୍ବାଦିକତା ଜୀବନର ତିକ୍ତ ଉଦାହରଣ ମାଧ୍ୟମରେ ଶ୍ରୀ ସୌମ୍ୟରଞ୍ଜନ ପଟ୍ଟନାୟକ କହିଥିଲେ ଯେ, ଗଣମାଧ୍ୟମର ଉପର ସ୍ତରରେ ବସିଥିବା ବ୍ୟକ୍ତିଙ୍କ ଠାରୁ ଆରମ୍ଭ କରି ତଳ ସ୍ତରର ସାମ୍ବାଦିକ ସମସ୍ତେ ନିଜକୁ ନିଜ ନିଜ ଇଲାକାର ଅଧୀଶ୍ୱର ମନେ କରୁଛନ୍ତି।

ସେମାନେ ଯାହା ଚାହିଁବେ ତାହା କରିପାରିବେ ଏ ପ୍ରକାର ଭାବନା ରଖୁଛନ୍ତି। ଗଣମାଧ୍ୟମ ନିଜକୁ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ କହିବାର ଆସ୍ପର୍ଦ୍ଧାକୁ ଶ୍ରୀ ପଟ୍ଟନାୟକ ନାପସନ୍ଦ କରିଥିଲେ। ସେହିପରି ନିରପେକ୍ଷତା ପ୍ରସଙ୍ଗରେ କୌଣସି ବି ଗଣମାଧ୍ୟମ ନିରପେକ୍ଷ ନୁହନ୍ତି ବୋଲି ସେ ମତ ଦେଇଥିଲେ। ବରଂ ନିଜର ପକ୍ଷ ବାବଦରେ ଜଣାଇ ପାଠକଙ୍କ ଆଗରେ ନିଜର ସ୍ଥିତି ସ୍ପଷ୍ଟ କରାଯିବା ଉଚିତ ବୋଲି ସେ ମତ ରଖିଥିଲେ।
ଦ୍ୱିତୀୟ ଅଧିବେଶନରେ 'ସାମାଜିକ ଗଣମାଧ୍ୟମ ଯୁଗରେ ଟିଆରପିର କିଛି ମାନେ ଅଛି କି?' ପ୍ରସଙ୍ଗରେ ମତ ରଖିଥିଲେ କନକ ନ୍ୟୁଜର ସଂପାଦକ ମନୋରଂଜନ ମିଶ୍ର, ଅର୍ଗସ ଟିଭିର ସଂପାଦକ ସଂଜୟ ଜେନା ଓ ଓଡ଼ିଶା ବାଇଟ୍ସର ସଂପାଦକ ସନ୍ଦୀପ ମିଶ୍ର। ଏହାକୁ ସଂଚାଳନ କରିଥିଲେ ଦିଲ୍ଲୀପ ଶତପଥୀ।

ଏହି ସଂପାନରେ ଭିନ୍ନମତ ପ୍ରକାଶ ପାଇଥିବା ବେଳେ ବକ୍ତାମାନଙ୍କ ମଧ୍ୟରେ ବାକ୍ ଯୁଦ୍ଧ ଯେତିକି ରୋଚକ ସେତିକି ଅର୍ଥପୂର୍ଣ୍ଣ ଥିଲା। ଟିଆରପିର ବୈଧତା, ଟିଭି ସାମ୍ବାଦିକତାର ଭବିଷ୍ୟତ, ଟିଭି ଉପସ୍ଥାପକର ପରିବେଷଣ ଭଙ୍ଗୀ ଓ ବାଧ୍ୟବାଧକ ମତ ଆରୋପଣ ପ୍ରସଙ୍ଗରେ ଆଲୋଚନା ଜୟଦେବ ଭବନ ପରିସରକୁ ଉଷ୍ମ କରିଥିଲା। ପରେ ବକ୍ତାମାନେ ଉପସ୍ଥିତ ଦର୍ଶକଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ରଖିଥିଲେ।
ତୃତୀୟ ଆଲୋଚନା ସଭାରେ 'ସେମାନେ ସତରେ ଦକ୍ଷ ତ?' ଶୀର୍ଷକ ବିତର୍କରେ ଭାଗ ନେଇଥିଲେ ଇନଷ୍ଟିଚ୍ୟୁଟ୍ ଅଫ୍ ମିଡିଆ ଷ୍ଟଡିଜ୍ ମୁଖ୍ୟ ଉପେନ୍ଦ୍ର ପାଢ଼ୀ, ବିଜେପି ମହାବିଦ୍ୟାଳୟ ଗଣଯୋଗାଯୋଗ ବିଭାଗ ମୁଖ୍ୟ ନଳିନୀ ପାତ୍ର ଓ ଏଏମ୍ଆଇଟି ସଂଚାଳକ ତ୍ରିଦେବ ମହାନ୍ତି। ଏହି ମଞ୍ଚକୁ ସଂଚାଳନ କରିଥିଲେ ଆଇଆଇଏମସି, ଢେଙ୍କାନାଳର ଅଧ୍ୟାପକ ଜ୍ୟୋତିପ୍ରକାଶ ମହାପାତ୍ର। ବର୍ତ୍ତମାନ ଗଣମାଧ୍ୟମ କ୍ଷେତ୍ରରେ ପ୍ରବେଶ କରୁଥିବା ସାମ୍ବାଦିକମାନଙ୍କର ଜ୍ଞାନସ୍ତର, ସେମାନଙ୍କର ବୃତ୍ତି ପ୍ରତି ଆଗ୍ରହ ଓ ଯୋଗ୍ୟତା ସମେତ ବିଭିନ୍ନ ଶିକ୍ଷାୟତନର ପାଠ୍ୟକ୍ରମ ଶୈଳୀ ସମ୍ପର୍କରେ ବକ୍ତାମାନେ ମତ ଉପସ୍ଥାପନ କରିଥିଲେ।

ଅନ୍ତିମ ତଥା ଚତୁର୍ଥ ଆଲୋଚନାରେ 'ନିର୍ବାଚନ: ରାଜନୀତି ଓ ଗଣମାଧ୍ୟମ' ପ୍ରସଙ୍ଗରେ ମତ ରଖିଥିଲେ ଭାରତୀୟ ଜନତା ପାର୍ଟି ମୁଖପାତ୍ର ଗୋଲକ ମହାପାତ୍ର, ଓଡ଼ିଶା ପ୍ରଦେଶ କଂଗ୍ରେସ ମୁଖପାତ୍ର ସତ୍ୟପ୍ରକାଶ ନାୟକ, ଆମ ଆଦମୀ ପାର୍ଟି ମୁଖପାତ୍ର ରଙ୍ଗାଚରଣ ପ୍ରଧାନ ଓ ଟେଲିଗ୍ରାଫର ସାମ୍ବାଦିକ ଶୁଭାଶିଷ ମହାନ୍ତି।

ଏହାକୁ ପରିଚାଳନା କରିଥିଲେ ବରିଷ୍ଠ ସାମ୍ବାଦିକ ସନ୍ଦୀପ ସାହୁ। ଗତ ନିର୍ବାଚନ ବେଳେ କିଛି ଗଣମାଧ୍ୟମରେ ପାତରଅନ୍ତର ହୋଇଥିବା ଅଭିଯୋଗ କରିଥିଲେ ଗୋଲକ ମହାପାତ୍ର। କିଛି ଗଣମାଧ୍ୟମ ନିର୍ଦ୍ଦିଷ୍ଟ ଦଳ ବା ମତର ଖବରକୁ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଦେଇଥିବା ବେଳେ ଅନ୍ୟ କିଛି ରାଜନୀତିକ ଖବରକୁ କୋଣଠେସା କରିବାର ନଜିର ଅଛି ବୋଲି ସେ କହିଥିଲେ।

ନିର୍ବାଚନ ପୂର୍ବରୁ ଓ ସମୟରେ କ୍ଷମତାସୀନ ଦଳମାନେ ଗଣମାଧ୍ୟମକୁ ଅପବ୍ୟବହାର କରିବାର ରାଶି ରାଶି ଉଦାହରଣ ରହିଛି ବୋଲି କହିଥିଲେ ସତ୍ୟପ୍ରକାଶ ନାୟକ। ଏହି ସମୟରେ ଦଳ-ମତ ନିର୍ବିଶେଷରେ ସମସ୍ତଙ୍କ ପାଇଁ ଏକ ନୀତି ନର୍ଦ୍ଧାରଣ ହେବା ଉଚିତ ବୋଲି ସେ ମତ ଦେଇଥିଲେ। ବର୍ଷ ବର୍ଷ ଧରି କ୍ଷମତା ଭୋଗ କରୁଥିବା ଦଳ ଓ ବ୍ୟକ୍ତିଙ୍କୁ ଗଣମାଧ୍ୟମରେ ଯେଭଳି ସୁଯୋଗ ଓ ପ୍ରାଥମିକତା ମିଳୁଛି କ୍ଷୁଦ୍ର ଦଳ ଓ ଭିନ୍ନ ମତ ରଖୁଥିବା ବୁଦ୍ଧିଜୀବୀଙ୍କୁ ତାହା ପ୍ରାପ୍ତ ହେଉନାହିଁ ବୋଲି କ୍ଷୋଭପ୍ରକାଶ କରିଥିଲେ ରଙ୍ଗାଚରଣ ପ୍ରଧାନ।

ଉତ୍ସବ ଆରମ୍ଭରେ ଶୁଭ୍ରାଂଶୁ ପଣ୍ଡା ପ୍ରାରମ୍ଭିକ ବକ୍ତବ୍ୟ ରଖିଥିବା ବେଳେ ଉତ୍ସବ ଅନ୍ତେ ଧନ୍ୟବାଦ ଅର୍ପଣ କରିଥିଲେ ରାମଚଣ୍ଡୀ ପ୍ରସାଦ ରଣସିଂହ। ସମସ୍ତ ଅତିଥିଙ୍କୁ ପ୍ରେରଣା ଅନୁଷ୍ଠାନ ପକ୍ଷରୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରାଯାଇଥିବା ବେଳେ ଓଡ଼ିଆ ମିଡିଆ ପକ୍ଷରୁ ସ୍ମୃତିଫଳକ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।

ଉତ୍ସବ ଆୟୋଜନ କମିଟିର ସଦସ୍ୟ ହରିହର ପଣ୍ଡା, ସୁବ୍ରତ କୁମାର ନାୟକ, କିସାନ ବରାଇ, ଗାୟତ୍ରୀ ମାଭୁରୁ, ଗିରୀଶ ରଂଜନ, ସଚିନ ପ୍ରଧାନ, ପ୍ରଦ୍ୟୁମ୍ନ ମହାପାତ୍ର, ଆଶିଷ କୁମାର ରଥ, ଜିତେନ୍ଦ୍ର କୁମାର ଜେନା, ଶୁଭଶ୍ରୀ ମହାନ୍ତି ଓ ବୀରେନ୍ ସାହୁ ପ୍ରମୁଖ ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story