ହୁସିଆର ଖଣି ମାଫିଆ! ମାର୍ଚ୍ଚରୁ ମହଙ୍ଗା ପଡ଼ିବ ଖଣିଚୋରି

ଭୁବନେଶ୍ୱର: ରାଜ୍ୟରେ ଖଣିଜ ପଦାର୍ଥ ଚୋରି ହେଉଛି। ଆଜି ଏକଥା ସ୍ୱୀକାର କରିଛନ୍ତି ଖଣିମନ୍ତ୍ରୀ ପ୍ରଫୁଲ ମଲ୍ଲିକ। ସେ କହିଛନ୍ତି-“ରାଜ୍ୟରେ ଲଘୁ ଖଣିଜ ପଦାର୍ଥ ବାଲି, ମୋରମ, ଚିପ୍ସ ଆଦି ଚୋରା ଚାଲାଣ ହେଉଛି। ଯାହାଦ୍ୱାରା ସରକାର ରାଜସ୍ୱ ହରାଉଛନ୍ତି। ଚୋରା ଚାଲାଣ ରୋକିବାକୁ ପଦକ୍ଷେପ ଗ୍ରହଣ କରାଯିବ।” ସେ କହିଛନ୍ତି-“ରାଜ୍ୟର ସବୁ ତହସିଲରେ DGPS, I-3-MS ବ୍ୟବସ୍ଥା କରାଯିବ। ଆଗାମୀ ମାର୍ଚ୍ଚ ସୁଦ୍ଧା ସବୁ ତହସିଲରେ ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେବ। ଚୋରା କାରବାର ରୋକିବା […]

mining scam

mining scam

Rakesh Mallick
  • Published: Wednesday, 12 July 2017
  • Updated: 12 July 2017, 06:19 PM IST

Sports

Latest News

ଭୁବନେଶ୍ୱର: ରାଜ୍ୟରେ ଖଣିଜ ପଦାର୍ଥ ଚୋରି ହେଉଛି। ଆଜି ଏକଥା ସ୍ୱୀକାର କରିଛନ୍ତି ଖଣିମନ୍ତ୍ରୀ ପ୍ରଫୁଲ ମଲ୍ଲିକ। ସେ କହିଛନ୍ତି-“ରାଜ୍ୟରେ ଲଘୁ ଖଣିଜ ପଦାର୍ଥ ବାଲି, ମୋରମ, ଚିପ୍ସ ଆଦି ଚୋରା ଚାଲାଣ ହେଉଛି। ଯାହାଦ୍ୱାରା ସରକାର ରାଜସ୍ୱ ହରାଉଛନ୍ତି। ଚୋରା ଚାଲାଣ ରୋକିବାକୁ ପଦକ୍ଷେପ ଗ୍ରହଣ କରାଯିବ।”

ସେ କହିଛନ୍ତି-“ରାଜ୍ୟର ସବୁ ତହସିଲରେ DGPS, I-3-MS ବ୍ୟବସ୍ଥା କରାଯିବ। ଆଗାମୀ ମାର୍ଚ୍ଚ ସୁଦ୍ଧା ସବୁ ତହସିଲରେ ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେବ। ଚୋରା କାରବାର ରୋକିବା ସହ ରାଜସ୍ୱ ବୃଦ୍ଧି ପାଇଁ ଏହି ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ପଦକ୍ଷେପ ନିଆଯିବ।” ଖଣିଜ ସାମଗ୍ରୀ ପ୍ରସଙ୍ଗରେ ହୋଇଥିବା ସମୀକ୍ଷା ବୈଠକରେ ଯୋଗଦେଇ ଏହି ସୂଚନା ଦେଇଛନ୍ତି ଖଣିମନ୍ତ୍ରୀ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos