ଓଡ଼ିଶା ଅଲିମ୍ପିକ୍ସ ଆସୋସିଏସନ୍ ଜମି ଜବରଦଖଲ ମାମଲା: ସଂପୂର୍ଣ୍ଣ ତଥ୍ୟ ଓ ରେକର୍ଡ ଦାଖଲ କରିବାକୁ ରାଜ୍ୟ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ/କଟକ: ଓଡ଼ିଶା ଅଲିମ୍ପିକ୍ସ ଆସୋସିଏସନ୍ ଜମି ଜବରଦଖଲ ମାମଲାରେ ସଂପୂର୍ଣ୍ଣ ତଥ୍ୟ ଓ ରେକର୍ଡ ଦାଖଲ କରିବାକୁ ଗୁରୁବାର ସୁପ୍ରିମକୋର୍ଟ ଓଡ଼ିଶା ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏ ମାମଲାର ପରବର୍ତ୍ତୀ ଶୁଣାଣି ଡିସେମ୍ବର ୨ରେ ହେବ। କଟକ ଜିଲ୍ଲା ଜଜଙ୍କ ଅଧ୍ୟକ୍ଷତାରେ ଗଠିତ ବିଚାରବିଭାଗୀୟ କମିଟି ଏହି ମାମଲାରେ ସେପ୍ଟେମ୍ବର ୩୦ ତାରିଖରେ ଏକ ସବିଶେଷ ରିପୋର୍ଟ ସୁପ୍ରିମକୋର୍ଟରେ ଦାଖଲ କରିଥିଲେ। ଓଡ଼ିଶା ଅଲିମ୍ପିକ୍ସ ଆସୋସିଏସନର ଜମି ଜବରଦଖଲ ଅଭିଯୋଗର ତଦନ୍ତ କରିବା ପାଇଁ ତିନି ଜଣ […]

barabati palace

barabati palace

Rakesh Mallick
  • Published: Thursday, 08 October 2015
  • Updated: 08 October 2015, 12:13 PM IST

Sports

Latest News

ନୂଆଦିଲ୍ଲୀ/କଟକ: ଓଡ଼ିଶା ଅଲିମ୍ପିକ୍ସ ଆସୋସିଏସନ୍ ଜମି ଜବରଦଖଲ ମାମଲାରେ ସଂପୂର୍ଣ୍ଣ ତଥ୍ୟ ଓ ରେକର୍ଡ ଦାଖଲ କରିବାକୁ ଗୁରୁବାର ସୁପ୍ରିମକୋର୍ଟ ଓଡ଼ିଶା ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏ ମାମଲାର ପରବର୍ତ୍ତୀ ଶୁଣାଣି ଡିସେମ୍ବର ୨ରେ ହେବ।

କଟକ ଜିଲ୍ଲା ଜଜଙ୍କ ଅଧ୍ୟକ୍ଷତାରେ ଗଠିତ ବିଚାରବିଭାଗୀୟ କମିଟି ଏହି ମାମଲାରେ ସେପ୍ଟେମ୍ବର ୩୦ ତାରିଖରେ ଏକ ସବିଶେଷ ରିପୋର୍ଟ ସୁପ୍ରିମକୋର୍ଟରେ ଦାଖଲ କରିଥିଲେ।

ଓଡ଼ିଶା ଅଲିମ୍ପିକ୍ସ ଆସୋସିଏସନର ଜମି ଜବରଦଖଲ ଅଭିଯୋଗର ତଦନ୍ତ କରିବା ପାଇଁ ତିନି ଜଣ ବିଚାରପତିଙ୍କୁ ନେଇ ଏକ କମିଟି ଗଠନ କରିବାକୁ ଗତ ମେ’ ୭ ତାରିଖରେ ସୁପ୍ରିମକୋର୍ଟ ଓଡ଼ିଶା ହାଇକୋର୍ଟଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି କମିଟିର ଅଧ୍ୟକ୍ଷ କଟକ ଜିଲ୍ଲା ଜଜ୍ ରହିବେ ବୋଲି ସର୍ବୋଚ୍ଚ ନ୍ୟାୟାଳୟ କହିଥିଲେ। କମିଟିର ଆଉ ଦୁଇ ଜଣ ଅତିରିକ୍ତ ବିଚାରପତିଙ୍କୁ ବାଛିବାକୁ ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ବାଛିବେ ବୋଲି କୁହାଯାଇଥିଲା। ଓଡ଼ିଶା ଅଲିମ୍ପିକ୍ସ ଆସୋସିଏସନ୍ ସରକାରୀ ଜମି ଜବରଦଖଲ କରି ସେଥିରେ ବାରବାଟୀ ପ୍ୟାଲେସ୍ ଓ ୨୩ଟି ଦୋକାନ ଗୃହ ନିର୍ମାଣ କରିଥିବା ଅଭିଯୋଗ ହୋଇଛି। ଏହା ସହିତ ଜବରଦଖଲ ଜମିରେ ନିର୍ମାଣ ହୋଇଥିବା ବାରବାଟୀ ପ୍ୟାଲେସ୍ ଓ ଅନ୍ୟ ବ୍ୟବସାୟିକ ପ୍ରତିଷ୍ଠାନଗୁଡ଼ିକର ଆର୍ଥିକ କାରବାର ସଂପର୍କରେ ସବିଶେଷ ରିପୋର୍ଟ ଦେବାକୁ ଓଡ଼ିଶାର ଏକାଉଣ୍ଟାଣ୍ଟ୍ ଜେନେରାଲ (ଏଜି)ଙ୍କୁ ନିର୍ଦ୍ଦେଶ ଦେଇଥିଲେ ସର୍ବୋଚ୍ଚ ନ୍ୟାୟାଳୟ।

ଗତବର୍ଷ ନଭେମ୍ବର ମାସରେ ବାରବାଟୀ ପ୍ୟାଲେସ୍ ଓ ଅନ୍ୟ ବ୍ୟବସାୟିକ ପ୍ରତିଷ୍ଠାନଗୁଡ଼ିକୁ ନିଜ ଅକ୍ତିଆରକୁ ନେବାକୁ ଓଡ଼ିଶା ହାଇକୋର୍ଟ କଟକ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ। ଏହା ସହିତ ଓଡ଼ିଶା ଅଲିମ୍ପିକ୍ସ ଆସୋସିଏସନର କାର୍ଯ୍ୟଧାରାର ତଦନ୍ତ କରିବାକୁ କ୍ରାଇମବ୍ରାଞ୍ଚକୁ ନିର୍ଦ୍ଦେଶ ଦେଇଥିଲେ। ତେବେ ଓଡ଼ିଶା ଅଲିମ୍ପିକ୍ସ ଆସୋସିଏସନ୍ ହାଇକୋର୍ଟଙ୍କ ଏହି ନିର୍ଦ୍ଦେଶକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ୍ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos