‘ଭର୍ଚୁଆଲ’ ଶାସନ: ବିରଳ ରେକର୍ଡ ଅଭିମୁଖେ ଓଡ଼ିଶା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ମହାମାରୀ ସଂକ୍ରମଣ ଆଶଙ୍କା ଆଳରେ ଏବେ ଓଡ଼ିଶାରେ ଗତ ୭ମାସରୁ ଅଧିକ ସମୟ ଧରି ‘ଭର୍ଚୁଆଲ’ ଓ ‘ଡିଜିଟାଲ’ ଶାସନ ଚାଲିଛି। ଜୀବନ ଓ ଜୀବିକା ମଧ୍ୟରେ ସନ୍ତୁଳନ ରକ୍ଷା କରି ଜୀବିକାକୁ ସ୍ୱାଭାବିକ କରିବା ଉପରେ ଗୁରୁତ୍ୱ ଦେଉଥିବା ଓଡ଼ିଶା ସରକାର ଓ ଶାସନ ଧୀରେଧୀରେ ସାଧାରଣ ଲୋକଙ୍କଠୁ ପ୍ରତ୍ୟକ୍ଷ ଭାବେ ବି ଦୂରେଇ ଗଲାଣି। ଭୋଟ୍ ଦେଇ ଲୋକଙ୍କ ସରକାରକୁ ନିର୍ବାଚିତ କରିଥିବା ସାଧାରଣ ଭୋଟର ଏବେ ‘ଶାସନର’ ଏଭଳି […]

naveen

naveen

Manoranjan Sial
  • Published: Thursday, 29 October 2020
  • Updated: 29 October 2020, 09:07 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ମହାମାରୀ ସଂକ୍ରମଣ ଆଶଙ୍କା ଆଳରେ ଏବେ ଓଡ଼ିଶାରେ ଗତ ୭ମାସରୁ ଅଧିକ ସମୟ ଧରି ‘ଭର୍ଚୁଆଲ’ ଓ ‘ଡିଜିଟାଲ’ ଶାସନ ଚାଲିଛି। ଜୀବନ ଓ ଜୀବିକା ମଧ୍ୟରେ ସନ୍ତୁଳନ ରକ୍ଷା କରି ଜୀବିକାକୁ ସ୍ୱାଭାବିକ କରିବା ଉପରେ ଗୁରୁତ୍ୱ ଦେଉଥିବା ଓଡ଼ିଶା ସରକାର ଓ ଶାସନ ଧୀରେଧୀରେ ସାଧାରଣ ଲୋକଙ୍କଠୁ ପ୍ରତ୍ୟକ୍ଷ ଭାବେ ବି ଦୂରେଇ ଗଲାଣି। ଭୋଟ୍ ଦେଇ ଲୋକଙ୍କ ସରକାରକୁ ନିର୍ବାଚିତ କରିଥିବା ସାଧାରଣ ଭୋଟର ଏବେ ‘ଶାସନର’ ଏଭଳି ପରିବର୍ତ୍ତିତ ରୂପରେଖକୁ ନେଇ ଚିନ୍ତାରେ ଥିବାବେଳେ ପ୍ରଶାସନ ପାଖରେ ଆପତ୍ତି-ଅଭିଯୋଗ କରିବାର ସମସ୍ତ ବିକଳ୍ପକୁ ବି ଅଘୋଷିତ ଭାବେ ବନ୍ଦ ରଖିଛନ୍ତି।

ଜିଲ୍ଲାସ୍ତରରେ ବିକାଶ ଓ ଅନ୍ୟାନ୍ୟ କାର୍ଯ୍ୟର ପ୍ରଶାସନିକ ସମୀକ୍ଷା ହେଉନି କି ଅଫିସରଙ୍କଠୁ ମନ୍ତ୍ରୀ ପର୍ଯ୍ୟନ୍ତ କାହାରିକୁ ଲୋକଙ୍କ ପାଖରେ ପଂହଚିବା ମଧ୍ୟ ଦେଖାଯାଉନି। ଦେଶରେ ଓଡ଼ିଶା ଏକମାତ୍ର ରାଜ୍ୟ ଯେଉଁଠି ମୁଖ୍ୟମନ୍ତ୍ରୀଙ୍କଠୁ ଆରମ୍ଭ କରି ‘ପ୍ରଶାସନ’ ପର୍ଯ୍ୟନ୍ତ ସମସ୍ତେ ଏବେ କେବଳ ‘ଭର୍ଚୁଆଲ ଓ ଡିଜିଟାଲ ଶାସନ’କୁ ଆଧାର କରି ଗଣମାଧ୍ୟମରେ ଚର୍ଚ୍ଚାରେ ରହି ବିରଳ ରେକର୍ଡ କରିବାକୁ ଆଗଭର ହେଉଥିବା ଦେଖିବାକୁ ମିଳିଛି।

ସୂଚନା ଅନୁସାରେ, କରୋନା ମହାମାରୀ ସଂକ୍ରମଣ ଆଶଙ୍କା ପରଠୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜକୁ ଡିଜିଟାଲ ପ୍ଲାଟଫର୍ମରେ ଅଧିକ ସକ୍ରିୟ କରି ପ୍ରତ୍ୟକ୍ଷ ଭାବେ ସାଧାରଣ ଲୋକଙ୍କଠୁ ଆରମ୍ଭ କରି ନେତା-ଅଫିସରଙ୍କ ପର୍ଯ୍ୟନ୍ତ ସମସ୍ତଙ୍କଠୁ ଦୂରେଇ ରହିଛନ୍ତି। ମାର୍ଚ୍ଚ ୧୩ ତାରିଖରେ ବିଧାନସଭା ପରିସରରେ କରୋନା ସଚେତନତା ନିମନ୍ତେ ‘ହାତଧୂଆଁ ’ କାର୍ଯ୍ୟକ୍ରମରେ ସାର୍ବଜନୀନ ଭାବେ ଶେଷଥର ପାଇଁ ସମସ୍ତଙ୍କ ସହ ମିଶିଥିବା ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସେବେଠୁ ନିଜକୁ ସମ୍ପୂର୍ଣ୍ଣ ସଙ୍ଗରୋଧରେ ରଖିଛନ୍ତି। ଅବଶ୍ୟ ଏହି ଅବଧି ମଧ୍ୟରେ ବିମାନବନ୍ଦରରେ ପ୍ରଧାନମନ୍ତ୍ରୀଙ୍କ ସହ ବାତ୍ୟା କ୍ଷୟକ୍ଷତି ସମୀକ୍ଷା, ଜୁଲାଇ ୨୩ରେ ସଚିବାଳୟ ଯାଇ ପୁରୀ ରଥଯାତ୍ରାର ସିଧାପ୍ରସାରଣ ଦେଖିବା, ଅଗଷ୍ଟ ୧୫ରେ ପତାକା ଉତ୍ତୋଳନ ଓ ଅକ୍ଟୋବର ୧୭ରେ ପୁରୀରେ ଶ୍ରୀମନ୍ଦିର ସୌନ୍ଦର୍ଯ୍ୟକରଣ କାର୍ଯ୍ୟର ସମୀକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ନିବାସରୁ ବାହାରିଥିଲେ। ଏହାଛଡ଼ା ଅନ୍ୟ କୌଣସି ଅବସରରେ ମୁଖ୍ୟମନ୍ତ୍ରୀଙ୍କୁ ସାର୍ବଜନୀନ ଭାବେ ଦେଖିବାକୁ ମିଳିନି। ଯଦିଓ ଡିଜିଟାଲ ପ୍ଲାଟଫର୍ମରେ ମୁଖ୍ୟମନ୍ତ୍ରୀ ନବୀନ ନିବାସରୁ ବିଭିନ୍ନ ସମୀକ୍ଷା କରୁଛନ୍ତି। ଯାହାକୁ ନେଇ ଏବେ ବିରୋଧୀ ଦଳ ସମେତ ସାଧାରଣରେ ଚର୍ଚ୍ଚା ଜୋର ଧରିଛି।

ଦେଶର ଅନ୍ୟ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀମାନଙ୍କ ବୟସ ଅଧିକ ଥିଲେ ବି ସେମାନେ କରୋନା ଗାଇଡଲାଇନକୁ ପାଳନ କରି ପ୍ରତ୍ୟକ୍ଷ ଭାବେ ଲୋକଙ୍କ ସହ ମିଶୁଥିବାର ଦେଖିବାକୁ ମିଳୁଛି। ପ୍ରଶାସନିକ କାର୍ଯ୍ୟଠୁ ଆରମ୍ଭ କରି ରାଜନୀତିକ କାର୍ଯ୍ୟ ପର୍ଯ୍ୟନ୍ତ ସବୁଥିରେ ଲୋକଙ୍କ ସହ ସାମିଲ ହେଉଛନ୍ତି। ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ(୭୮ବର୍ଷ) କୋଭିଡ୍ ସତ୍ତ୍ୱେ ବିଧାନସଭା ଅଧିବେଶନଠୁ ଆରମ୍ଭ କରି କେନ୍ଦ୍ରର କୃଷି ବିଲକୁ ବିରୋଧ କରି ଚାଷୀଙ୍କ ଆନ୍ଦୋଳନରେ ସାମିଲ ହେବା, ମନ୍ତ୍ରୀ ଓ ସରକାର ଅଫିସରଙ୍କ ସହ ପ୍ରତ୍ୟକ୍ଷ ବୈଠକ କରିବା ଭଳି କାର୍ଯ୍ୟ ନିୟମିତ ଭାବେ ଜାରି ରଖିଛନ୍ତି।

ସେହିପରି କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ବିଏସ ୟେଦିୟୁରପ୍ପା(୭୭ବର୍ଷ), କେରଳର ମୁଖ୍ୟମନ୍ତ୍ରୀ ପି.ବିଜୟନ୍ (୭୫ବର୍ଷ), ମିଜେରାମ ମୁଖ୍ୟମନ୍ତ୍ରୀ ପିୟୁ ଜୋରାନାଥଙ୍ଗ (୭୫ବର୍ଷ), ପୁଡୁଚେରୀ ମୁଖ୍ୟମନ୍ତ୍ରୀ ଭି.ନାରାୟଣସ୍ୱାମୀ(୭୩ବର୍ଷ), ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲେଟ(୬୮ବର୍ଷ)ଙ୍କୁ ପ୍ରଶାସନିକ,ସାମାଜିକ ଓ ରାଜନୀତିକ କାର୍ଯ୍ୟକ୍ରମରେ ପ୍ରତ୍ୟକ୍ଷ ଭାବେ ସାମିଲ ହେଉଥିବାର ଦେଖିବାକୁ ମିଳୁଛି। ଏପରିକି ନିୟମିତ ସଚିବାଳୟ ଯାଇ ସମ୍ପୃକ୍ତ ମୁଖ୍ୟମନ୍ତ୍ରୀମାନେ ରାଜ୍ୟର ଶାସନ ବ୍ୟବସ୍ଥାର ତଦାରଖ କରୁଛନ୍ତି।

ରାଜନୀତିକ ବିଶ୍ଲେଷକଙ୍କ ମତରେ, ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ(୭୫ବର୍ଷ) ନିଜେ ଡିଜିଟାଲ ପ୍ଲାଟଫର୍ମରେ ସରକାରୀ ଓ ରାଜନୀତିକ କାର୍ଯ୍ୟକ୍ରମ ଜାରି ରଖିଥିବାରୁ ତାଙ୍କର ମନ୍ତ୍ରୀ ଓ ବରିଷ୍ଠ ପ୍ରଶାସନିକ ଅଫିସରମାନେ ଆଉ ଜିଲ୍ଲା ଗସ୍ତରେ ଯାଉନାହାନ୍ତି କିମ୍ବା ଲୋକଙ୍କ ସମସ୍ୟା ବୁଝିବାକୁ ଆଗ୍ରହ ଦେଖାଉନାହାନ୍ତି। ବ୍ଲୁ-ବୁକ୍ ଅନୁସାରେ ଜେଡ୍ ପ୍ଲସ୍ ସିକ୍ୟୁରିଟିରେ ରହୁଥିବା ମୁଖ୍ୟମନ୍ତ୍ରୀଙ୍କ ପାଖ ମାଡ଼ିବା ସାଧାରଣ ଲୋକ କ’ଣ ଚଢ଼େଇଟିଏ ପାଇଁ ବି ସମ୍ଭବପର ନୁହେଁ। ତଥାପି ସଚିବାଳୟ ଆସିବାକୁ ମୁଖ୍ୟମନ୍ତ୍ରୀ ଉଚିତ୍ ମଣୁନାହାନ୍ତି। ଅବଶ୍ୟ ମୁଖ୍ୟମନ୍ତ୍ରୀ କାହିଁକି ନବୀନ ନିବାସରୁ ବାହାରୁ ନାହାନ୍ତି ତାହା ସମସ୍ତଙ୍କ ପାଇଁ ଏବେବି ଅସ୍ପଷ୍ଟ।
ମୁଖ୍ୟମନ୍ତ୍ରୀଙ୍କ ଏଭଳି ଭର୍ଚୁଆଲ କାର୍ଯ୍ୟକ୍ରମକୁ କଡ଼ା ସମାଲୋଚନା କରି ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ କହିଛନ୍ତି ଯେ, ରାଜ୍ୟର ମୁଖ୍ୟମନ୍ତ୍ରୀ ଲୋକଙ୍କ ପାଖକୁ ନଆସି କମ୍ପ୍ୟୁଟର କିମ୍ବା ମୋବାଇଲ ମାଧ୍ୟମରେ କଥା ହେଉଛନ୍ତି। ସେ ଏବେ ସାଢ଼େ ୪କୋଟି ଲୋକଙ୍କ ପାଖରେ ଛିଡ଼ା ହେବା କଥା। ଲୋକଙ୍କ ଭାଷାରେ ସେମାନଙ୍କ ସହ କଥା ହେବ ଦରକାର। ଭର୍ଚୁଆଲ ରାଲି ନକରି ରିଏଲ ହୋଇ ଦେଖାଇବା ଉଚିତ୍‌ ।

ସେହିପରି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ, କରୋନା ମହାମାରୀବେଳେ ନିଜେ ଲୋକଙ୍କ ପାଖକୁ ନଯାଇ ଘରେ ସୁରକ୍ଷିତ ରହି ଭର୍ଚୁଆଲ ରାଲିରେ ଲୋକଙ୍କୁ ଏକାଠି କରି ମୁଖ୍ୟମନ୍ତ୍ରୀ ନିଜେ ସେମାନଙ୍କୁ ବିପଦ ମୁହଁକୁ ଠେଲି ଦେଉଛନ୍ତି। ସାଧାରଣ ଲୋକଙ୍କ ଜୀବନ କ’ଣ ମୂଲ୍ୟବାନ ନୁହେଁ କି?

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story