ପିଆଜ ବଜାରରେ ହଲ୍‌ଚଲ୍‌: ବାଧୁଛି ଦର

ଭୁବନେଶ୍ୱର: ପିଆଜ ବଜାରରେ ଲାଗିଛି ନିଆଁ। ହୁହୁ ହୋଇ ବଢୁଛି ପିଆଜ ଦର। ୧୦ ଟଙ୍କାରେ ବିକ୍ରି ହେଉଥିବା ପିଆଜ ଏବେ କିଲୋ ପିଛା ୩୦ ଟଙ୍କାରେ ବିକ୍ରି ହେଉଛି। ଆଗକୁ ଆହୁରି ବଢ଼ିବାର ସମ୍ଭାବନା ରହିଛି। ଫଳରେ ଚିନ୍ତାରେ ଖାଉଛି। ଅନ୍ୟପକ୍ଷରେ ରାଜ୍ୟରେ ଆବଶ୍ୟକ ମୁତାବକ ଉତ୍ପାଦନ ଓ ପିଆଜର ସଂରକ୍ଷଣ ବ୍ୟବସ୍ଥା ନଥିବାରୁ ସ୍ଥିତି ଏମିତି ହୋଇଛି ବୋଲି ବିଭିନ୍ନ ମହଲରେ ମତପ୍ରକାଶ ପାଉଛି। ପିଆଜ ଅଭାବକୁ ନେଇ ବାଲେଶ୍ୱର ସହର ନିରୂପମା ପଣ୍ଡା […]

onion

onion

Rakesh Mallick
  • Published: Monday, 07 August 2017
  • Updated: 07 August 2017, 08:00 PM IST

Sports

Latest News

ଭୁବନେଶ୍ୱର: ପିଆଜ ବଜାରରେ ଲାଗିଛି ନିଆଁ। ହୁହୁ ହୋଇ ବଢୁଛି ପିଆଜ ଦର। ୧୦ ଟଙ୍କାରେ ବିକ୍ରି ହେଉଥିବା ପିଆଜ ଏବେ କିଲୋ ପିଛା ୩୦ ଟଙ୍କାରେ ବିକ୍ରି ହେଉଛି। ଆଗକୁ ଆହୁରି ବଢ଼ିବାର ସମ୍ଭାବନା ରହିଛି। ଫଳରେ ଚିନ୍ତାରେ ଖାଉଛି। ଅନ୍ୟପକ୍ଷରେ ରାଜ୍ୟରେ ଆବଶ୍ୟକ ମୁତାବକ ଉତ୍ପାଦନ ଓ ପିଆଜର ସଂରକ୍ଷଣ ବ୍ୟବସ୍ଥା ନଥିବାରୁ ସ୍ଥିତି ଏମିତି ହୋଇଛି ବୋଲି ବିଭିନ୍ନ ମହଲରେ ମତପ୍ରକାଶ ପାଉଛି।

ପିଆଜ ଅଭାବକୁ ନେଇ ବାଲେଶ୍ୱର ସହର ନିରୂପମା ପଣ୍ଡା କହିଛନ୍ତି-“କିଛି ଦିନ ତଳେ ପିଆଜ କିଲୋ ପିଛା ୧୧ଟଙ୍କାରେ କିଣିଥିଲେ। ଏବେ ୩୦ ଟଙ୍କାରେ କିଣୁଛନ୍ତି। ତେଣୁ କିଲେ ଜାଗାରେ ଅଢେଇଶ ପିଆଜ ନେଉଛନ୍ତି।”

ଆମ ରାଜ୍ୟରେ ଆବଶ୍ୟକତା ଅନୁସାରେ ପିଆଜ ଉତ୍ପାଦନ ହେଉ ନାହିଁ। ଯାହା ହେଉଛି ତାର ସଂରକ୍ଷଣ ବ୍ୟବସ୍ଥା ନାହିଁ। ତେଣୁ ଆମକୁ ଅନ୍ୟ ରାଜ୍ୟ ଉପରେ ନିର୍ଭର କରିବାକୁ ପଡୁଛି। ବନ୍ୟା ଯୋଗୁଁ ମହାରାଷ୍ଟ୍ର ନାସିକ୍‌ରେ ପିଆଜ ଦର ଉଚ୍ଚା ରହିଛି। ମଧ୍ୟପ୍ରଦେଶରେ ଗଚ୍ଛିତ ଥିବା ଶହ ଶହ କ୍ୱିଣ୍ଟାଲ ପିଆଜ ସଢି ଯାଇଛି। ପଡୋଶୀ ଆନ୍ଧ୍ରପ୍ରଦେଶରେ ମଧ୍ୟ ଏବର୍ଷ ଫସଲ ମାଡ ଖାଇଛି। ଫଳରେ ଓଡିଶା ବଜାରର ଏହାର ପ୍ରଭାବ ପଡିଛି। ସେପଟେ ପିଆଜ ଦର ବୃଦ୍ଧିକୁ ନେଇ  ଖାଦ୍ୟ ଯୋଗାଣ ବିଭାଗର ଅକଲ ଗୁଡୁମ୍ ହୋଇଯାଇଛି। ଖାଉଟିଙ୍କୁ ଆଶ୍ୱସ୍ତୀ ଦେବା ପାଇଁ କଟକ ଓ ଭୁବନେଶ୍ୱରରେ ମୈତ୍ରୀ ଷ୍ଟୋରରେ ପିଆଜ ବିକୁଛନ୍ତି ସରକାର। ସେହିପରି ହୋଲସେଲ୍ ଦରଠାରୁ ୧ ଟଙ୍କା ଅଧିକ ଦରରେ ପିଆଜ ବିକ୍ରି ପାଇଁ ସବୁ ଜିଲ୍ଲାର ଯୋଗାଣ ଅଧୀକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଖାଦ୍ୟା ଯୋଗାଣ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos