ମହାରଥୀଙ୍କ ‘ନାୟକଗିରି’; ଅଚାନକ ପହଞ୍ଚିଲେ, ଅଧିକାରୀଙ୍କୁ ନିଲମ୍ୱନ କଲେ

ସାଲେପୁର: ଆଜି ସାଲେପୁର ବ୍ଲକକୁ ରାଜ୍ୟ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ ମହାରଥୀ ଅଚାନକ ଗସ୍ତ କରିଥିଲେ। ମାତ୍ର ଏହି ସମୟରେ ବ୍ଲକ ଅଫିସ୍‌ରେ କୌଣସି ଅଧିକାରୀ ନଥିଲେ। କାର୍ଯ୍ୟରେ ଅବହେଳା ପାଇଁ ଏବିଡିଓ ପ୍ରସନ୍ନ କୁମାର ମଲ୍ଲିକ ଓ ଆକାଉଣ୍ଟ ଅଫିସର ଭାରତୀ ପ୍ରିୟଦର୍ଶିନୀ ପ୍ରିୟମ୍ୱଦାଙ୍କୁ ସସ୍‌ପେଣ୍ଡ କରିଥିବା ବେଳେ ୮ ଜଣଙ୍କୁ କାରଣ ଦର୍ଶାଅ ନୋଟିସ୍‌ କରିଛନ୍ତି। ସେମାନେ ହେଲେ ବିଡିଓ, ଜିପିଓ, ଏଇଓ, ଏଇ, ଜେଇ ଓ ୩ ଜଣ ଜିପିଟିଏ। ପ୍ରଦୀପ ମହାରଥୀ […]

pradeep maharathi

pradeep maharathi

Rakesh Mallick
  • Published: Tuesday, 06 June 2017
  • Updated: 06 June 2017, 05:31 PM IST

Sports

Latest News

ସାଲେପୁର: ଆଜି ସାଲେପୁର ବ୍ଲକକୁ ରାଜ୍ୟ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ ମହାରଥୀ ଅଚାନକ ଗସ୍ତ କରିଥିଲେ। ମାତ୍ର ଏହି ସମୟରେ ବ୍ଲକ ଅଫିସ୍‌ରେ କୌଣସି ଅଧିକାରୀ ନଥିଲେ। କାର୍ଯ୍ୟରେ ଅବହେଳା ପାଇଁ ଏବିଡିଓ ପ୍ରସନ୍ନ କୁମାର ମଲ୍ଲିକ ଓ ଆକାଉଣ୍ଟ ଅଫିସର ଭାରତୀ ପ୍ରିୟଦର୍ଶିନୀ ପ୍ରିୟମ୍ୱଦାଙ୍କୁ ସସ୍‌ପେଣ୍ଡ କରିଥିବା ବେଳେ ୮ ଜଣଙ୍କୁ କାରଣ ଦର୍ଶାଅ ନୋଟିସ୍‌ କରିଛନ୍ତି। ସେମାନେ ହେଲେ ବିଡିଓ, ଜିପିଓ, ଏଇଓ, ଏଇ, ଜେଇ ଓ ୩ ଜଣ ଜିପିଟିଏ।

ପ୍ରଦୀପ ମହାରଥୀ କହିଛନ୍ତି,“ସାଲେପୁର ବ୍ଲକରେ ବିଭ୍ରାଟ୍‌ ହେଉଥିବା ନେଇ ଅଭିଯୋଗ ଆସିଥିଲା। ତେବେ ବାସ୍ତବ ଚିତ୍ର ଦେଖିବା ପାଇଁ ଆଜି ଆସିଥିଲି। ହେଲେ ଦୁର୍ଭାଗ୍ୟର ବିଷୟ ଦିନ ୧୦ ସୁଦ୍ଧା ଅଫିସ୍‌ରେ କେହି ନାହାନ୍ତି। ଅଫିସ ସମ୍ପୂର୍ଣ୍ଣ ଖାଲି ପଡ଼ିଥିଲା। ଯଦି ଅଫିସରମାନେ ଠିକ୍‌ ସମୟରେ ଅଫିସ ଆସୁନାହାନ୍ତି ତାହାହେଲେ କାମ କେମିତି ହେଉଛି ଏବଂ ଲୋକଙ୍କ ସମସ୍ୟା କେମିତି ସମାଧାନ ହେଉଛି?”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos