ପର୍ଯ୍ୟଟନ କ୍ଷେତ୍ରରେ ୪୦୦୦ କୋଟି ଟଙ୍କାର ପୁଞ୍ଜି ନିବେଶ ପାଇଁ ପ୍ରତିଶ୍ରୁତି

ଭୁବନେଶ୍ୱର: ମେକ୍‌ ଇନ୍‌ ଓଡ଼ିଶା କନକ୍ଲେଭରେ ଓଡ଼ିଶା ପର୍ଯ୍ୟଟନ କ୍ଷେତ୍ରରେ ୪୦୦୦ କୋଟି ଟଙ୍କାର ପୁଞ୍ଜି ନିବେଶ ପାଇଁ ପ୍ରତିଶ୍ରୁତି ମିଳିଛି। ଏ ନେଇ ଆଜି ପର୍ଯ୍ୟଟନ ବିଭାଗ ସଚିବ ଗଗନ କୁମାର ଧଳ ସୂଚନା ଦେଇଛନ୍ତି। ସେ କହିଛନ୍ତି,“ଆଦାନୀ ଗ୍ରୁପ୍‌ ପ୍ରାୟ ୩୦୦୦ କୋଟି ଟଙ୍କାରେ ଏକ ଫିଲ୍ମ ସିଟି ନିର୍ମାଣ କରିବ। ସେହିପରି ୪ଟି ତାରକା ହୋଟେଲ ନିର୍ମାଣ ପାଇଁ ମଧ୍ୟ ପ୍ରତିଶ୍ରୁତି ମିଳିଛି। ଏଥିପାଇଁ ପ୍ରାୟ ୧୦୦୦ କୋଟି ଟଙ୍କା ନିବେଶ ହେବ।” […]

turisim

turisim

Rakesh Mallick
  • Published: Thursday, 01 December 2016
  • Updated: 01 December 2016, 10:43 PM IST

Sports

Latest News

ଭୁବନେଶ୍ୱର: ମେକ୍‌ ଇନ୍‌ ଓଡ଼ିଶା କନକ୍ଲେଭରେ ଓଡ଼ିଶା ପର୍ଯ୍ୟଟନ କ୍ଷେତ୍ରରେ ୪୦୦୦ କୋଟି ଟଙ୍କାର ପୁଞ୍ଜି ନିବେଶ ପାଇଁ ପ୍ରତିଶ୍ରୁତି ମିଳିଛି। ଏ ନେଇ ଆଜି ପର୍ଯ୍ୟଟନ ବିଭାଗ ସଚିବ ଗଗନ କୁମାର ଧଳ ସୂଚନା ଦେଇଛନ୍ତି।

ସେ କହିଛନ୍ତି,“ଆଦାନୀ ଗ୍ରୁପ୍‌ ପ୍ରାୟ ୩୦୦୦ କୋଟି ଟଙ୍କାରେ ଏକ ଫିଲ୍ମ ସିଟି ନିର୍ମାଣ କରିବ। ସେହିପରି ୪ଟି ତାରକା ହୋଟେଲ ନିର୍ମାଣ ପାଇଁ ମଧ୍ୟ ପ୍ରତିଶ୍ରୁତି ମିଳିଛି। ଏଥିପାଇଁ ପ୍ରାୟ ୧୦୦୦ କୋଟି ଟଙ୍କା ନିବେଶ ହେବ।”

ସେ ଆହୁରି କହିଛନ୍ତି,“ନଟରାଜ ଗ୍ରୁପ୍‌, ପ୍ଲାଟିନମ୍‌ ଇଣ୍ଟରନ୍ୟାସନାଲ ହୋଟେଲ, ହଲଦିରାମ୍‌ ଗ୍ରୁପ୍‌ ଓ ମେରିଗୋଲ୍ଡ ଗ୍ରୁପ୍‌ ହୋଟେଲ ନିର୍ମାଣ କ୍ଷେତ୍ରରେ ପୁଞ୍ଜି ନିବେଶ କରିବେ। ଇଣ୍ଡଷ୍ଟ୍ରିଆଲ ପଲିସି ରିଜୋଲ୍ୟୁସନ ୨୦୧୫ ଅନୁଯାୟୀ ସମସ୍ତ ପୁଞ୍ଜି ନିବେଶକାରୀଙ୍କୁ ରାଜ୍ୟ ସରକାର ସରକାରୀ ଜମି ଓ ଅନ୍ୟ ସୁବିଧା ଯୋଗାଇ ଦେବେ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos