ଜ୍ୱାଇଁ ପାଇଁ ଓକିଲାତି କଲେ ସୁର: କହିଲେ ପିସିସି ସଭାପତି ପରିବର୍ତ୍ତନର ଆବଶ୍ୟକତା ନାହିଁ

ଭୁବନେଶ୍ୱର: ଓଡ଼ିଶା କଂଗ୍ରେସରେ ନେତୃତ୍ୱ ପରିବର୍ତ୍ତନ କଳି। ଗୋଟିଏ ପଟେ ଟିମ୍ ପ୍ରସାଦ ହରିଚନ୍ଦନ ଓ ଅନ୍ୟପଟେ ଟିମ୍ ନିରଞ୍ଜନ ପଟ୍ଟନାୟକ। ପଞ୍ଚାୟତ ନିର୍ବାଚନ ପୂର୍ବରୁ ଆରମ୍ଭ ହୋଇଥିବା ଏହି କଳି ତୁଟିବାର ନାଁ ଧରୁନି। ପାଟି ଖୋଲିଥିବା ନେତାଙ୍କୁ କାରଣ ଦର୍ଶାଅ ନୋଟିସ ପରେ ବି ମୁହଁରେ ତାଲା ପଡୁନି। ନିରଞ୍ଜନଙ୍କ ସପକ୍ଷରେ ମୁହଁ ଖୋଲିଥିବା ନେତାଙ୍କୁ ଆଜି ଟାର୍ଟେଟ କରିଛନ୍ତି ଟିମ୍ ପ୍ରସାଦଙ୍କ କଥାକୁହା ନେତା ସୁର ରାଉତରାୟ। ସେ କହିଛନ୍ତି,“ପିସିସି ସଭାପତି ପରିବର୍ତ୍ତନ […]

sura routray

sura routray

Rakesh Mallick
  • Published: Tuesday, 02 May 2017
  • Updated: 02 May 2017, 09:41 PM IST

Sports

Latest News

ଭୁବନେଶ୍ୱର: ଓଡ଼ିଶା କଂଗ୍ରେସରେ ନେତୃତ୍ୱ ପରିବର୍ତ୍ତନ କଳି। ଗୋଟିଏ ପଟେ ଟିମ୍ ପ୍ରସାଦ ହରିଚନ୍ଦନ ଓ ଅନ୍ୟପଟେ ଟିମ୍ ନିରଞ୍ଜନ ପଟ୍ଟନାୟକ। ପଞ୍ଚାୟତ ନିର୍ବାଚନ ପୂର୍ବରୁ ଆରମ୍ଭ ହୋଇଥିବା ଏହି କଳି ତୁଟିବାର ନାଁ ଧରୁନି। ପାଟି ଖୋଲିଥିବା ନେତାଙ୍କୁ କାରଣ ଦର୍ଶାଅ ନୋଟିସ ପରେ ବି ମୁହଁରେ ତାଲା ପଡୁନି। ନିରଞ୍ଜନଙ୍କ ସପକ୍ଷରେ ମୁହଁ ଖୋଲିଥିବା ନେତାଙ୍କୁ ଆଜି ଟାର୍ଟେଟ କରିଛନ୍ତି ଟିମ୍ ପ୍ରସାଦଙ୍କ କଥାକୁହା ନେତା ସୁର ରାଉତରାୟ।

ସେ କହିଛନ୍ତି,“ପିସିସି ସଭାପତି ପରିବର୍ତ୍ତନ କରିବାର କିଛି ଆବଶ୍ୟକ ନାହିଁ। ପ୍ରସାଦଙ୍କର କଣ ଦୋଷ ରହିଲା। ତାଙ୍କୁ କାହିଁକି ପରିବର୍ତ୍ତନ କରିବା କଥା କହୁଛନ୍ତି? ବିରୋଧୀ ଦଳ ନେତା ନରସିଂହ ମିଶ୍ର, ନିରଞ୍ଜନ ପଟ୍ଟନାୟକ, ଭକ୍ତ ଦାସ, ରଞ୍ଜିବ ବିଶ୍ୱାଳ କଣ କରୁଛନ୍ତି? ସେମାନେ କେତେ ଜିତେଇ ଆଣିଛନ୍ତି। କଂଗ୍ରେସକୁ ଏକାଠି କରିବା ପରିବର୍ତ୍ତେ ଏମାନେ ଅଜଥାରେ ବାହାସ୍ଫୋଟ୍‌ ମାରୁଛନ୍ତି।”

ବିଧାୟକ ପ୍ରଫୁଲ୍ଲ ମାଝି କହିଛନ୍ତି,“ପିସିସି ମୁଖିଆ ପରିବର୍ତ୍ତନ ହେବା କଥା। ଯେଉଁମାନେ ଅପରିପକ୍ୱ ମନ୍ତବ୍ୟ ଦେଉଛନ୍ତି ସେଥିରୁ କ୍ଷାନ୍ତ ରୁହନ୍ତୁ।”

ଅନ୍ୟପକ୍ଷରେ ଏଆଇସିସି ସର୍ବଭାରତୀୟ ସ୍ତରରେ ପରିବର୍ତ୍ତନର ପ୍ରକ୍ରିୟା ଆରମ୍ଭ କରିଥିବାରୁ ସପ୍ତାହେ ଦୁଇ ସପ୍ତାହ ଭିତରେ ରାଜ୍ୟ କଂଗ୍ରେସର ଚିତ୍ର ବଦଳି ପାରେ ବୋଲି ଅନୁମାନ କରାଯାଉଛି। ନୂଆ ମଙ୍ଗୁଆଳ ରେସ୍‌ରେ ନିରଞ୍ଜନ ପଟ୍ଟନାୟକ, ଭକ୍ତ ଦାସ ଓ ପ୍ରଦୀପ ମାଝିଙ୍କ ନାଁକୁ ନେଇ ଚର୍ଚ୍ଚା ହେଉଛି। ରାହୁଲ ଗାନ୍ଧୀଙ୍କ ବିଶ୍ୱାସ ଜିତିଥିବା ଅନ୍ୟ କୌଣସି ନେତା ମଙ୍ଗୁଆଳ ହୋଇପାରନ୍ତି। ତେବେ ନିରଂଜନ ଓ ପ୍ରଦୀପ ଉଭୟ ପଦ ନେବାକୁ ଅନିଚ୍ଛୁକ।

ନିରଞ୍ଜନ ପଟ୍ଟନାୟକ କହିଛନ୍ତି,“ମୁଁ ନିଜର ଦାୟିତ୍ୱ ଠିକ୍‌ ଭାବେ ତୁଲାଇ ପାରିନି ବୋଲି ଦୁଇ ବର୍ଷ ପରେ ବଦଳାଇଲେ। ପୁନର୍ବାର ମୋତେ ଦେବେ କାହିଁକି? ଦଳରେ କଣ ନୂଆ ଲୋକ ନାହାନ୍ତି। ଯଦି ଦିଅନ୍ତି ତାହାହେଲେ ଲକ୍ଷେ ଥର ଭାବିବି ତା’ପରେ ନେବିକି ନାହିଁ ନିଷ୍ପତ୍ତି ନେବି।”

ପୂର୍ବତନ ସାଂସଦ ପ୍ରଦୀପ ମାଝି କହିଛନ୍ତି,“ପିସିସି ସଭାପତି ହେବା ମୋର ଇଚ୍ଛା ନାହିଁ। ଏବେ ରାଜ୍ୟ କଂଗ୍ରେସ ସବୁଠାରୁ ଖରାପ ସମୟ ଦେଇ ଚାଲିଛି। ଦଳ ପାଇଁ ଜଣେ ଯୁଦ୍ଧା ଆବଶ୍ୟକ ରହିଛି। ପ୍ରଦର୍ଶନ ଭିତ୍ତିକ ନେତୃତ୍ୱକୁ ଦଳର ଦାୟିତ୍ୱ ଦିଆଯିବା ଉଚିତ। ହାଇକମାଣ୍ଡ ସେମିତି ନେତୃତ୍ୱ ବାଛିବା ଆଶା କରୁଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos