ହୁସିଆର୍! ମୁଖ୍ୟରାସ୍ତା ଉପରେ ଅଣ୍ଟେ ଗହୀର ଗାଡ଼, ଗଳି ପଡ଼ିବେ

ଭୁବନେଶ୍ୱର: ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଗମନାଗମନ ଉପରେ ଅଧିକ ଗୁରୁତ୍ୱ ଦେଉଛନ୍ତି। ପ୍ରତି ଗାଁକୁ ମୁଖ୍ୟରାସ୍ତା ସହ ସଂଯୋଗ କରିବା ପାଇଁ ବିଭିନ୍ନ ଯୋଜନାରେ ପ୍ରଚୁର ଅର୍ଥ ଖର୍ଚ୍ଚ କରାଯାଉଛି। ହେଲେ କିଛି ସ୍ଥାନରେ ସ୍ଥାନୀୟ ପ୍ରଶାସନର ଉଦାସୀନତାରୁ ଏହାର ଲାଭ ଲୋକେ ପାଉନାହାଁନ୍ତି। ଏମିତି ଏକ ଅଭିଯୋଗ ଆସିଛି କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଥାନା ଅନ୍ତର୍ଗତ ବନ୍ଧକଟା ପଞ୍ଚାୟତରୁ। ଏହି ପଞ୍ଚାୟତର ବନ୍ଧକଟାରୁ ଲୁଣାନଦୀ ପର୍ଯ୍ୟନ୍ତ ଥିବା ମୁଖ୍ୟରାସ୍ତାରେ ବସା ଯାଇଥିବା ଶଙ୍ଖକୁ […]

Rakesh Mallick
  • Published: Thursday, 21 September 2017
  • Updated: 22 September 2017, 08:30 AM IST

Sports

Latest News

ଭୁବନେଶ୍ୱର: ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଗମନାଗମନ ଉପରେ ଅଧିକ ଗୁରୁତ୍ୱ ଦେଉଛନ୍ତି। ପ୍ରତି ଗାଁକୁ ମୁଖ୍ୟରାସ୍ତା ସହ ସଂଯୋଗ କରିବା ପାଇଁ ବିଭିନ୍ନ ଯୋଜନାରେ ପ୍ରଚୁର ଅର୍ଥ ଖର୍ଚ୍ଚ କରାଯାଉଛି। ହେଲେ କିଛି ସ୍ଥାନରେ ସ୍ଥାନୀୟ ପ୍ରଶାସନର ଉଦାସୀନତାରୁ ଏହାର ଲାଭ ଲୋକେ ପାଉନାହାଁନ୍ତି। ଏମିତି ଏକ ଅଭିଯୋଗ ଆସିଛି କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଥାନା ଅନ୍ତର୍ଗତ ବନ୍ଧକଟା ପଞ୍ଚାୟତରୁ। ଏହି ପଞ୍ଚାୟତର ବନ୍ଧକଟାରୁ ଲୁଣାନଦୀ ପର୍ଯ୍ୟନ୍ତ ଥିବା ମୁଖ୍ୟରାସ୍ତାରେ ବସା ଯାଇଥିବା ଶଙ୍ଖକୁ ନେଇ ଲୋକେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏପରିକି ଦୁର୍ଘଟଣା ଘଟି ଲୋକେ ଆହତ ହେଉଛନ୍ତି।

ବନ୍ଧକଟା ପଞ୍ଚାୟତର ମୁଖ୍ୟରାସ୍ତାର ଦୂରବସ୍ଥା ଦେଖିବାକୁ ପହଞ୍ଚି ଥିଲେ ‘ଓଡ଼ିଶା ରିପୋର୍ଟର’ ‘ମୁଁ ବି ରିପୋର୍ଟର।’ ବିଜେଡି ବିଧାୟକ ବେଦପ୍ରସାଦ ଅଗ୍ରୱାଲଙ୍କ ନିର୍ବାଚନ ମଣ୍ଡଳୀରେ ଆସୁଥିବା ଏହି ରାସ୍ତାଟି ବନ୍ଧକଟାରୁ ଲୁଣାନଦୀ ଯାଏଁ ଲମ୍ବିଛି। ଏହା ଉପରେ ଆଖପାଖ ମୂଷାଡ଼ିଆ, ବଥରାଇ, ଦରିଆବରାଇ, ତେଲିଆକଣ, ଗୋଧନ, ବାତୁର୍ଙ୍ଗା ଆଦି ଗାଁର ହଜାର ହଜାର ଲୋକ ନିର୍ଭର କରନ୍ତି। ପୂର୍ବରୁ ଏହି ରାସ୍ତାରେ ଏକ ପୋଲ ଥିଲା। ଏହାକୁ ଭାଙ୍ଗି ଶଙ୍ଖ ବସାଯାଇଛି। ଉଦ୍ଦେଶ୍ୟ ଥିଲା ଶଙ୍ଖ ବସିବା ପରେ ଜଳ ନିଷ୍କାସନରେ ସୁବିଧା ହେବ ଓ ଲୋକଙ୍କୁ ଯାତାୟତରେ ହଇରାଣ ହେବାକୁ ପଡିବ ନାହିଁ। ହେଲେ କାମ କରିଥିବା ଲୋକଙ୍କ ଅପାରଗତା ଓ ବିଭାଗୀୟ ଅଧିକାରୀଙ୍କ ଉଦାସୀନତାରୁ ଲୋକେ ଏହାର ଶୁଫଳ ପାଇବା ପରିବର୍ତ୍ତେ ଅଧିକ ସମସ୍ୟା ଭୋଗୁଛନ୍ତି।

ଶଙ୍ଖ ବସାଯିବା ପରେ ଏହାକୁ ପ୍ୟାକିଂ କରାଯାଇନାହିଁ। ଫଳରେ ବର୍ଷା ହୋଇ ଶଙ୍ଖ ପାର୍ଶ୍ୱରୁ ମାଟି ଖାଇଯାଇଛି। ଶଙ୍ଖ ଉପରେ ମଧ୍ୟ ଗାଢ଼ ସୃଷ୍ଟି ହୋଇଛି। ଏହି ଗାଢରେ ପଡି ଦୁଇ ଚାରିଜଣ ଖଣ୍ଡିଆ ଖାବରା ମଧ୍ୟ ହୋଇ ସାରିଲେଣି। ହେଲେ ଏହାର ମରାମତି ପ୍ରତି କେହି ଦୃଷ୍ଟି ଦେଉନାହାଁନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos