୨୧ରେ ଓଡ଼ିଶା ବନ୍ଦ ଡାକରା ଦେଲା ମାଓବାଦୀ

ଭବାନୀପାଟଣା (ଓଡ଼ିଶା ରିପୋର୍ଟର): କୋରାପୁଟ୍‌ ଜିଲ୍ଲା ପଟାଙ୍ଗିରେ ନାବାଳିକା ଗଣବଳାତ୍କାର ଘଟଣାରେ ଅଭିଯୁକ୍ତ ଯୁବାନଙ୍କ ବିରୋଧରେ ଦାବିରେ ଆସନ୍ତା ୨୧ ତାରିଖରେ ଓଡ଼ିଶା ବନ୍ଦ ଡାକରା ଦେଇଛନ୍ତି ମାଓବାଦୀ। ଏଥିରେ ସାମିଲ ହେବାକୁ ୫ ଜିଲ୍ଲାବାସୀଙ୍କୁ ନିବେଦନ କରାଯାଇଛି। ଏହି ବନ୍ଦ ଡାକରା ବଂଶଧରା-ଘୁମୁସର-ନାଗାବଳି ମାଓ କମିଟି ଦେଇଛି। ବନ୍ଦ ଡାକରା ଦିଆଯାଇଥିବା ଜିଲ୍ଲା ଗୁଡ଼ିକ ହେଲା କଳାହାଣ୍ଡି, ରାୟଗଡ଼ା, ଗଜପତି, ଗଞ୍ଜାମ, କନ୍ଧମାଳ।