କ୍ୟାମ୍ପସ ଅଶାନ୍ତ: ୩ କଲେଜରେ ସାଇନ୍‌-ଏ-ଡାଏ

ଭୁବନେଶ୍ୱର/ବାଲେଶ୍ୱର/ସୋର (ଓଡ଼ିଶା ରିପୋର୍ଟର): ବିଭିନ୍ନ କାରଣରୁ ରାଜ୍ୟର ୩ଟି କଲେଜରେ ସାଇନ୍-ଏ-ଡାଏ ଘୋଷଣା କରାଯାଇଛି। ଏସବୁ କଲେଜ ହେଲା ଯାଜପୁରର ବ୍ୟାସନଗର କଲେଜ, ବାଲେଶ୍ୱର ଜିଲ୍ଲା ଔପଦା କଲେଜ ଓ ନୀଳଗିରିର ସ୍ୱର୍ଣ୍ଣଚୂଡ଼ କଲେଜ।

ବ୍ୟାସନଗର କଲେଜରେ ୟୁସିଜି ପାଣ୍ଠି ଘୋଟାଲାକୁ ନେଇ ଉତ୍ତେଜନା ଦେଖା ଦେଇଥିଲା। ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯାଉଥିବା ଦେଖି କର୍ତ୍ତୃପକ୍ଷ କଲେଜକୁ ସାଇନ-ଏ- ଡାଏ ଘୋଷଣା କରିଥିଲେ।

ସେହିପରି ବାଲେଶ୍ୱର ଜିଲ୍ଲା ଔପଦା କଲେଜରେ ପରୀକ୍ଷା ଫି’ ବୃଦ୍ଧିକୁ ନେଇ ଗଣ୍ଡଗୋଳ ହୋଇଥିଲା। ଫି’ ବୃଦ୍ଧିକୁ ଛାତ୍ରଛାତ୍ରୀମାନେ ତୀବ୍ର ବିରୋଧ କରିଥିଲେ। ଅଧ୍ୟକ୍ଷଙ୍କ ସହ ଆଲୋଚନା ପରେ ମଧ୍ୟ ସମସ୍ୟା ସମାଧାନ ହୋଇନଥିଲା। ପରେ ଉତ୍ତେଜନା ନଥମିବାରୁ କଲେଜ କର୍ତ୍ତୃପକ୍ଷ ସାଇନ-ଏ-ଡାଏ ଘୋଷଣା କରିଥିଲେ।

ବାଲେଶ୍ୱର ଜିଲ୍ଲା ନୀଳଗିରି ସ୍ୱର୍ଣ୍ଣଚୂଡ଼ କଲେଜକୁ ମଧ୍ୟ ସାଇନ-ଏ- ଡାଏ ଘୋଷଣା କରାଯାଇଛି।  ସେଠାରେ ନିର୍ବାଚନ ପୂର୍ବରୁ ଉତ୍ତେଜନା ମୂଳକ ସ୍ଥିତି ପରିଲକ୍ଷିତ ହୋଇଥିଲା। ଏପରିକି ଗତକାଲି ରାତିରେ କଲେଜ ଫାଟକରେ କିଛି ଦୁର୍ବୃତ୍ତ ତାଲା ପକାଇ ଦେଇଥିଲେ।

ଆହୁରି ପଢ଼ନ୍ତୁ

ହାଜତ ମୃତ୍ୟୁକୁ ନେଇ କୋଡ଼ିଙ୍ଗାରେ ପ୍ରବଳ ଉତ୍ତେଜନା, ପୁଲିସର ଫ୍ଲାଗମାର୍ଚ୍ଚ

ନବୀନଙ୍କ ପଞ୍ଚମ ପାଳିରେ କେଉଁ ବିଭାଗ ମନ୍ତ୍ରୀଙ୍କ ପାଇଁ କ’ଣ ରହିଛି ଚ୍ୟାଲେଞ୍ଜ ?

ପୂଜା କରୁଥିବା ବେଳେ ପୂଜକଙ୍କ ଉପରେ ମାଡ଼ିଗଲା ଗାଡ଼ି

୧୮୫ କିଲୋମିଟର ବେଗରେ ବହିବ ପବନ, ଦେଢ ମିଟର ଉଚ୍ଚରେ ଉଠିବ ଜୁଆର

ଏଠି ରାତିରେ ଟଣା ହୁଏ ରଥ

“ବରେନ୍ଦ୍ର କୃଷ୍ଣଙ୍କ ସାହିତ୍ୟ, ସାମ୍ବାଦିକତା ଉପରେ ଗବେଷଣା ହେଉ”

ବଢ଼ି ଚାଲିଛି ଖାକି ଉତ୍ପାତ: ପବ୍ଲିକ୍‌ ଉପରେ ପୁଲିସର ଦାଦାଗିରି, ଦୁଇଟି ଭିଡିଓ ଭାଇରାଲ୍‌

ହିତାଧିକାରୀଙ୍କ ସଂଖ୍ୟାକୁ ବଢ଼ାଇ କାଳିଆ ଯୋଜନାରେ ହୋଇଛି ମହାଘୋଟାଲା:ବିଜେପି

ମନ୍ଦିରକୁ ଡାକି ପ୍ରେମିକାକୁ ହାଣିଲା, ନିଜେ ବି ହାଣିହେଲା

କେହି ଅଟକାଇଲେନି, ମ୍ୟାଟ୍ରିକ୍ ପରୀକ୍ଷା କେନ୍ଦ୍ରରେ ପଶି ପିଲାଙ୍କୁ କପି ଯୋଗାଇଲେ ଶହଶହ ଗ୍ରାମବାସୀ, ଦେଖନ୍ତୁ ଭିଡ଼ିଓ

‘ଓଡ଼ିଶା ବନ୍ଦ’ ପାଇଁ ଜିଲ୍ଲାପାଳଙ୍କୁ ସତର୍କ କରାଇଲେ ସରକାର, ସକାଳ ୯.୩୦ ସୁଦ୍ଧା ଅଫିସ୍ ଆସିବେ ସରକାରୀ କର୍ମଚାରୀ

‘ଯାତ୍ରା ଲେଖକଙ୍କୁ ମିଳୁ ସାହିତ୍ୟ ଏକାଡେମୀ ପୁରସ୍କାର’