ତିନି ବର୍ଷର ହିସାବ ରଖିଲା ବିଜେଡି: ପଢ଼ନ୍ତୁ କ’ଣ କହିଲେ ମନ୍ତ୍ରୀ

ଭୁବନେଶ୍ୱର: ବିଜେଡି ସରକାର ଚତୁର୍ଥ ପାଳିର ତୃତୀୟ ଇନିଂସରେ କେଉଁ କେଉଁ କ୍ଷେତ୍ରରେ ସଫଳ ହୋଇଛନ୍ତି ସେନେଇ ବିଭିନ୍ନ ବିଭାଗର ମନ୍ତ୍ରୀ ସେମାନଙ୍କ ହିସାବ ଦେଉଛନ୍ତି। ସେହି ଧାରାରେ ଆଜି ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ ସମ୍ପର୍କରେ ମନ୍ତ୍ରୀ ଅଶୋକ ପଣ୍ଡା ସୂଚନା ଦେଇଛନ୍ତି। ପ୍ରଥମ ଥର ପାଇଁ ଓଡ଼ିଶା ବାହାରେ ଜବାହର ଲାଲ୍‌ ନେହେରୁ ବିଶ୍ୱବିଦ୍ୟାଳୟରେ ଓଡିଆ ଚେୟାର ପ୍ରତିଷ୍ଠା କରାଯାଇଛି। ଓଡ଼ିଶା ସରକାରୀ ଭାଷା ନିୟମ ୨୦୧୬ ପ୍ରଣୟନ ହୋଇଛି। ଭାଗବତ ଟୁଙ୍ଗିର ପୁନରୁଦ୍ଧାର ପାଇଁ ୩ ବର୍ଷରେ ୯ କୋଟି ବ୍ୟୟ କରାଯାଇଛି। କଳାକାରଙ୍କ ପେନ୍‌ସନ୍‌ ୧ ହଜାରରୁ ୧୨ ଶହ ଟଙ୍କାକୁ ବୃଦ୍ଧି କରାଯାଇଛି।  ବିଗତ ୩ ବର୍ଷରେ ପର୍ଯ୍ୟଟକଙ୍କ ଆଗମନ ୧୪% ବଢ଼ିଛି।

ବହୁମୁଖୀ କାର୍ଯ୍ୟ ପାଇଁ ବିଶ୍ୱ କ୍ରୀଡ଼ା ମାନଚିତ୍ରରେ ଭୁବନେଶ୍ୱର ସ୍ଥାନ ପାଇଥିବା କ୍ରୀଡା ଓ ଯୁବ ବ୍ୟାପାର, ଏବଂ IT ମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା ସୂଚନା ଦେଇଛନ୍ତି। ଆସନ୍ତା ଜୁଲାଇରେ ରାଜଧାନୀରେ ଏସିଆନ ଅଲିମ୍ଫିକ୍ସ କ୍ରୀଡା ହେବାକୁ ଯାଉଛି। ଏଥିପାଇଁ ସରକାର ଅନେକ ପଦକ୍ଷେପ ନେଇଥିବା ସେ କହିଛନ୍ତି।