ବେଆଇନ୍‌ ଖଣିଜ ପରିବହନ ଉପରେ ରୋକ: ଟ୍ରକ୍‌ରେ ଲାଗିବ ଜିପିଏସ୍‌

ଭୁବନେଶ୍ୱର: ଖଣିଜ ପରିବହନ ଟ୍ରକରେ ବାଧ୍ୟତାମୂଳକ ହେଲା ଜିପିଏସ୍ ବ୍ୟବସ୍ଥା। ବେଆଇନ୍‌ ଖଣି କାରବାର ଓ ପରିବହନ ଉପରେ ରୋକ୍‌ ଲଗାଇବା ପାଇଁ ଏହି ବ୍ୟବସ୍ଥା ଲାଗୁ କରାଯାଇଛି। ଯେଉଁ ଟ୍ରକ୍‌ ମାଲିକ ଜିପିଏସ୍ ନ ଲଗାଇବେ ସେମାନେ ଖଣିଜ ପଦାର୍ଥ ପରିବହନ କରିପାରିବେ ନାହିଁ। ଖଣିଜ ପଦାର୍ଥ ପରିବହନ ପାଇଁ ପଞ୍ଜୀକୃତ ହୋଇଥିବା ୩୨,୪୦୦ ଟ୍ରକରୁ ୨୪,୦୦୦ ଟ୍ରକରେ ଜିପିଏସ୍ ଲାଗିଛି ବୋଲି ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ କହିଛନ୍ତି। ଖଣିଜ ପରିବହନ କରୁଥିବା ଟ୍ରକ […]

truck in gps

truck in gps

Rakesh Mallick
  • Published: Monday, 01 May 2017
  • Updated: 01 May 2017, 07:14 PM IST

Sports

Latest News

ଭୁବନେଶ୍ୱର: ଖଣିଜ ପରିବହନ ଟ୍ରକରେ ବାଧ୍ୟତାମୂଳକ ହେଲା ଜିପିଏସ୍ ବ୍ୟବସ୍ଥା। ବେଆଇନ୍‌ ଖଣି କାରବାର ଓ ପରିବହନ ଉପରେ ରୋକ୍‌ ଲଗାଇବା ପାଇଁ ଏହି ବ୍ୟବସ୍ଥା ଲାଗୁ କରାଯାଇଛି। ଯେଉଁ ଟ୍ରକ୍‌ ମାଲିକ ଜିପିଏସ୍ ନ ଲଗାଇବେ ସେମାନେ ଖଣିଜ ପଦାର୍ଥ ପରିବହନ କରିପାରିବେ ନାହିଁ।

ଖଣିଜ ପଦାର୍ଥ ପରିବହନ ପାଇଁ ପଞ୍ଜୀକୃତ ହୋଇଥିବା ୩୨,୪୦୦ ଟ୍ରକରୁ ୨୪,୦୦୦ ଟ୍ରକରେ ଜିପିଏସ୍ ଲାଗିଛି ବୋଲି ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ କହିଛନ୍ତି।

ଖଣିଜ ପରିବହନ କରୁଥିବା ଟ୍ରକ ଓ ଟିପ୍ପର ମାଲିକ ସଂଘ ଏହି ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ବଜାରରେ ଆବଶ୍ୟକ ଜିପିଏସ୍ ଉପକରଣ ମିଳୁନଥିବା ସେମାନେ କହିଛନ୍ତି। ତେଣୁ ସମୟ ସୀମା ବଢାଇବା ଲାଗି ସେମାନେ ଦାବି କରିଛନ୍ତି।

କେନ୍ଦୁଝର ଟ୍ରକ ମାଲିକ ସଂଘ ଉପସଭାପତି ରାମଚନ୍ଦ୍ର ରାଉତ କହିଛନ୍ତି,“ଜିପିଏସ୍‌ ସମସ୍ତ ଗାଡ଼ିରେ ଲାଗି ସାରିବା ସାରିଲା ପରେ ନିୟମକୁ କାର୍ଯ୍ୟକାରୀ କରାଯାଉ। ଅଧପନ୍ତରିଆ ଭାବେ ଆଇନ୍‌କୁ କାର୍ଯ୍ୟକାରୀ କଲେ ଗାଡ଼ି ଗୁଡ଼ିକ ଚାଲିପାରିବ ନାହିଁ।”

ଖଣିଜ ପରିବହନ ସାଙ୍ଗକୁ ଟ୍ରକ ମାଲିକ ସଂଘର ମନମୁଖୀ କାର୍ଯ୍ୟକଳାପ ଉପରେ ରୋକ ଲଗାଇବା ପାଇଁ ଗତବର୍ଷ  ଡିସେମ୍ବର ୨୮ ସୁଦ୍ଧା ଜିପିଏସ୍ ବାଧ୍ୟତାମୂଳକ କରିବାକୁ ସରକାର ଧାର୍ଯ୍ୟ କରିଥିଲେ। ତେବେ ଏହାର ଚାରି ମାସ ପରେ ମଧ୍ୟ ଟ୍ରକ୍ ମାଲିକ ତାହା ପାଳନ କରିନାହାନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos