ଚେନ୍ନାଇ ଯାଇଥିବା ଦୁଇ ଦାଦନ ଶ୍ରମିକଙ୍କ ମୃତ୍ୟୁ

ରାୟଗଡ଼ା: ଦାଦନ ଦୁଃଖ ନେଲା ଜୀବନ। ପରିବାରର ଦୁଃଖ ଲାଘବ କରିବାକୁ ଆସି ଚେନ୍ନାଇରେ ଜୀବନ ଗଲା। ଗତମାସ ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ ଉର୍ଲାଯୋଡ଼ା ଗାଁର ସଦାଶିବ କୁଟୁଳା ଓ ମୁଣ୍ଡାପାଇ ଗାଁର ବୃନ୍ଦାବନ କୁଟୁକା ଦାନନ ଖଟିବାକୁ ଚେନ୍ନାଇ ଯାଇଥିଲେ। ସେଠାରେ ସେମାନେ ଏମ୍‌.ଏସ୍‌ ବିଲଡରର୍ସ ଅଧୀନରେ ଠିକା କାମ କରୁଥିଲେ। ଗତକାଲି ରାତିରେ କାମ ଚାଲୁଥିବା କାନ୍ଥ ଭାଶୁଡି ପଡ଼ିଥିଲା। ଫଳରେ କାନ୍ଥ ତଳେ ଚାପି ହୋଇ ସଦାଶିବ ଓ ବୃନ୍ଦାବନଙ୍କ ମୃତ୍ୟୁ ଘଟିଥିଲା। ଏ ସମ୍ପର୍କରେ ଠିକା ସଂସ୍ଥା ପକ୍ଷରୁ ଫୋନ ମାଧ୍ୟମରେ ପରିବାର ଲୋକଙ୍କୁ ଖବର ଦେଇଥିଲା। ପରେ ମୃତ ପରିବାର ଓ ଗାଁ ଲୋକେ ବିଷମକଟକ ଥାନାରେ ଅଭିଯୋଗ କରିଥିଲେ।

ଅନ୍ୟପକ୍ଷରେ ଜିଲ୍ଲା ଶ୍ରମ ଅଧିକାରୀ କହିଛନ୍ତି ମୃତଦେହ ଆଣିବାର ବ୍ୟବସ୍ଥା କରାଯାଉଛି।