ବିଜେପି ନଜରରେ ‘ଓଡ଼ିଶା’

ଭୁବନେଶ୍ୱର: ନବକଳେବର ବିଭ୍ରାଟ, ଚାଷୀ ଆତ୍ମହତ୍ୟା, ଚିଟଫଣ୍ଡ ମାମଲାକୁ ନେଇ ରାଜ୍ୟ ସରକାର ନିନ୍ଦିତ ହୋଇଛନ୍ତି। ସାଧାରଣ ଲୋକଙ୍କ ଆଗରେ ବିଜେଡି ନିର୍ମଳ ଛବି କିଛିଟା ମଳିନ ପଡିଛି। ଏହାସହ ଦଳ ମଧ୍ୟରେ ଥିବା ଗୋଷ୍ଠୀ କନ୍ଦଳ ଧୀରେ ଧୀରେ ପଦାକୁ ଆସିବାରେ ଲାଗିଛି। ଏପରି ପରିସ୍ଥିତିରେ ବିଜେଡି ଉବୁଟୁବୁ ହେଉଥିବା ବେଳେ ବିଜେପି ନଜର ପକାଇଛି ଓଡ଼ିଶା ଉପରେ। ରାଜ୍ୟକୁ ଆସୁଛନ୍ତି ଜଣଙ୍କ ପରେ ଜଣେ କେନ୍ଦ୍ର ମନ୍ତ୍ରୀ। ମାସକ ମଧ୍ୟରେ ୬ଜଣ କେନ୍ଦ୍ରମନ୍ତ୍ରୀଙ୍କ ପାଦ […]

BJP

BJP

Rakesh Mallick
  • Published: Tuesday, 02 February 2016
  • Updated: 03 February 2016, 03:02 AM IST

ଭୁବନେଶ୍ୱର: ନବକଳେବର ବିଭ୍ରାଟ, ଚାଷୀ ଆତ୍ମହତ୍ୟା, ଚିଟଫଣ୍ଡ ମାମଲାକୁ ନେଇ ରାଜ୍ୟ ସରକାର ନିନ୍ଦିତ ହୋଇଛନ୍ତି। ସାଧାରଣ ଲୋକଙ୍କ ଆଗରେ ବିଜେଡି ନିର୍ମଳ ଛବି କିଛିଟା ମଳିନ ପଡିଛି। ଏହାସହ ଦଳ ମଧ୍ୟରେ ଥିବା ଗୋଷ୍ଠୀ କନ୍ଦଳ ଧୀରେ ଧୀରେ ପଦାକୁ ଆସିବାରେ ଲାଗିଛି। ଏପରି ପରିସ୍ଥିତିରେ ବିଜେଡି ଉବୁଟୁବୁ ହେଉଥିବା ବେଳେ ବିଜେପି ନଜର ପକାଇଛି ଓଡ଼ିଶା ଉପରେ।

ରାଜ୍ୟକୁ ଆସୁଛନ୍ତି ଜଣଙ୍କ ପରେ ଜଣେ କେନ୍ଦ୍ର ମନ୍ତ୍ରୀ। ମାସକ ମଧ୍ୟରେ ୬ଜଣ କେନ୍ଦ୍ରମନ୍ତ୍ରୀଙ୍କ ପାଦ ପଡିସାରିଲାଣି ଓଡ଼ିଶାରେ। ଆଉ ଚଳିତମାସ ପ୍ରଧାନମନ୍ତ୍ରୀ ଦୁଇ ଦୁଇ ଥର ଓଡ଼ିଶା ଆସୁଛନ୍ତି। ଏହାସହ କେନ୍ଦ୍ର ସ୍ୱରାଷ୍ଟ ମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ଆସିବେ ଦୁଇଦିନିଆ ଓଡ଼ିଶା ଗସ୍ତରେ। ଏଥିରୁ ବିଜେପି ଯେ ‘ଓଡ଼ିଶା’ ଉପରେ ତା’ର ନଜର କେନ୍ଦ୍ରୀଭୂତ କରିଛି କହିଲେ ଭୁଲ ହେବ ନାହିଁ।

ବର୍ଷ ଆରମ୍ଭରୁ ଓଡ଼ିଶା ଆସିଛନ୍ତି ନରେନ୍ଦ୍ର ତୋମାର, ମନୋଜ ସିହ୍ନା, ଜୟନ୍ତ ସିହ୍ନା, ମୋହନ ଭାଇ କୁନ୍ଦରିଆ, ରାଜୀବ ପ୍ରତାପ ରୁଢୀ, ଉମା ଭାରତୀ। ଏମାନେ ବିଭିନ୍ନ କାର୍ଯ୍ୟର ସମୀକ୍ଷା ମଧ୍ୟ କରିଛନ୍ତି। ୭ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଆସିବେ। ଏହି ଅବସରରେ ସେ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବା ସହ ପାରାଦୀପ ତୈଳ ବିଶୋଧନାଗାର ଲୋକାର୍ପଣ କରିବେ। ପୁଣି ୨୧ରେ ପ୍ରଧାନମନ୍ତ୍ରୀ ଓଡ଼ିଶା ଆସିବାକୁ କାର୍ଯ୍ୟକ୍ରମ ସ୍ଥିର ହୋଇଛି। ବରଗଡରେ ହେବାକୁ ଥିବା କୃଷକ ସମାବେଶାରେ ମୋଦି ଯୋଗଦେଇ ଉଦବୋଧନ ଦେବେ। ଏହାସହ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଆସିଥିବା କୃଷକଙ୍କ ସହ ସେମାନଙ୍କ ସମସ୍ୟା ବିଷୟରେ ଆଲୋଚନା ମଧ୍ୟ କରିବେ ବୋଲି ଜଣାପଡିଛି। ବିଜେପି ଆଗାମୀ ଦିନରେ ୪ଟି ରାଜ୍ୟରେ କୃଷକ ସମାବେଶ କରିବାକୁ ଯାଉଛି। ଆଉ ଏହା ଆରମ୍ଭ କରୁଛି ଓଡ଼ିଶାରୁ। ପ୍ରଧାନମନ୍ତ୍ରୀ ଓଡ଼ିଶାବାସୀଙ୍କୁ ବହୁତ ଭଲ ପାଇଥାନ୍ତି, ତେଣୁ ଓଡ଼ିଶାରୁ କୃଷକ ସମେବେଶ ଆରମ୍ଭ କରୁଛନ୍ତି ବୋଲି ରାଜ୍ୟ ବିଜେପିର ନେତାମାନେ କହି ଲୋକଙ୍କ ନିକଟତର ହେବାକୁ ଚେଷ୍ଟା କରୁଛନ୍ତି। ଏହାଦ୍ୱାରା ଦଳ ଗରିବ ଓ ଖଟିଖିଆଙ୍କ ସହ ଥିବା ସମସ୍ତଙ୍କ ଧାରଣା ହେବ। ଯାହା ଭବିଷ୍ୟତରେ ରାଜ୍ୟ ବିଜେପି ପାଇଁ ଲାଭଦାୟକ ହେବ ବୋଲି ଦଳ ବିଚାର କରୁଛି।

ସେହିପରି କେନ୍ଦ୍ର ସ୍ୱରାଷ୍ଟ ମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ଚଳିତମାସ ୧୮ ଓ ୧୯ ତାରିଖରେ ଦୁଇଦିନ ପାଇଁ ଓଡ଼ିଶା ଆସୁଛନ୍ତି। ଏହି ସମୟରେ ସେ ମାଓ ସ୍ଥିତିର ସମୀକ୍ଷା କରିବେ।

ଅନ୍ୟପକ୍ଷେ କେନ୍ଦ୍ର ମନ୍ତ୍ରୀଙ୍କ ଘନ ଘନ ଓଡ଼ିଶା ଗସ୍ତ ନେଇ ରାଜ୍ୟ ରାଜନୀତି ମଧ୍ୟ ଜୋର ଧରିଛି। କେନ୍ଦ୍ର ମନ୍ତ୍ରୀ ଓଡ଼ିଶାରେ ଆସିଲେ ବିଜେଡି ଉପରେ ଏହାର କିଛି ଫରକ ପଡିବ ନାହିଁ ବୋଲି ଦଳ କହୁଛି। ବିଜେଡି ମୁଖପାତ୍ର ପ୍ରତାପ ଜେନା କହିଛନ୍ତି, ମନ୍ତ୍ରୀମାନେ ଓଡ଼ିଶା ଆସିବା ନେଇ କିଛି ପ୍ରତିବନ୍ଧକ ନାହିଁ। ଏଠାକୁ ଆସି କେବଳ ଭାଷଣ ନ ଦେଇ ରାଜ୍ୟବାସୀଙ୍କ ପାଇଁ କିଛି କାମ କରନ୍ତୁ। ଉପା ସରକାର ବେଳେ ମଧ୍ୟ କେନ୍ଦ୍ରମନ୍ତ୍ରୀ ଆସୁଥିଲେ। ଭଲ କାମ ପାଇଁ ପ୍ରଶଂସା ମଧ୍ୟ କରୁଥିଲେ। ଏବେ ଏନଡିଏର ମନ୍ତ୍ରୀମାନେ ମଧ୍ୟ ରାଜ୍ୟ ସରକାରଙ୍କୁ ବିଭିନ୍ନ କାମ ପାଇଁ ପ୍ରଶଂସା କରୁଛନ୍ତି।

ସେହିପରି ପ୍ରଧାନମନ୍ତ୍ରୀଙ୍କ ପାରାଦୀପ ଗସ୍ତ ଓ ଆଇଓସିଏଲ ଲୋକାର୍ପଣ ଉତ୍ସବକୁ ନେଇ ଉଭୟ ବିଜେଡି ଓ ବିଜେପି ଶିବିର ଚଳଚଞ୍ଚଳ ହୋଇପଡିଛି। ବିଶେଷକରି ଦୁଇ ଦଳ ମଧ୍ୟରେ ପୋଷ୍ଟର ୱାର ଆରମ୍ଭ ହୋଇଯାଇଛି। ଭୁବନେଶ୍ୱରରୁ ପାରାଦୀପ ସବୁଠି ଦୁଇ ଦଳର ପୋଷ୍ଟର ଦେଖିବାକୁ ମିଳୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story