ଉତ୍ତର ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଆଜି ହୋଇପାରେ କାଳବୈଶାଖୀ

ଭୁବନେଶ୍ୱର: ଉତ୍ତର ଓ ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ସ୍ଥାନରେ ଆଜି ଅପରାହ୍ନରେ କାଳବୈଶାଖୀ ହେବାର ସମ୍ଭାବନା ରହିଛି। ଖୋର୍ଦ୍ଧା, କଟକ, ଅନୁଗୋଳ, ଯାଜପୁର, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର ଓ ଭଦ୍ରକରେ ବର୍ଷା ସମ୍ଭାବନା ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ପୂର୍ବାନୁମାନ କରାଯାଇଛି। ଟ୍ରାପ୍‌ଲାଇନ୍‌ ଯୋଗୁଁ ଆଜି ଉତ୍ତର ଓ ଆଭ୍ୟନ୍ତରୀଣ ଓଡ଼ିଶାରେ କାଳବୈଶାଖୀ ଓ ବର୍ଷା ହେବାର ସମ୍ଭାବନା ସୃଷ୍ଟି ହୋଇଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଶରତ ସାହୁ […]

saratsahu

saratsahu

Rakesh Mallick
  • Published: Monday, 28 March 2016
  • Updated: 28 March 2016, 05:40 AM IST

Sports

Latest News

[caption id="attachment_76060" align="alignleft" width="300"]saratsahu ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଶରତ ସାହୁ[/caption]

ଭୁବନେଶ୍ୱର: ଉତ୍ତର ଓ ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ସ୍ଥାନରେ ଆଜି ଅପରାହ୍ନରେ କାଳବୈଶାଖୀ ହେବାର ସମ୍ଭାବନା ରହିଛି। ଖୋର୍ଦ୍ଧା, କଟକ, ଅନୁଗୋଳ, ଯାଜପୁର, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର ଓ ଭଦ୍ରକରେ ବର୍ଷା ସମ୍ଭାବନା ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ପୂର୍ବାନୁମାନ କରାଯାଇଛି।

ଟ୍ରାପ୍‌ଲାଇନ୍‌ ଯୋଗୁଁ ଆଜି ଉତ୍ତର ଓ ଆଭ୍ୟନ୍ତରୀଣ ଓଡ଼ିଶାରେ କାଳବୈଶାଖୀ ଓ ବର୍ଷା ହେବାର ସମ୍ଭାବନା ସୃଷ୍ଟି ହୋଇଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଶରତ ସାହୁ କହିଛନ୍ତି।

ସେ କହିଛନ୍ତି,“ଆଭ୍ୟନ୍ତରୀଣ ଓଡ଼ିଶାରେ କେବଳ ଆଜି ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତାକାଲି ଏ ଅଞ୍ଚଳରେ ବର୍ଷା ହେବାର ସମ୍ଭାବନା ନାହିଁ। ତେଣୁ ଆସନ୍ତାକାଲିଠାରୁ ଆଭ୍ୟନ୍ତରୀଣ ଓଡ଼ିଶାରେ ଧୀରେ ଧୀରେ ତାପମାତ୍ରା ବଢ଼ିବ।”

ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ ଆଜି ପଶ୍ଚିମ ଓ ଉପକୂଳ ଓଡ଼ିଶାରେ ତାପାମାତ୍ରା କମ୍ ରହିବ। ଆସନ୍ତାକାଲିଠାରୁ ପଶ୍ଚିମ ଓଡ଼ିଶାରେ ତାପମାତ୍ରା ବଢ଼ିପାରେ। ତେବେ ଉପକୂଳ ଓଡ଼ିଶାର ତାପମାତ୍ରା ବଢ଼ିବ ନାହିଁ। ଏପ୍ରିଲ୍ ୨ ବା ୩ ତାରିଖ ପର୍ଯ୍ୟନ୍ତ ଏ ଅଞ୍ଚଳରେ ତାପମାତ୍ରା ୩୬ରୁ ୩୮ ଡିଗ୍ରୀ ମଧ୍ୟରେ ରହିବ।

ଶରତ ସାହୁ କହିଛନ୍ତି,“ବର୍ତ୍ତମାନ ରାଜ୍ୟରେ ବୋହୁ ଥିବା ପବନର ଗତି ପ୍ରାୟ ଉତ୍ତର-ପଶ୍ଚିମ ଦିଗରୁ ରହୁଛି। ଏହା ଦ୍ୱାରା ତାପମାତ୍ରା ବଢ଼େ ନାହିଁ। ଦକ୍ଷିଣ-ପଶ୍ଚିମ ବା ପଶ୍ଚିମ ଦିଗରୁ ପବନ ବୋହିଲେ ତାପାମାତ୍ରା ଅଧିକ ବଢ଼ିଥାଏ। କାରଣ ସେପଟରେ ପାଗ ଗରମ ରହୁଛି। କିନ୍ତୁ ଉତ୍ତର ଦିଗରେ ତାପାମାତ୍ର ଏତେ ଅଧିକ ହୋଇନି। ତେଣୁ ଗରମ ଅଧିକ ହୋଇ ନ ପାରେ। ବିଶେଷ କରି ପଶ୍ଚିମ ଓଡ଼ିଶା ଓ ଉପକୂଳ ଓଡ଼ିଶାରେ ଆଜି ତାମପାତ୍ରା କମ୍ ରହିବ। କିନ୍ତୁ ଆସନ୍ତାକାଲିଠାରୁ ପଶ୍ଚିମ ଓଡ଼ିଶାରେ ତାପାମାତ୍ର ବଢ଼ିପାରେ। ତେବେ ଉପକୂଳ ଓଡ଼ିଶାରେ ତାପମାତ୍ରା ଅଧିକ ବଢ଼ିବ ନାହିଁ। ଉପକୂଳ ଓଡ଼ିଶାରେ ତାପମାତ୍ର ୩୬ ଡିଗ୍ରୀରୁ ୩୮ ଡିଗ୍ରୀ ମଧ୍ୟରେ ରହିପାରେ। ଏପ୍ରିଲ୍ ୨ ବା ୩ ତାରିଖ ପର୍ଯ୍ୟନ୍ତ ଏହି ସ୍ଥିତି ଜାରି ରହିବ। କାରଣ ସାମୁଦ୍ରିକ ପବନର ପ୍ରଭାବ ରହିବ। ସେହିପରି ଆସନ୍ତା ଦୁଇ ତିନି ଦିନ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶାର କାଁ ଭାଁ ସ୍ଥାନରେ କାଳବୈଶାଖୀ ବା ବର୍ଷା ହେବାର ସମ୍ଭାବନା ରହିଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos