ଖୁବଶୀଘ୍ର ଓଡ଼ିଶାକୁ ମିଳିବ ଫାଇଲିନ୍ ବକେୟା: କେନ୍ଦ୍ର ଗୃହମନ୍ତ୍ରୀ

ନୂଆଦିଲ୍ଲୀ: ବିଜେଡି ସାଂସଦ ଭର୍ତ୍ତୃହରି ମହତାବ ଗୁରୁବାର ସଂସଦରେ ଓଡ଼ିଶାକୁ ଅବହେଳା ପ୍ରସଙ୍ଗ ଉଠାଇଥିଲେ। ଏଯାଏଁ ଓଡ଼ିଶାକୁ କେନ୍ଦ୍ରଠାରୁ ସଂପୂର୍ଣ୍ଣ ଭାବେ ଫାଇଲିନ୍ ସହାୟତା ମିଳି ନ ଥିବା ସେ କହିଥିଲେ । ଫାଇଲିନ୍ ସମୟରେ ଓଡ଼ିଶା ସରକାରଙ୍କ ଉଦ୍ୟମ ଯୋଗୁଁ ବହୁତ କମ୍ ଜୀବନ ହାନି ଘଟିଥିବା ସେ କହିଥିଲେ । ତେବେ ଅତି ଶୀଘ୍ର ଫଣ୍ଡ ରିଲିଜ୍ କରି ଦିଆଯିବ ବୋଲି କହିଥିଲେ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ।

ଫାଇଲିନ୍ ବାବଦ ବକେୟା ଅର୍ଥ ଦେବା ଲାଗି ଗତ ୨୮ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ କେନ୍ଦ୍ର ଅର୍ଥ ମନ୍ତ୍ରୀ ଅରୁଣ ଜେଟଲୀଙ୍କୁ ଚିଠି ଲେଖିଥିଲେ।