ମେଡିକାଲ କାଉନସେଲିଂ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମେଡିକାଲ ଆଡମିଶନ୍ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଆସନ୍ତା ୨୦ରୁ ୨୫ ତାରିଖ ମଧ୍ୟରେ ଛାତ୍ରଛାତ୍ରୀମାନେ OJEE.NIC.IN ଅନଲାଇନ୍ ଯୋଗେ କାଉନସେଲିଂ ପାଇଁ ରେଜିଷ୍ଟ୍ରେସନ୍ କରିବେ। ପ୍ରଥମ ପର୍ଯ୍ୟାୟ ଆଡମିଶନ ଲାଗି ୨୬ ଜୁନରେ ପଞ୍ଜିକୃତ ଛାତ୍ରଛାତ୍ରୀଙ୍କ ତାଲିକା ପ୍ରକାଶ ପାଇବ।୨୬ରୁ ୨୯ ତାରିଖ ମଧ୍ୟରେ ଡକ୍ୟୁମେଣ୍ଟ ଭେରିଫିକେସନ୍ ହୋଇ ଜୁନ୍ ୩୦ ତାରିଖରେ ପ୍ରକାଶ ପାଇବ।

ଷ୍ଟେଟ୍ ମେରିଟ ଲିଷ୍ଟ ଜୁନ୍ ୧ ଓ ୨ ତାରିଖରେ ଛାତ୍ରଛାତ୍ରୀମାନେ ଚଏସ୍ ଫିଲିଂ ଓ ଲକିଂ କରିବେ। ଜୁଲାଇ ୫ରୁ ୯ ତାରିଖ ଯାଏ ପ୍ରଥମ ପର୍ଯ୍ୟାୟ ଲାଗି ପ୍ରୋଭିଜନାଲ୍ ଆଡମିଶନ୍ ହେବ ବୋଲି ଓଜେଇଇ ପକ୍ଷରୁ ସୂଚନା ଦିଆଯାଇଛି।

This website uses cookies to improve your experience. We'll assume you're ok with this, but you can opt-out if you wish. AcceptRead More