ଓଜେଏସ୍‌ ମେନ୍‌ ପରୀକ୍ଷାରେ ୭୨ କୃତକାର୍ଯ୍ୟ

ଭୁବନେଶ୍ୱର: ଓଡ଼ିଶା ଜୁଡିସିଆଲ ସର୍ଭିସ (ଓଜେଏସ୍‌) ୨୦୧୬ର ମେନ୍‌ ପରୀକ୍ଷା ଫଳ ପ୍ରକାଶ ପାଇଛି। ୧୫୩ଟି ପଦବୀ ପାଇଁ ହୋଇଥିବା ଏହି ପରୀକ୍ଷାରେ ମୋଟ୍‌ ୭୨ ଜଣ କୃତକାର୍ଯ୍ୟ ହୋଇଛନ୍ତି।

ଫେବୃଆରୀ ୨୩ ତାରିଖରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀଙ୍କର ସାକ୍ଷାତକାର ନିଅରଯିବ।

୨୦୧୬ ମସିହା ପାଇଁ ମୋଟ ୧୫୩ଟି ସିଭିଲ ଜଜ୍‌ ପଦବୀ ଲାଗି ଓପିଏସ୍‌ସି ଏହି ପରୀକ୍ଷା କରୁଛି।