ଓଡ଼ିଶା ନଲେଜ୍ କର୍ପୋରେସନରେ ଘୋଟାଲା ଅଭିଯୋଗ: ସ୍ପଷ୍ଟୀକରଣ ମାଗିଲା କେନ୍ଦ୍ର

ଭୁବନେଶ୍ୱର: କଂପ୍ୟୁଟର ଶିକ୍ଷାର ବିକାଶ ପାଇଁ ପ୍ରତିଷ୍ଠା ହୋଇଥିବା ଓଡ଼ିଶା ନଲେଜ୍ କର୍ପୋରେସନରେ ଅର୍ଥ ତୋସରପାତ ଅଭିଯୋଗ ନେଇ ତନାଘନା ଆରମ୍ଭ ହୋଇଛି। ଅଭିଯୋଗ କେନ୍ଦ୍ର ସରକାରଙ୍କ ପାଖରେ ପହଞ୍ଚିବା ପରେ ସ୍ପଷ୍ଟୀକରଣ ମାଗିଛି କେନ୍ଦ୍ର ମାନବ ସମ୍ୱଳ ମନ୍ତ୍ରଣାଳୟ। ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗଙ୍କ ଅଭିଯୋଗକୁ ଆଧାର କରି ସ୍ପଷ୍ଟୀକରଣ ମାଗିଛି କେନ୍ଦ୍ର। ଆଉ କେନ୍ଦ୍ରର ତନାଘନା ପରେ ତତ୍ପରତା ଦେଖାଇଛି ରାଜ୍ୟ ଗଣଶିକ୍ଷା ବିଭାଗ। ରାଷ୍ଟ୍ରୀୟ ମାଧ୍ୟମିକ ଶିକ୍ଷାର ରାଜ୍ୟ ସଂଯୋଜକଙ୍କୁ ଚିଠି ଲେଖି […]

okcl

okcl

Rakesh Mallick
  • Published: Thursday, 31 December 2015
  • Updated: 31 December 2015, 04:41 PM IST

Sports

Latest News

okclଭୁବନେଶ୍ୱର: କଂପ୍ୟୁଟର ଶିକ୍ଷାର ବିକାଶ ପାଇଁ ପ୍ରତିଷ୍ଠା ହୋଇଥିବା ଓଡ଼ିଶା ନଲେଜ୍ କର୍ପୋରେସନରେ ଅର୍ଥ ତୋସରପାତ ଅଭିଯୋଗ ନେଇ ତନାଘନା ଆରମ୍ଭ ହୋଇଛି। ଅଭିଯୋଗ କେନ୍ଦ୍ର ସରକାରଙ୍କ ପାଖରେ ପହଞ୍ଚିବା ପରେ ସ୍ପଷ୍ଟୀକରଣ ମାଗିଛି କେନ୍ଦ୍ର ମାନବ ସମ୍ୱଳ ମନ୍ତ୍ରଣାଳୟ। ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗଙ୍କ ଅଭିଯୋଗକୁ ଆଧାର କରି ସ୍ପଷ୍ଟୀକରଣ ମାଗିଛି କେନ୍ଦ୍ର। ଆଉ କେନ୍ଦ୍ରର ତନାଘନା ପରେ ତତ୍ପରତା ଦେଖାଇଛି ରାଜ୍ୟ ଗଣଶିକ୍ଷା ବିଭାଗ। ରାଷ୍ଟ୍ରୀୟ ମାଧ୍ୟମିକ ଶିକ୍ଷାର ରାଜ୍ୟ ସଂଯୋଜକଙ୍କୁ ଚିଠି ଲେଖି ଜାନୁଆରୀ୧୦ ଭିତରେ ତଥ୍ୟ ମାଗିଛି ବିଭାଗ।

ଅନ୍ୟପକ୍ଷରେ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ଓଡ଼ିଶା ନଲେଜ୍ କର୍ପୋରେସନର ପରିଚାଳନା ନିର୍ଦ୍ଦେଶକ ସନ୍ତୋଷ ବାରିକ। ରାଜ୍ୟର ୪ ହଜାର ସ୍କୁଲରେ କଂପ୍ୟୁଟର ପ୍ରଶିକ୍ଷଣ ପାଇଁ ଦାୟିତ୍ୱ ନେଇଥିବା ଏହି ସଂସ୍ଥା ଏଥିପାଇଁ ଅନ୍ୟ ୨ଟି ସଂସ୍ଥା ଟିସିଆଇଏଲ୍ ଓ ଆଇଏଲ୍ ଏଫଏସକୁ ନିୟୋଜନ କରିଥିଲା। ଏମାନଙ୍କ ଭିତରୁ ଆଇଏଲଏଫଏସ୍ କାମରେ ଅବହେଳା କରିଥିବାରୁ ତାକୁ ଆଇନଗତ ନୋଟିସ ପଠାଯାଇଛି ବୋଲି ସେ କହିଛନ୍ତି।

ବିଜେପି ପକ୍ଷରୁ ଏ ଘଟଣା ମୁଖ୍ୟମନ୍ତ୍ରୀ ଜବାବ ଦିଅନ୍ତୁ ବୋଲି ଦାବି କରିଛି। ତା’ସହିତ ଘଟଣାର ସିବିଆଇ ତଦନ୍ତ କରାଯାଉ ବୋଲି ଦାବି କରିଛି। ବିଜେପି ମୁଖପାତ୍ର ସମୀର ମହାନ୍ତି କହିଛନ୍ତି ଯେ କଂପ୍ୟୁଟର ଶିକ୍ଷା ପାଇଁ କେନ୍ଦ୍ର ସରକାର ୨୦୦ କୋଟି ଟଙ୍କା ଦେଇଥିଲେ। ସେଥିରୁ ରାଜ୍ୟ ସରକାର ୧୭୭ କୋଟି ଟଙ୍କା ଓଡ଼ିଶା ନଲେଜ୍ କର୍ପୋରେସନକୁ ଦେଇଥିଲେ। କିନ୍ତୁ ଓଡ଼ିଶା ନଲେଜ୍ କର୍ପୋରେସନ ଏଥିରେ ଆଇଏଲ୍ଏଫଏସକୁ ନିୟୋଜନ କରିଥିଲା। ଆଇଏଲ୍ ଏଫଏସକୁ ନିୟୋଜନ କାହିଁକି ଆଇଏଲ୍ଏଫଏସକୁ ନିୟୋଜନ କଲା ତାହାର ତଦନ୍ତ ହେବା ଦରକାର। ଏ ଘଟଣାରେ ବିଜେପି ସିବିଆଇ ତଦନ୍ତ ଦାବି କରୁଛି। ତା’ସହିତ ମୁଖ୍ୟମନ୍ତ୍ରୀ ବି ଜବାବ ଦିଅନ୍ତୁ।

ରାଜ୍ୟରେ କମ୍ପୁଟର ଶିକ୍ଷାର ବିକାଶ ଓ ତୃଣମୂଳ ସ୍ତରରେ ଏହାକୁ ପହଞ୍ଚାଇବା ଲକ୍ଷ୍ୟରେ ୨୦୧୧ ଅଗଷ୍ଟରେ ରାଜ୍ୟ ସରାକାର ମହାରାଷ୍ଟ୍ର ନଲେଜ କର୍ପୋରେସନ ସହ ଚୁକ୍ତିନାମା କରିଥିଲେ। ଗୋଟିଏ ମାସ ପରେ ଏହି କାମକୁ ଆଗକୁ ନେବାକୁ ଗଠନ ହୋଇଥିଲା ଓଡ଼ିଶା ନଲେଜ୍ କର୍ପୋରେସନ। ସେବେଠାରୁ ଏହାର ଅଧ୍ୟକ୍ଷ ରହୁଥିଲେ ମୁଖ୍ୟ ଶାସନ ସଚିବ। କିନ୍ତୁ ସରକାରଙ୍କ ନିଷ୍ପତ୍ତି ଅନୁସାରେ ଡିସେମ୍ୱର ୩୦ ତାରିଖରୁ ଏହାର ଅଧ୍ୟକ୍ଷ ହୋଇଛନ୍ତି ଉଚ୍ଚଶିକ୍ଷା ସଚିବ। ସେହିପରି ନିର୍ଦ୍ଦେଶକ ହୋଇଛନ୍ତି ଗଣଶିକ୍ଷା ସଚିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos