ଢେଙ୍କାନାଳ: ଓଲଟିଲା ଯାତ୍ରୀବାହୀ ବସ୍, ୩୦ ଆହତ

ଢେଙ୍କାନାଳ:ଢେଙ୍କାନାଳ ସୋରିଶିଆପଦାରେ ଆଜି ଏକ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ପ୍ରାୟ ୩୦ଜଣ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି। ଆହତମାନଙ୍କୁ ଢେଙ୍କାନାଳ ଓ ଗଁଦିଆ ହସ୍ପିଟାଲରେ ଚିକିତ୍ସା କରାଯାଉଛି। ଏହି ବସଟି ଗଁଦିଆରୁ ଢେଙ୍କାନାଳ ଅଭିମୁଖେ ଯାଉଥିଲା। ତେବେ ବସଟି ଭାରସାମ୍ୟ ହରାଇ ସୋରିଶିଆ ଗାଁ ନିକଟରେ ଓଲଟି ପଡ଼ିଥିଲା।