ଗୁଣି ଗାରେଡ଼ି ସନ୍ଦେହରେ ବୃଦ୍ଧ ଦମ୍ପତିଙ୍କୁ ଜାଳିଦେଲେ!

ଯାଜପୁର (ଅଭୟ ପତି): ଯାଜପୁର ଜିଲ୍ଲା କଳିଙ୍ଗନଗର ଥାନା ଅନ୍ତର୍ଗତ ନିମପଲ୍ଲୀ ଗାଁରେ ଅଭାବନୀୟ ଘଟଣା ଘଟିଛି। ଏକ ବୃଦ୍ଧ ଦମ୍ପତିଙ୍କୁ ଘର ଭିତରେ ଜିଅନ୍ତା ଜାଳି ଦିଆଯାଇଥିବା ଅଭିଯୋଗ ହୋଇଛି। ସେମାନେ ହେଲେ ଶୈଳ ବାଲ ମୁଖୀ ଓ ତାଙ୍କ ସ୍ତ୍ରୀର ସମ୍ଭାର ବାଲ ମୁଖୀ। ସେମାନଙ୍କ ଘର ଯାଜପୁର ଜିଲ୍ଲା କଳିଙ୍ଗ ନଗର ଥାନା ଅନ୍ତର୍ଗତ ନିମପଲ୍ଲୀରେ ।

ଏନେଇ ଏହି ଦମ୍ପତିଙ୍କ ଝିଅଜ୍ୱାଇଁ କଳିଙ୍ଗନଗର ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ୍ ଏ ଘଟଣାରେ ତିନି ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।

ଗୁଣି ଗାରେଡି ସନ୍ଦେହରେ ଏହି ବୃଦ୍ଧ ଦମ୍ପତିଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ତେବେ ଘଟଣାର ତଦନ୍ତ ପରେ ସତ୍ୟାସତ୍ୟ ଜଣାପଡ଼ିବ ବୋଲି ଯାଜପୁର ଏସପି କହିଛନ୍ତି।

ସୂଚନାଯୋଗ୍ୟ, ଗତ କିଛିଦିନ ତଳେ ଗୁଣିଗାରେଡି ସନ୍ଦେହରେ ଓଲଳ ପଞ୍ଚାୟତ ଛତରା ଗାଁରେ ଜଣେ ବୃଦ୍ଧାଙ୍କୁ ମୁଣ୍ଡ କାଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା।

ଆହୁରି ପଢ଼ନ୍ତୁ