ପୋଲରୁ ଗଳି ଭାସିଗଲେ ବୃଦ୍ଧା

ତେଲକୋଇ(ଚିନ୍ମୟ କୁମାର ସାହୁ): ତେଲକୋଇ ବଜାର ପାଖରେ ଥିବା ସମାକୋଈ ନଦୀ ପୋଲ ଉପରୁ ଆଜି ଅପରାହ୍ନରେ ଜଣେ ବୃଦ୍ଧା ଖସି ପଡି ଭାସି ଯାଇଛନ୍ତି। ଖବର ପାଇ ଘଟଣା ସ୍ଥଳରେ ତେଲକୋଇ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି। ତେବେ ବୃଦ୍ଧାଙ୍କର କୌଣସି ଖୋଜ ଖବର ମିଳି ପାରି ନାହିଁ। କେବଳ ବୃଦ୍ଧା ଘୋଡାଇ ହୋଇଥିବା ଏକ ଚାଦର ଉଦ୍ଧାର କାର୍ଯ୍ୟ ବେଳେ ମିଳିଛି। ବୃଦ୍ଧା ଜଣକ ତେଲକୋଇ ବଜାର ଆସି ଚାଲି […]

telkoi-1..1

telkoi-1..1

Niharika Rout
  • Published: Tuesday, 13 August 2019
  • Updated: 13 August 2019, 05:29 PM IST

Sports

Latest News

ତେଲକୋଇ(ଚିନ୍ମୟ କୁମାର ସାହୁ): ତେଲକୋଇ ବଜାର ପାଖରେ ଥିବା ସମାକୋଈ ନଦୀ ପୋଲ ଉପରୁ ଆଜି ଅପରାହ୍ନରେ ଜଣେ ବୃଦ୍ଧା ଖସି ପଡି ଭାସି ଯାଇଛନ୍ତି। ଖବର ପାଇ ଘଟଣା ସ୍ଥଳରେ ତେଲକୋଇ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି।

ତେବେ ବୃଦ୍ଧାଙ୍କର କୌଣସି ଖୋଜ ଖବର ମିଳି ପାରି ନାହିଁ। କେବଳ ବୃଦ୍ଧା ଘୋଡାଇ ହୋଇଥିବା ଏକ ଚାଦର ଉଦ୍ଧାର କାର୍ଯ୍ୟ ବେଳେ ମିଳିଛି।

ବୃଦ୍ଧା ଜଣକ ତେଲକୋଇ ବଜାର ଆସି ଚାଲି ଚାଲି ଫେରୁଥିବା ବେଳେ ଏପରି ଅଘଟଣ ଘଟଥିବା ଅନୁମାନ କରାଯାଉଛି। ବୃଦ୍ଧାଙ୍କ ପ୍ରକୃତ ପରିଚୟ ମିଳି ପାରି ନ ଥିବା ବେଳେ ସେ ପୋଲ ନିକଟସ୍ଥ ମଧୁସୂଦନପୁର ଜୁଆଙ୍ଗ ସାହିର ବୋଲି ଅନୁମାନ କରାଯାଉଛି। ବୃଦ୍ଧା ପୋଲରୁ ଖସି ପଡିବା ବେଳେ ଜଣେ ଯୁବକ ଦେଖି ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos