ମେଲଣରେ ଦୋକାନ ପକାଇବାକୁ ଯାଉଥିଲେ, ହେଲେ ବାଟରେ...

ସୋର(ଶଶିକାନ୍ତ ବେହେରା): ମେଲଣରେ ଦୋକାନ ପକାଇବାକୁ ଅଜା, ଆଇ ଓ ନାତି ଦୋକାନ ସାମଗ୍ରୀ ନେଇ ଅଟୋରେ ଯାଉଥିଲେ। ହେଲେ ଦୁର୍ଘଟଣାରେ ଅଜାର ମୃତ୍ୟୁ ଘଟିଥିବା ବେଳେ ଆଈ, ନାତି ଓ ଅଟୋ ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି। ଏଭଳି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଆଜି ସକାଳେ ବାଲେଶ୍ୱର ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ନିକଟରେ ଘଟିଛି।  ମୃତ ବ୍ୟକ୍ତି ଜଣଙ୍କ ହେଲେ ଗୋବିନ୍ଦ ଚନ୍ଦ୍ର ବିନ୍ଧାଣୀ। ଗୁରୁତର ଉମା ବିନ୍ଧାଣୀ, ନାତି ଦେବାଶିଷ ଓ […]

acccident0000000000

acccident0000000000

Tapaswini Nayak
  • Published: Monday, 09 March 2020
  • Updated: 09 March 2020, 10:25 AM IST

Sports

Latest News

ସୋର(ଶଶିକାନ୍ତ ବେହେରା): ମେଲଣରେ ଦୋକାନ ପକାଇବାକୁ ଅଜା, ଆଇ ଓ ନାତି ଦୋକାନ ସାମଗ୍ରୀ ନେଇ ଅଟୋରେ ଯାଉଥିଲେ। ହେଲେ ଦୁର୍ଘଟଣାରେ ଅଜାର ମୃତ୍ୟୁ ଘଟିଥିବା ବେଳେ ଆଈ, ନାତି ଓ ଅଟୋ ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି। ଏଭଳି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଆଜି ସକାଳେ ବାଲେଶ୍ୱର ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ନିକଟରେ ଘଟିଛି। 

ମୃତ ବ୍ୟକ୍ତି ଜଣଙ୍କ ହେଲେ ଗୋବିନ୍ଦ ଚନ୍ଦ୍ର ବିନ୍ଧାଣୀ। ଗୁରୁତର ଉମା ବିନ୍ଧାଣୀ, ନାତି ଦେବାଶିଷ ଓ ଅଟୋ ଡ୍ରାଇଭରଙ୍କୁ ସୋର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ସମସ୍ତଙ୍କ ଘର ମଙ୍ଗଳପୁର ଅଞ୍ଚଳରେ ବୋଲି ଜଣାପଡ଼ିଛି।

ଆଜି ସକାଳେ ଅଜା, ଆଈ ଓ ନାତି ମେଲଣରେ ଦୋକାନ ପକାଇବା ପାଇଁ  ଅଟୋ ଯୋଗେ ବେତଡ଼ା ହାଟକୁ ଯାଉଥିଲେ। ତେବେ ସୋର ଛକ ନିକଟରେ ସେମାନଙ୍କ ଅଟୋକୁ ଏକ ଟ୍ରକ୍‌ ପଛପଟୁ ଧକ୍କା ଦେଇଥିଲା। ଅଟୋଟି ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡ଼ିଥିଲା। ଘଟଣାସ୍ଥଳରେ ଅଜାର ମୃତ୍ୟୁ ଘଟିଥିବା ବେଳେ ଆଈ, ନାତି ଓ ଅଟୋ ଡ୍ରାଇଭରକୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୁଲିସ୍ ଘଟଣାର ତଦନ୍ତ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos