ବାଇକ୍‌କୁ ଧକ୍କା ଦେଇ ସ୍କୁଟି ଉପରେ ମାଡ଼ିଗଲା ପିକ୍‌ଅପ୍‌ ଭ୍ୟାନ୍‌

ରାଇରଙ୍ଗପୁର (ଓଡ଼ିଶା ରିପୋର୍ଟର): ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ସହର ରେଳ ଫାଟକ ନିକଟରେ ଆଜି ସିରିଜ ଦୁର୍ଘଟଣା ଘଟିଛି।  ଏକ ପିକ୍‌ଅପ୍‌ ଭ୍ୟାନ୍ ଏକ ବାଇକ୍‌କୁ ଧକ୍କା ଦେବା ପରେ ଏକ ସ୍କୁଟି ଉପରେ ଚଢ଼ିଯାଇଛି। ସ୍କୁଟି ଚାଳକଙ୍କ ମୃତ୍ୟୁ ଘଟିଥିବା ବେଳେ ଦୁଇ ବାଇକ ଆରୋହୀ ଗୁରୁତର ଆହତ ହୋଇଛନ୍ତି। ମୃତକ ହେଲେ ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅଞ୍ଚଳର ରୋହିନୀ କୁଦର ଗାଁର କ୍ଷୀରୋଦ ମହାନ୍ତ। ବାଇକ୍ ଆରୋହୀ ରାହୁଲ ନାୟକ ଓ ତାଙ୍କ ପତ୍ନୀ […]

accident

accident

Tapaswini Nayak
  • Published: Saturday, 20 August 2022
  • Updated: 20 August 2022, 02:36 PM IST

Sports

Latest News

ରାଇରଙ୍ଗପୁର (ଓଡ଼ିଶା ରିପୋର୍ଟର): ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ସହର ରେଳ ଫାଟକ ନିକଟରେ ଆଜି ସିରିଜ ଦୁର୍ଘଟଣା ଘଟିଛି।  ଏକ ପିକ୍‌ଅପ୍‌ ଭ୍ୟାନ୍ ଏକ ବାଇକ୍‌କୁ ଧକ୍କା ଦେବା ପରେ ଏକ ସ୍କୁଟି ଉପରେ ଚଢ଼ିଯାଇଛି। ସ୍କୁଟି ଚାଳକଙ୍କ ମୃତ୍ୟୁ ଘଟିଥିବା ବେଳେ ଦୁଇ ବାଇକ ଆରୋହୀ ଗୁରୁତର ଆହତ ହୋଇଛନ୍ତି।

ମୃତକ ହେଲେ ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅଞ୍ଚଳର ରୋହିନୀ କୁଦର ଗାଁର କ୍ଷୀରୋଦ ମହାନ୍ତ। ବାଇକ୍ ଆରୋହୀ ରାହୁଲ ନାୟକ ଓ ତାଙ୍କ ପତ୍ନୀ ସାଗରିକା ନାୟକଙ୍କୁ ଗୁରୁତର ଅବସ୍ଥାରେ ରାଇରଙ୍ଗପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଆଜି ଦିନ ପ୍ରାୟ ୧୧ଟା ସମୟରେ ରେଳଫାଟକ ନିକଟରେ ଏକ ପିକ୍‌ଅପ୍‌ ଭ୍ୟାନ୍‌ ପଛରୁ ଆସି ପ୍ରଥମେ ବାଇକ୍‌କୁ ଧକ୍କା ଦେଇଥିଲା। ପରେ ବାଇକ୍‌ ଆଗରେ ଯାଉଥିବା ସ୍କୁଟି ଉପରେ  ଚଢ଼ିଯାଇଥିଲା। ଘଟଣାସ୍ଥଳରେ ସ୍କୁଟି ଚାଳକ କ୍ଷୀରୋଦଙ୍କର ମୃତ୍ୟୁ ଘଟିଥିଲା ବେଳେ ବାଇକ୍‌ରେ ଥିବା ଦମ୍ପତି ଗୁରୁତର ଆହତ ହୋଇଥିଲେ। କ୍ଷୀରୋଦ କ୍ଷୀର ବିକ୍ରି କରିବାକୁ ଯାଉଥିବା ବେଳେ ଏହି ଦୁର୍ଘଟଣାର ଶିକାର ହୋଇଥିଲେ।

ଦୁର୍ଘଟଣାପରେ ପିକ୍‌ଅପ୍‌ ଭ୍ୟାନ୍ ଡ୍ରାଇଭର ଗାଡ଼ି ଛାଡ଼ି ଚମ୍ପଟ ହୋଇଯାଇଥିଲେ। ପୁଲିସ ଗାଡ଼ିଟିକୁ ଜବତ କରି ଘଟଣା ତଦନ୍ତ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos