ଦୁଇ ବାଇକ୍ ମୁହାଁମୁହିଁ ଧକ୍କା: ଜଣେ ମୃତ, ୨ଗୁରୁତର

ରାୟଗଡ଼ା (ଓଡ଼ିଶା ରିପୋର୍ଟର): ରାୟଗଡ଼ା ଜିଲ୍ଲା ଅମ୍ବାଦଳା ଥାନା ଅନ୍ତର୍ଗତ ସଦର ମହକୁମା ମାର୍କେଟରେ ଆଜି ଦୁଇ ବାଇକ୍ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣଙ୍କର ମୃତ୍ୟୁ  ଘଟିଥିବା ବେଳେ ୨ଜଣ ଆହତ ହୋଇଛନ୍ତି। ମୃତକ ହେଲେ ଝିଗିଡ଼ି ଗାଁର ରଞ୍ଜନ ଭୋଇ। ଆହତ ଜହରଲାଲ ଭୋଇ ଓ ରମେଶ ଚନ୍ଦ୍ର ମାଝୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଉଭୟଙ୍କ ଘର ନୂଆପଡ଼ା ଜିଲ୍ଲାର ବୋଲି ଜଣାଯାଇଛି। ଆଜି ସକାଳେ ରଞ୍ଜନ ଓ ଜହରଲାଲ ଏକ ଦଶାହ ଭୋଜିରେ […]

accident

accident

Tapaswini Nayak
  • Published: Monday, 13 June 2022
  • Updated: 13 June 2022, 07:52 PM IST

Sports

Latest News

ରାୟଗଡ଼ା (ଓଡ଼ିଶା ରିପୋର୍ଟର): ରାୟଗଡ଼ା ଜିଲ୍ଲା ଅମ୍ବାଦଳା ଥାନା ଅନ୍ତର୍ଗତ ସଦର ମହକୁମା ମାର୍କେଟରେ ଆଜି ଦୁଇ ବାଇକ୍ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣଙ୍କର ମୃତ୍ୟୁ  ଘଟିଥିବା ବେଳେ ୨ଜଣ ଆହତ ହୋଇଛନ୍ତି। ମୃତକ ହେଲେ ଝିଗିଡ଼ି ଗାଁର ରଞ୍ଜନ ଭୋଇ। ଆହତ ଜହରଲାଲ ଭୋଇ ଓ ରମେଶ ଚନ୍ଦ୍ର ମାଝୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଉଭୟଙ୍କ ଘର ନୂଆପଡ଼ା ଜିଲ୍ଲାର ବୋଲି ଜଣାଯାଇଛି।

ଆଜି ସକାଳେ ରଞ୍ଜନ ଓ ଜହରଲାଲ ଏକ ଦଶାହ ଭୋଜିରେ ଯୋଗ ଦେଇ ନୂଆପଡ଼ା ଫେରୁଥିଲେ। ଏହି ସମୟରେ ବିପରୀତ ଦିଗରୁ ଆସୁଥିବା ବାଇକ୍ ସହ ସେମାନଙ୍କ ଗାଡ଼ିର ଧକ୍କା ହୋଇଥିଲା। ଘଟଣାସ୍ଥଳରେ ରଞ୍ଜନଙ୍କର ମୃତ୍ୟୁ ଘଟିଥିଲା।  ରମେଶ ଓ ଜହରଲାଲଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ମୁନିଗୁଡା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।

ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos