ଗଛରେ ପିଟିହେଲା ମିକ୍ସର ମେସିନ, ସିଭିଲ ଇଞ୍ଜିନିୟର ମୃତ

ବାଲିଗୁଡ଼ା(ଅଜିତ ନାୟକ): କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ଥାନା ଅନ୍ତର୍ଗତ ଡ଼ଡଙ୍ଗ ନିକଟରେ ଏକ ମିକ୍ସର ମେସିନ ଗଛରେ ପିଟି ହେବାରୁ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ ସୂର୍ଯ୍ୟକାନ୍ତ ସେନାପତି। ସେ ଆରକେଡି ଠିକା କମ୍ପାନୀରେ ସିଭିଲ ଇଞ୍ଜିନିୟର। ଦୁର୍ଘଟଣା ପରେ ମିକ୍ସର ମେସିନ ଡ୍ରାଇଭର ଲକ୍ଷ୍ମଣ ସେଠୀ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ଗତକାଲି ବିଳମ୍ବିତ ରାତିରେ ସୂର୍ଯ୍ୟକାନ୍ତ କାମ ସାରି ଫେରୁଥିବା ବେଳେ ମିକ୍ସର ମେସିନଟି ଭାରସାମ୍ୟ ହରାଇ ଗଛରେ ପିଟି ହୋଇଥିଲା। ଫଳରେ ସୂର୍ଯ୍ୟକାନ୍ତ ତଳେ ଛିଟିକି […]

accdint,,,,,

accdint,,,,,

Tapaswini Nayak
  • Published: Tuesday, 30 July 2019
  • Updated: 30 July 2019, 11:54 AM IST

Sports

Latest News

ବାଲିଗୁଡ଼ା(ଅଜିତ ନାୟକ): କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ଥାନା ଅନ୍ତର୍ଗତ ଡ଼ଡଙ୍ଗ ନିକଟରେ ଏକ ମିକ୍ସର ମେସିନ ଗଛରେ ପିଟି ହେବାରୁ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ ସୂର୍ଯ୍ୟକାନ୍ତ ସେନାପତି। ସେ ଆରକେଡି ଠିକା କମ୍ପାନୀରେ ସିଭିଲ ଇଞ୍ଜିନିୟର।
ଦୁର୍ଘଟଣା ପରେ ମିକ୍ସର ମେସିନ ଡ୍ରାଇଭର ଲକ୍ଷ୍ମଣ ସେଠୀ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା।

ଗତକାଲି ବିଳମ୍ବିତ ରାତିରେ ସୂର୍ଯ୍ୟକାନ୍ତ କାମ ସାରି ଫେରୁଥିବା ବେଳେ ମିକ୍ସର ମେସିନଟି ଭାରସାମ୍ୟ ହରାଇ ଗଛରେ ପିଟି ହୋଇଥିଲା। ଫଳରେ ସୂର୍ଯ୍ୟକାନ୍ତ ତଳେ ଛିଟିକି ପଡ଼ିଥିଲେ। ପୁଲିସ୍‌ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ପୁଲିସ୍ ମୃତଦେହକୁ ବ୍ୟବଚ୍ଛେଦ କରି ତଦନ୍ତ କରୁଛି। ଡ୍ରାଇଭର ଦ୍ରୁତ ଗତିରେ ଗାଡ଼ି ଚଲାଉଥିବା ଯୋଗୁ ଏହି ଦୁର୍ଘଟଣା ଘଟିଥିବା ତୁମୁଡିବନ୍ଧ ଥାନା ଅଧିକାରୀ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos