ବାଇକ୍ ଉପରେ ମାଡ଼ିଗଲା ଲୁହାପଥର ବୋଝେଇ ଟ୍ରକ୍

କୋଇଡ଼ା (ସୁନୀଲ ପଣ୍ଡା):  ବାଇକ୍ ଉପରେ ମାଡ଼ି ଗଲା ଏକ ଲୁହାପଥର ବୋଝେଇ ଟ୍ରକ୍।  ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ଜଣେ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି। ଏଭଳି ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା କେବଲାଙ୍ଗ ଥାନା ଅଧିନସ୍ଥ ବାନ୍ଦୁପଡା ଛକ ଠାରେ। ମୃତ ବ୍ୟକ୍ତି ଜଣଙ୍କ ହେଲେ ବାନ୍ଦୁପଡା ଗାଁର ନବୀନ କିଷାନ। ଗତକାଲି ରାତିରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣା ପରେ ଟ୍ରକ୍‌ ଚାଳକ ଗାଡ଼ି ନେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ମିଳିଥିବା ସୂଚନା ଅନୁସାରେ, […]

accident

accident

Tapaswini Nayak
  • Published: Monday, 11 October 2021
  • Updated: 11 October 2021, 10:27 AM IST

Sports

Latest News

କୋଇଡ଼ା (ସୁନୀଲ ପଣ୍ଡା):  ବାଇକ୍ ଉପରେ ମାଡ଼ି ଗଲା ଏକ ଲୁହାପଥର ବୋଝେଇ ଟ୍ରକ୍।  ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ଜଣେ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି। ଏଭଳି ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା କେବଲାଙ୍ଗ ଥାନା ଅଧିନସ୍ଥ ବାନ୍ଦୁପଡା ଛକ ଠାରେ। ମୃତ ବ୍ୟକ୍ତି ଜଣଙ୍କ ହେଲେ ବାନ୍ଦୁପଡା ଗାଁର ନବୀନ କିଷାନ। ଗତକାଲି ରାତିରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣା ପରେ ଟ୍ରକ୍‌ ଚାଳକ ଗାଡ଼ି ନେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଛି।

ମିଳିଥିବା ସୂଚନା ଅନୁସାରେ, ଗତକାଲି ରାତିରେ ନବୀନ ବାଇକ୍ ଯୋଗେ ନିଜ ଘର ବାନ୍ଦୁପଡ଼ା  ଫେରୁଥିଲେ। ଏହି ସମୟରେ ବାନ୍ଦୁପଡା ଛକଠାରେ  ଦ୍ରୁତ ଗତିରେ ଆସୁଥିବା ଟ୍ରକ୍ ତାଙ୍କ ଉପରେ ମାଡ଼ିଯାଇଥିଲା। ଘଟଣାସ୍ଥଳରେ ନବୀନଙ୍କର ମୃତ୍ୟୁ ଘଟିଥିଲା। ଦୁର୍ଘଟଣ ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା।

ନବୀନଙ୍କ ପରିବାରରୁ କ୍ଷତିପୂରଣ ଦାବିରେ  ସ୍ଥାନୀୟ ଲୋକେ  ରାସ୍ତାରୋକ କରିଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଥିଲା। ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos