ଯୁବକଙ୍କ ଉପରେ ମାଡ଼ିଗଲା ଚାଉଳ ଵୋଝେଇ ଟ୍ରକ୍‌

କଣ୍ଟାବାଞ୍ଜି(ଓଡ଼ିଶା ରିପୋର୍ଟର): ଜଣେ ଯୁବକଙ୍କ ଉପରେ ମାଡ଼ିଗଲା ଚାଉଳ ଵୋଝେଇ ଟ୍ରକ୍‌। ଏଭଳି ସଡ଼କ ଦୁର୍ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ଅନ୍ତର୍ଗତ ପତ୍ରାପାଲି(କ) ଗାଁରେ। ମୃତ ଯୁବକ ଜଣଙ୍କ ହେଲେ ମାଧବ ମାଝୀ l।

ଆଜି ସକାଳେ ମାଧବ ନିଜର ନିତ୍ୟକର୍ମ ସାରିବା ପାଇଁ ଗାଁ ପାଖ ପୋଖରୀକୁ ଯାଉଥିଲେ। ଏହି ସମୟରେ ପତ୍ରାପାଲି(କ) ଗାଁ ରାସ୍ତାରେ ଏକ  ଟ୍ରକ୍‌ ଦ୍ରୁତଗତିରେ ଆସି ମାଧବଙ୍କ ଉପରେ ମାଡ଼ିଯାଇଥିଲା। ଘଟଣାସ୍ଥଳରେ ମାଧବଙ୍କ ମୃତ୍ୟୁ ଘଟିଥିଲା। ଦୁର୍ଘଟଣା ପରେ ଘଟଣାସ୍ଥଳରେ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା।

ଗ୍ରାମବାସୀ ଗାଡ଼ିସହ ଡ୍ରାଇଭରକୁ ଅଟକ ରଖିଥିଲେ। ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ମୁରିବାହାଲ- ବଙ୍ଗୋମୁଣ୍ଡା ରାସ୍ତା ଅବରୋଧ କରିଛନ୍ତି। ମୁରିବାହାଲ ପୁଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛି। ରାସ୍ତା ଅବରୋଧ ଯୋଗୁ ଉଭୟ ପାର୍ଶ୍ୱରେ ଗାଡ଼ି ମଟର ଅଟକି ରହିଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।