ବାଇକ୍‌ ଉପରେ ମାଡ଼ିଗଲା ଟିପ୍ପର

ଯାଜପୁର(ଗୁଲାମ୍ ଗସ୍): ଯାଜପୁର ଜିଲ୍ଲା ଚଣ୍ଡିଖୋଲ-ପାରାଦୀପ ଜାତୀୟ ରାଜପଥର ବେଣାପୁର ଛକ ନିକଟରେ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଇକ୍‌ ଉପରେ ଟିପ୍ପର ମାଡ଼ି ଯିବାରୁ ଜଣେ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତ ବ୍ୟକ୍ତି ଜଣଙ୍କ ହେଲେ ଯାଜପୁର ରୋଡ଼ ଥାନା ରାବଣା ଗାଁର ନୃସିଂହ ପ୍ରଧାନ। ଆହତ ଦ୍ଵୟ ହେଲେ ରାବଣା ଗାଁର ଇନ୍ଦ୍ରଜିତ ପ୍ରଧାନ ଓ ବିକି ପ୍ରଧାନ। ଇନ୍ଦ୍ରଜିତ ଓ ବିକିଙ୍କୁ ପ୍ରଥମେ […]

accident

accident

Tapaswini Nayak
  • Published: Saturday, 02 April 2022
  • Updated: 02 April 2022, 01:55 PM IST

Sports

Latest News

ଯାଜପୁର(ଗୁଲାମ୍ ଗସ୍): ଯାଜପୁର ଜିଲ୍ଲା ଚଣ୍ଡିଖୋଲ-ପାରାଦୀପ ଜାତୀୟ ରାଜପଥର ବେଣାପୁର ଛକ ନିକଟରେ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଇକ୍‌ ଉପରେ ଟିପ୍ପର ମାଡ଼ି ଯିବାରୁ ଜଣେ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି।

ମୃତ ବ୍ୟକ୍ତି ଜଣଙ୍କ ହେଲେ ଯାଜପୁର ରୋଡ଼ ଥାନା ରାବଣା ଗାଁର ନୃସିଂହ ପ୍ରଧାନ। ଆହତ ଦ୍ଵୟ ହେଲେ ରାବଣା ଗାଁର ଇନ୍ଦ୍ରଜିତ ପ୍ରଧାନ ଓ ବିକି ପ୍ରଧାନ। ଇନ୍ଦ୍ରଜିତ ଓ ବିକିଙ୍କୁ ପ୍ରଥମେ ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ତାଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।

ଆଜି ଦିନ ପ୍ରାୟ ସାଢ଼େ ୧୧ଟା ସମୟରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣା ପରେ ଗାଡ଼ି ନେଇ ଡ୍ରାଇଭର ଫେରାର ହୋଇଯାଇଛି। ଚଣ୍ଡିଖୋଲ ଫାଣ୍ଡି ପୁଲିସ  ଘଟଣାର ତଦନ୍ତ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos