ଘର ଆଗରେ ଖେଳୁଥିଲା ଶିଶୁ, ମାଡ଼ିଗଲା ଟ୍ରକ୍‌

ଯାଜପୁର(ଓଡ଼ିଶା ରିପୋର୍ଟର): ଘର ଆଗରେ ଖେଳୁଥିବା ସମୟରେ ୬ ବର୍ଷର ଶିଶୁପୁତ୍ର ଉପରେ ଚଢ଼ିଗଲା ଟ୍ରକ୍। ଏଭଳି ଦୁଃଖଦ ଘଟଣା ଘଟିଛି ଯାଜପୁର ଜିଲ୍ଲା ବିଂଝାରପୁର ଥାନା ଅନ୍ତର୍ଗତ ଶାସନ୍ଦା ଗାଁରେ। ମୃତ ଶିଶୁ ଜଣଙ୍କ ହେଲେ ସୁଫିଆନ୍‌ ଖାନ୍। ଆଜି ଦିନ ପ୍ରାୟ ଗୋଟାଏ ସମୟରେ ଘର ଆଗରେ ସୁଫିଆନ୍‌ ଖେଳୁଥିଲା। ଏହି ସମୟରେ ଏକ ଇଟା ବୋଝେଇ ଟ୍ରକ୍‌ ଆସି ତା’ ଉପରେ ମାଡ଼ି ଯାଇଥିଲା।  ପରିବାର ଲୋକେ ଗୁରୁତର ଅବସ୍ଥାରେ ଯାଜପୁର ଡାକ୍ତରଖାନାରେ […]

accident

accident

Tapaswini Nayak
  • Published: Monday, 06 June 2022
  • Updated: 06 June 2022, 04:10 PM IST

Sports

Latest News

ଯାଜପୁର(ଓଡ଼ିଶା ରିପୋର୍ଟର): ଘର ଆଗରେ ଖେଳୁଥିବା ସମୟରେ ୬ ବର୍ଷର ଶିଶୁପୁତ୍ର ଉପରେ ଚଢ଼ିଗଲା ଟ୍ରକ୍। ଏଭଳି ଦୁଃଖଦ ଘଟଣା ଘଟିଛି ଯାଜପୁର ଜିଲ୍ଲା ବିଂଝାରପୁର ଥାନା ଅନ୍ତର୍ଗତ ଶାସନ୍ଦା ଗାଁରେ। ମୃତ ଶିଶୁ ଜଣଙ୍କ ହେଲେ ସୁଫିଆନ୍‌ ଖାନ୍।

ଆଜି ଦିନ ପ୍ରାୟ ଗୋଟାଏ ସମୟରେ ଘର ଆଗରେ ସୁଫିଆନ୍‌ ଖେଳୁଥିଲା। ଏହି ସମୟରେ ଏକ ଇଟା ବୋଝେଇ ଟ୍ରକ୍‌ ଆସି ତା’ ଉପରେ ମାଡ଼ି ଯାଇଥିଲା।  ପରିବାର ଲୋକେ ଗୁରୁତର ଅବସ୍ଥାରେ ଯାଜପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଡାକ୍ତର ସେଠାରେ ଶିଶୁଟିକୁ ମୃତ ଘୋଷଣା କରିଥିଲେ।

ଦୁର୍ଘଟଣା ପରେ ଶାସନ୍ଦା ଗାଁରେ ଉତ୍ତେଜନା ପ୍ରକାଶ ପାଇଥିଲା। ଗାଁ ଲୋକେ ଡ୍ରାଇଭରକୁ ଅଟକ ରଖି ପୁଲିସ ଜିମାରେ ଦେଇଥିଲେ। ପୁଲିସ ଟ୍ରକ୍‌କୁ ଜବତ  କରି ଘଟଣାର ତଦନ୍ତ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos