‘ଓଟିଭି’ ଲୋଗୋରେ ମିଥ୍ୟା ଖବର ପ୍ରସାର କରି ଜଣେ ଅଟକ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ‘ଓଟିଭି’ ଲୋଗୋ ବ୍ୟବହାର କରି ସୋଶାଲ ମିଡିଆରେ ମିଥ୍ୟା ଖବର ପ୍ରଚାର କରିବା ମାମଲାରେ ପୁଲିସ ଜଣଙ୍କୁ ଅଟକ ରଖିଛି । ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି ଅନୁପ ସାହୁ। ସଂପୃକ୍ତ ବ୍ୟକ୍ତିଙ୍କୁ ଏବେ ଅଧିକ ପଚରାଉଚରା କରାଯାଉଛି ବୋଲି ଡିସିପି କହିଛନ୍ତି । ‘ଓଟିଭି’ ପକ୍ଷରୁ ଇନଫୋସିଟି ଥାନାରେ ଦାୟର ଏତଲା ଆଧାରରେ ଏହି କାର୍ଯ୍ୟାନୁଷ୍ଠାନ ନେଇଛି ପୁଲିସ। ପୁଲିସ ଗତ ୨୫ ତାରିଖରେ ‘ଓଟିଭି’ ଲୋଗୋ ବ୍ୟବହାର କରି ମୁଖ୍ୟମନ୍ତ୍ରୀଙ୍କ […]

dio

dio

Tapas Behera
  • Published: Tuesday, 27 August 2019
  • Updated: 27 August 2019, 04:22 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ‘ଓଟିଭି’ ଲୋଗୋ ବ୍ୟବହାର କରି ସୋଶାଲ ମିଡିଆରେ ମିଥ୍ୟା ଖବର ପ୍ରଚାର କରିବା ମାମଲାରେ ପୁଲିସ ଜଣଙ୍କୁ ଅଟକ ରଖିଛି । ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି ଅନୁପ ସାହୁ। ସଂପୃକ୍ତ ବ୍ୟକ୍ତିଙ୍କୁ ଏବେ ଅଧିକ ପଚରାଉଚରା କରାଯାଉଛି ବୋଲି ଡିସିପି କହିଛନ୍ତି ।

‘ଓଟିଭି’ ପକ୍ଷରୁ ଇନଫୋସିଟି ଥାନାରେ ଦାୟର ଏତଲା ଆଧାରରେ ଏହି କାର୍ଯ୍ୟାନୁଷ୍ଠାନ ନେଇଛି ପୁଲିସ। ପୁଲିସ ଗତ ୨୫ ତାରିଖରେ ‘ଓଟିଭି’ ଲୋଗୋ ବ୍ୟବହାର କରି ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟ ସଂପର୍କିତ ଏକ ମିଥ୍ୟା ଖବର ସୋଶାଲ ମିଡିଆରେ ଭାଇରାଲ ହୋଇଥିଲା । କିଛି ନ୍ୟସ୍ତସ୍ୱାର୍ଥ ବ୍ୟକ୍ତି ‘ଓଟିଭି’କୁ ବଦନାମ୍ କରିବା ଲାଗି ହୀନ ଉଦ୍ଦେଶ୍ୟ ରଖି ଏମିତି ବିଭ୍ରାନ୍ତିକର ଖବର ସୋଶାଲ ମିଡିଆରେ ଛାଡିଥିଲେ।

ତେବେ ଏଭଳି ଫେକ୍ ନ୍ୟୁଜ୍‌ ସେୟାର ନକରିବା ଲାଗି ସେହିଦିନ ହିଁ ‘ଓଟିଭି’ର ସୋସିଆଲ ମିଡିଆ ସାଇଟ୍‌ରେ ଅନୁରୋଧ କରାଯାଇଥିଲା । ‘ଓଟିଭି’ର ଏହି ସ୍ପଷ୍ଟୀକରଣ ପରେ ବି କିଛି ଲୋକ ମନ୍ଦ ଉଦ୍ଦେଶ୍ୟ ରଖି ଏହି ମିଥ୍ୟା ଖବରକୁ ସୋଶାଲ ମିଡିଆରେ ଶେୟାର କରିବା ଜାରି ରଖିଛନ୍ତି। ତା’ ସହିତ ପୋଷ୍ଟରେ ଦିଆଯାଇଥିବା କମେଣ୍ଟ୍ ଓଟିଭିକୁ ବଦନାମ କରିବାକୁ ଉଦ୍ଦିଷ୍ଟ ବୋଲି ତାହା ମଧ୍ୟ ସ୍ପଷ୍ଟ ଜଣାପଡୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos