ଜଙ୍ଗଲରେ ଗୋଡ଼ାଇ ଗୋଡ଼ାଇ କାମୁଡ଼ିଲା ବିରୁଡି; ଜଣେ ମହିଳା ମୃତ, ଜଣେ ଗୁରୁତର

ବଣାଇ(ଓଡ଼ିଶା ରିପୋର୍ଟର):ଜଙ୍ଗଲରେ ଗାଈ ଚରାଇ ବେଳେ ଗୋଡ଼ାଇ ଗୋଡ଼ାଇ କାମୁଡ଼ିଲା ବିରୁଡ଼ି। ବିରୁଡି ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ଏପରି ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ଗୁରୁଣ୍ଡିଆ ଥାନାର କିଂଦ୍ରୋ ଗାଁରେ। ମୃତ ମହିଳା ଜଣଙ୍କ ହେଲେ ମିନିକା ବାଡା। ବିରୁଡି ଆକ୍ରମଣରେ ଆହତ ହୋଇଥିବା ଜଣେ ବ୍ୟକ୍ତିଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗତକାଲି ମିନିକା ଜଙ୍ଗଲରେ ଗାଈ ଚରାଉଥିଲେ।  ଏହି ସମୟରେ ବିରୁଡିମାନେ ତାଙ୍କୁ ସଂଘବଦ୍ଧ ଭାବେ […]

birudi

birudi

Tapaswini Nayak
  • Published: Wednesday, 10 August 2022
  • Updated: 10 August 2022, 09:57 AM IST

Sports

Latest News

ବଣାଇ(ଓଡ଼ିଶା ରିପୋର୍ଟର):ଜଙ୍ଗଲରେ ଗାଈ ଚରାଇ ବେଳେ ଗୋଡ଼ାଇ ଗୋଡ଼ାଇ କାମୁଡ଼ିଲା ବିରୁଡ଼ି। ବିରୁଡି ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ଏପରି ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ଗୁରୁଣ୍ଡିଆ ଥାନାର କିଂଦ୍ରୋ ଗାଁରେ। ମୃତ ମହିଳା ଜଣଙ୍କ ହେଲେ ମିନିକା ବାଡା। ବିରୁଡି ଆକ୍ରମଣରେ ଆହତ ହୋଇଥିବା ଜଣେ ବ୍ୟକ୍ତିଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଗତକାଲି ମିନିକା ଜଙ୍ଗଲରେ ଗାଈ ଚରାଉଥିଲେ।  ଏହି ସମୟରେ ବିରୁଡିମାନେ ତାଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ।  ପରେ ସେହି ରାସ୍ତା ଦେଇ ଅନ୍ୟ ଜଣେ ବ୍ୟକ୍ତି ଆସୁଥିବା ବେଳେ ତାଙ୍କୁ  ମଧ୍ୟ ବିରୁଡିମାନେ ଆକ୍ରମଣ କରିଥିଲେ। ମିନିକାଙ୍କ ଅବସ୍ଥା ଗୁରୁତର ଥିବା ସ୍ୱତ୍ତେ ତାଙ୍କୁ ଡାକ୍ତରଖାନା ନିଆଯାଇ ନଥିଲା।  ତାଙ୍କୁ ଘରୋଇ ଚିକିତ୍ସା  କରାଯାଇଥିଲା। ଶେଷରେ ତାଙ୍କର ମୃତ୍ୟୁ ଘଟିଥିଲା। ଅନ୍ୟ ଜଣେ ବ୍ୟକ୍ତିଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।  ତାଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ୍‌ ଥିବା ଚିକିତ୍ସା କରୁଥିବା ଡାକ୍ତର ସୂଚନା ଦେଇଛନ୍ତି।

 

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos