ଫୁଟିଲା ୫ ରାଉଣ୍ଡ ଗୁଳି , ଉଡ଼ିଲା ମୁଣ୍ଡ

ବାଲେଶ୍ୱର (ଓଡ଼ିଶା ରିପୋର୍ଟର) ବାଲେଶ୍ୱର ମାଛଧରା ବନ୍ଦରରେ ଟ୍ରଲର ମାଲିକଙ୍କୁ ଗୁଳିକରି ହତ୍ୟା।  ମେରାଇନ ଥାନା ଅନ୍ତର୍ଗତ ଚାନ୍ଦିପୁର ବଳରାମଗଡ଼ିରେ ଥିବା ମାଛଧରା ବନ୍ଦରରେ ଏହି କାଣ୍ଡ ଘଟିଛି।  ଦୁର୍ବୃତ୍ତ ମାନେ ପ୍ରଥମେ ଟ୍ରଲର ମଧ୍ୟରେ ପଶି ମାଲିକ ବିଜୟ ପ୍ରଧାନଙ୍କୁ ଧାରୁଣା ଅସ୍ତ୍ରରେ ହାଣିବା ସହ ତାଙ୍କୁ ଲଗାତର ଗୁଳି କରିଥିଲେ । ଦୁର୍ବୃତ୍ତ  ତାଙ୍କୁ ୪ରୁ ୫ ରାଉଣ୍ଡ ଗୁଳିକରିଥିବା ଜଣାପଡିଛି ।

ଆକ୍ରମଣ ପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି ଦୁର୍ବୃତ୍ତ । ଗୁରୁତର ଅବସ୍ଥାରେ ଟ୍ରଲର ମାଲିକଙ୍କୁ ବାଲେଶ୍ୱର ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ମେଡିକାଲରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ସେପଟେ ଘଟଣାକୁ ନେଇ ବାଲେଶ୍ୱର ମେଡିକାଲ ଫାଣ୍ଡି ଆଗରେ ମୃତଦେହ ରଖି ପରିବାର ଲୋକେ ଧାରଣା ଦେଇଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।