ସ୍ୱାଇନ୍‌ ଫ୍ଲୁରେ ଗଲା ଆଉ ଜଣଙ୍କର ପ୍ରାଣ, ମୃତ୍ୟୁ ସଂଖ୍ୟା ୨୪ ଛୁଇଁଲା

କଟକ: ରାଜ୍ୟରେ ଧୀରେ ଧୀରେ କାୟା ବିସ୍ତାର କଲାଣି ମାରାତ୍ମକ ସ୍ୱାଇନ୍ ଫ୍ଲୁ। ସଚେତନତା ସତ୍ତ୍ୱେ ପ୍ରତିଦିନ ମୁଣ୍ଡ ନେଉଛି ଏହି ମାରାତ୍ମକ ରୋଗ। ଗତକାଲି ବିଳମ୍ୱିତ ରାତିରେ କଟକ ଏସ୍‌ସିବିରେ ଚିକିତ୍ସାଧୀନ ଥିବା ଜଣେ ସ୍ୱାଇନ୍ ଫ୍ଲୁ ରୋଗୀଙ୍କର ମୃତ୍ୟୁ ହୋଇଛି। ତାଙ୍କ ଘର ଯାଜପୁର ଜିଲ୍ଲାରେ ବୋଲି ଜଣାପଡ଼ିଛି। ଗତ ୧୦ ଦିନ ତଳେ ତାଙ୍କୁ ଏସ୍‌ସିବିର ସ୍ୱାଇନ୍ ଫ୍ଲୁ ୱାର୍ଡରେ ଭର୍ତ୍ତି କରାଯାଇଥିଲା। ତାଙ୍କ ସ୍ୱାବ୍ ରିପୋର୍ଟ ଏନ୍‌-ୱାନ୍‌ ଏଚ୍‌-ୱାନ୍‌ ଆସିଥିଲା। କେବଳ […]

swine

swine

Rakesh Mallick
  • Published: Friday, 25 August 2017
  • Updated: 25 August 2017, 10:25 PM IST

Sports

Latest News

କଟକ: ରାଜ୍ୟରେ ଧୀରେ ଧୀରେ କାୟା ବିସ୍ତାର କଲାଣି ମାରାତ୍ମକ ସ୍ୱାଇନ୍ ଫ୍ଲୁ। ସଚେତନତା ସତ୍ତ୍ୱେ ପ୍ରତିଦିନ ମୁଣ୍ଡ ନେଉଛି ଏହି ମାରାତ୍ମକ ରୋଗ। ଗତକାଲି ବିଳମ୍ୱିତ ରାତିରେ କଟକ ଏସ୍‌ସିବିରେ ଚିକିତ୍ସାଧୀନ ଥିବା ଜଣେ ସ୍ୱାଇନ୍ ଫ୍ଲୁ ରୋଗୀଙ୍କର ମୃତ୍ୟୁ ହୋଇଛି। ତାଙ୍କ ଘର ଯାଜପୁର ଜିଲ୍ଲାରେ ବୋଲି ଜଣାପଡ଼ିଛି। ଗତ ୧୦ ଦିନ ତଳେ ତାଙ୍କୁ ଏସ୍‌ସିବିର ସ୍ୱାଇନ୍ ଫ୍ଲୁ ୱାର୍ଡରେ ଭର୍ତ୍ତି କରାଯାଇଥିଲା। ତାଙ୍କ ସ୍ୱାବ୍ ରିପୋର୍ଟ ଏନ୍‌-ୱାନ୍‌ ଏଚ୍‌-ୱାନ୍‌ ଆସିଥିଲା।

କେବଳ ଏସ୍‌ସିବିରେ ସ୍ୱାଇନ୍ ଫ୍ଲୁରେ ମୃତ୍ୟୁ ସଂଖ୍ୟା ୮କୁ ଛୁଇଁଛି। ଏଥିସହିତ ରାଜ୍ୟରେ ଏହି ରୋଗରେ ମୃତ୍ୟୁ ସଂଖ୍ୟା ୨୪ରେ ପହଞ୍ଚିଛି। ସୂଚନାଯୋଗ୍ୟ ଯେ, ଦୁଇଦିନ ପୂର୍ବରୁ ଭୁବନେଶ୍ୱର ଓ କଟକରେ ସ୍ୱାଇନ୍‌ ଫ୍ଲୁରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିଲା।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos