ନୂଆପଡ଼ାରେ ଝାଡ଼ାବାନ୍ତି ଆତଙ୍କ; ଜଣେ ମୃତ, ୨୦ରୁ ଅଧିକ ଅସୁସ୍ଥ

ନୂଆପଡ଼ା(ଓଡ଼ିଶା ରିପୋର୍ଟର): ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ ଜଟଗଡ ଗାଁରେ ଝାଡାବାନ୍ତି ଆତଙ୍କ ଦେଖିବାକୁ ମିଳିଛି। ଝାଡାବାନ୍ତିରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ଘଟିଥିବା ବେଳେ ୨୦ରୁ ଅଧିକ ଜଣ ଅସୁସ୍ଥ ହୋଇଛନ୍ତି। ସେମାନଙ୍କୁ ତରବୋଡ ମେଡିକାଲ ଓ ନୂଆପଡ଼ା ଜିଲ୍ଲା ମେଡିକାଲରେ ଭର୍ତ୍ତି କରା ଯାଇଛି। ମୃତ ବ୍ୟକ୍ତି ଜଣଙ୍କ ହେଲେ ଲାଲଦେଈ ହଂସ। ଚିକିତ୍ସାଧୀନ ଅବସ୍ଥା ତାଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି। ଗ୍ରାମବାସୀମାନେ ନଳକୂପ ପାଣି ପିଇବା ଦ୍ୱାରା ଝାଡ଼ାବାନ୍ତି ବ୍ୟାପୁଥିବା ଜଣାଯାଇଛି। ଗତ […]

nuapada

nuapada

Tapaswini Nayak
  • Published: Tuesday, 26 July 2022
  • Updated: 26 July 2022, 01:59 PM IST

Sports

Latest News

ନୂଆପଡ଼ା(ଓଡ଼ିଶା ରିପୋର୍ଟର): ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ ଜଟଗଡ ଗାଁରେ ଝାଡାବାନ୍ତି ଆତଙ୍କ ଦେଖିବାକୁ ମିଳିଛି। ଝାଡାବାନ୍ତିରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ଘଟିଥିବା ବେଳେ ୨୦ରୁ ଅଧିକ ଜଣ ଅସୁସ୍ଥ ହୋଇଛନ୍ତି। ସେମାନଙ୍କୁ ତରବୋଡ ମେଡିକାଲ ଓ ନୂଆପଡ଼ା ଜିଲ୍ଲା ମେଡିକାଲରେ ଭର୍ତ୍ତି କରା ଯାଇଛି।

ମୃତ ବ୍ୟକ୍ତି ଜଣଙ୍କ ହେଲେ ଲାଲଦେଈ ହଂସ। ଚିକିତ୍ସାଧୀନ ଅବସ୍ଥା ତାଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି। ଗ୍ରାମବାସୀମାନେ ନଳକୂପ ପାଣି ପିଇବା ଦ୍ୱାରା ଝାଡ଼ାବାନ୍ତି ବ୍ୟାପୁଥିବା ଜଣାଯାଇଛି। ଗତ ରାତିରେ ମେଡିକାଲ ଟିମ୍‌ ଗାଁରେ ପହଞ୍ଚି ଗ୍ରାମବାସୀଙ୍କ ଚିକିତ୍ସା ଜାରି ରଖିଛନ୍ତି। ଜଟଗଡ଼ ଗାଁରେ ୨୦ରୁ ଊର୍ଦ୍ଧ୍ୱ ପରିବାର ବସବାସ କରନ୍ତି।

ସୂଚନାଯୋଗ୍ୟ, ରାୟଗଡ଼ା ଜିଲ୍ଲା କାଶୀପୁର, କୋରାପୁଟର ଦଶମନ୍ତପୁର ଏବଂ ସୋନପୁର ଜିଲ୍ଲା ତରଭା ବ୍ଲକ ଅନ୍ତର୍ଗତ ସୁର୍ଜିମୁଣ୍ଡା ଗାଁରେ ଝଡ଼ାବାନ୍ତି  ବ୍ୟାପିବାରେ ଲାଗିଛି।

କାଶୀପୁରରେ ଝାଡ଼ାବାନ୍ତିରେ ୯ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ  ସୋନପୁର ଜିଲ୍ଲା ତରଭା ବ୍ଲକ ଅନ୍ତର୍ଗତ ସୁର୍ଜିମୁଣ୍ଡା ଗାଁରେ ଝାଡ଼ାବାନ୍ତିରେ ୫୦ରୁ ଅଧିକ ଅସୁସ୍ଥ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos