ଦୀପାବଳିରେ ଫୁଟିଲା ଗୁଳି, ଜଣେ ମୃତ

ପୁରୀ(ଓଡ଼ିଶା ରିପୋର୍ଟର): ପୁରୀ ଜିଲ୍ଲା  ଚନ୍ଦନପୁର ଥାନା ଅନ୍ତର୍ଗତ ଥେଣ୍ଟପୁର ଗାଁ ଭାର୍ଗବୀ ସ୍କୁଲ ନିକଟରେ  ଗୁଳିମାଡ଼ ହୋଇଛି।  ଏଥିରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି।  ମୃତ ବ୍ୟକ୍ତି ଜଣଙ୍କ ହେଲେ ଶଙ୍କର ବେହେରା। ଆହତ ନିଲୁ ବରାଳଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଗତକାଲି ରାତି ପ୍ରାୟ ୧୧ଟା ସମୟରେ  ନିଲୁ ଓ ଶଙ୍କର ଭାର୍ଗବୀ ସ୍କୁଲ ନିକଟରେ ବାଣ ଫୁଟାଉଥିଲେ। ଏହି ସମୟରେ ୨ଜଣ ଦୁର୍ବୃତ୍ତ ବାଇକ୍‌ରେ ଆସି  ନିଲୁ ଓ ଶଙ୍କରଙ୍କ ଉପରେ ଗୁଳିମାଡ଼ କରିଥିଲେ। ଗୁଳିଟି ନିଲୁଙ୍କ ଗୋଡ଼ରେ ବାଜିଥିଲା।  ଘଟଣାସ୍ଥଳରୁ ସେ ଦୌଡ଼ି ପଳାଇଥିଲେ।  ହେଲେ ଶଙ୍କର ଯାଇପାରି ନଥିଲେ। ଗୁଳିଟି ଶଙ୍କରଙ୍କ ପେଟ ଓ ମୁଣ୍ଡରେ ବାଜିଥିଲା।  ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା।

ପୂର୍ବ ଶତ୍ରୁତାରୁ ଏହି ଗୁଳି କାଣ୍ଡ ହୋଇଥିବା ସୂଚନା ମିଳିଛି। ପୁଲିସ ଘଟଣାର ତଦନ୍ତ କରୁଛି। ପୁଲିସ ଏପର୍ଯ୍ୟନ୍ତ କାହାକୁ ଗିରଫ କରି ନାହିଁ।

 

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।