ଏଣିକି ଓ୍ୱାନ୍ ନେସନ ଓ୍ୱାନ୍‌ ରାସନ କାର୍ଡ ବ୍ୟବସ୍ଥା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଏଣିକି ଯେକୌଣସି ସ୍ଥାନରୁ ପିଡିଏସ୍ ସାମଗ୍ରୀ ଉଠାଇ ପାରିବେ ହିତାଧିକାରୀ। ଖାଦ୍ୟ ସୁରକ୍ଷା ଯୋଜନାରେ ହିତାଧିକାରୀ ଏହି ସାମଗ୍ରୀ ଉଠାଇ ପାରିବେ।

ଦେଶରେ ଓ୍ୱାନ ନେସନ ଓ୍ୱାନ ରାସନ କାର୍ଡ ବ୍ୟବସ୍ଥା ଲାଗୁ ହେବାକୁ ଯାଉଥିବା ବେଳେ ରାଜ୍ୟରେ ମଧ୍ୟ ଏହା ଲାଗୁ ହେବ। ସେପ୍ଟେମ୍ବର ୧ତାରିଖରୁ ପାଇଲଟ ପ୍ରୋଜେକ୍ଟ ଭାବେ ଭୁବନେଶ୍ୱର ମହାନଗର ନିଗମରୁ ଏହା ଆରମ୍ଭ କରାଯିବ। ଏହା ପରେ ପରବର୍ତ୍ତୀ ସମୟରେ ସବୁ ସ୍ଥାନରେ ଏହା ଲାଗୁ କରାଯିବ।  ଖାଦ୍ୟ ସୁରକ୍ଷା ଯୋଜନାରେ ଏହି ସାମଗ୍ରୀ ମିଳିବା ନେଇ ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ।

ସୂଚନା ଯୋଗ୍ୟ ଯେ, କେନ୍ଦ୍ର ପକ୍ଷରୁ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜା କାର୍ଯ୍ୟକାରୀ କରାଯାଇଥିବା ବେଳେ ଓଡ଼ିଶା ସରକାର ନିଜସ୍ୱ ତଥା ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ପ୍ରଣୟନ କରିଥିଲେ।