୧୧ କେଭି ବିଦ୍ୟୁତ୍‌ ତାରରେ ଲାଗିଗଲା ଲୁହା ରଡ୍‌

ଭଦ୍ରକ (ପାର୍ଥ ସାରଥି ନାୟକ): ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ୍ କୋରକଦା ଠାରେ ଗେଙ୍ଗୁଟି ନଦୀରେ ପୋଲ ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତ ବ୍ୟକ୍ତି ଜଣଙ୍କ ହେଲେ ଗୁଡୁପୋଖରୀ ଅଞ୍ଚଳର ରାଜା ସହା। ତାଙ୍କୁ ୨୧ ବର୍ଷ ହୋଇଥିଲା।

ପୋଲ ନିର୍ମାଣ କାମ ଚାଲିଥିବା ବେଳେ ଶ୍ରମିକ ମାନେ ଲୁହା ରଡ୍‌ ଉଠାଉଥିଲେ। ଏହି ସମୟରେ ପୋଲ ଉପର ଦେଇ ଯାଇଥିବା ୧୧କେଭି ତାରରେ ଏକ ଲୁହା ରଡ୍ ଲାଗି ଯାଇଥିଲା। ଫଳରେ ଏହି ଦୁଇ ଶ୍ରମକି ବିଦ୍ୟୁତ୍ ସଂସ୍ପର୍ଶରେ ଆସିଯାଇଥିଲେ। ସେମାନଙ୍କୁ ଉଦ୍ଧାର କରାଯାଇ ଧାମନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ରାଜାଙ୍କର ମୃତ୍ୟୁ ଘଟିଥିଲା। ଅନ୍ୟ ଶ୍ରମିକଙ୍କୁ ଭଦ୍ରକ ଜିଲ୍ଲା ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।