ରାୟଗଡ଼ା ଓ କଳାହାଣ୍ଡିରେ ପ୍ରବଳ ବର୍ଷା: ଗୋଟିଏ ଟ୍ରେନ୍ ବାତିଲ, ୫ଟିର ଗତିପଥ ବଦଳିଲା

ଭୁବନେଶ୍ୱର: ରାୟଗଡ଼ା ଓ କଳାହାଣ୍ଡି ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁଁ ରେଳ ଚଳାଚଳ ପ୍ରଭାବିତ ହୋଇଛି। ଟିଟିଲାଗଡ଼- ରାୟଗଡ଼ା ସେକ୍ସନ ମଧ୍ୟସ୍ଥ ରେଳ ପୋଲ ଭାସି ଯାଇଛି। ତେଣୁ ଦୁର୍ଗ-ଜଗଦଲପୁର ପାସେଞ୍ଜର ଟ୍ରେନ୍ ବାତିଲ କରାଯାଇଛି। ସେହିପରି ଜଗଦଲପୁର-ହାୱଡା ସମଲେଶ୍ୱରୀ ଏକ୍ସପ୍ରେସ ସହ କିଛି ଟ୍ରେନର ଗତିପଥ ମଧ୍ୟ ପରିବର୍ତ୍ତନ କରାଯାଇଛି।

ଗତିପଥ ପରିବର୍ତ୍ତନ କରାଯାଇଥିବା ଅନ୍ୟ ଟ୍ରେନ ମଧ୍ୟରେ ରହିଛି ବିଶାଖାପଟଣା-ଏଲଟିଟି ଏକ୍ସପ୍ରେସ,  ନାନ୍ଦେଦ-ସମ୍ବଲପୁର ଏକ୍ସପ୍ରେସ, ବିଜୟୱାଡା-ରାୟଗଡ଼ା ପ୍ୟାସେଞ୍ଜର ଏବଂ ନିଜାମୁଦ୍ଦିନ-ବିଶାଖାପାଟଣା ସମତା ଏକ୍ସପ୍ରେସ।