ବିକି ଥିଲେ ୩ ରୁ୫ ଟଙ୍କାରେ, କିଣୁଛନ୍ତି ୮୦ ଟଙ୍କାରେ

ଜୟପୁର(ଓଡ଼ିଶା ରିପୋର୍ଟର) ବିକି ଥିଲେ ୩ରୁ ୫ ଟଙ୍କା ଭିତରେ। କିଣୁଛନ୍ତି ୮୦ ଟଙ୍କାରେ। ଏବେ ରାଜ୍ୟରେ ଏଭଳି ସ୍ଥିତି ଉପୁଜିଛି। ପିଆଜ ଚାଷୀଙ୍କର ସଂରକ୍ଷଣ ଭିତ୍ତିଭୂମିର ଅଭାବ ଯୋଗୁଁ ପିଆଜ ଚାଷୀ ଫି ବର୍ଷ ଏମିତି ଦୁର୍ଦ୍ଦଶା ଭୋଗୁଛନ୍ତି । ହେଲେ ସମାଧାନର ରାସ୍ତା ବାହାରୁନାହିଁ । ଓଲଟା ଯେଉଁ କିଛି ଚାଷୀ ନିଜସ୍ୱ ଉଦ୍ୟମରେ ପିଆଜ ଚାଷ କରିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି। ସେମାନଙ୍କୁ ବି ନାନା ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି। ଟିଟିଲାଗଡ଼ର […]

onion

onion

Tapas Behera
  • Published: Thursday, 29 October 2020
  • Updated: 29 October 2020, 09:00 PM IST

Sports

Latest News

ଜୟପୁର(ଓଡ଼ିଶା ରିପୋର୍ଟର) ବିକି ଥିଲେ ୩ରୁ ୫ ଟଙ୍କା ଭିତରେ। କିଣୁଛନ୍ତି ୮୦ ଟଙ୍କାରେ। ଏବେ ରାଜ୍ୟରେ ଏଭଳି ସ୍ଥିତି ଉପୁଜିଛି। ପିଆଜ ଚାଷୀଙ୍କର ସଂରକ୍ଷଣ ଭିତ୍ତିଭୂମିର ଅଭାବ ଯୋଗୁଁ ପିଆଜ ଚାଷୀ ଫି ବର୍ଷ ଏମିତି ଦୁର୍ଦ୍ଦଶା ଭୋଗୁଛନ୍ତି । ହେଲେ ସମାଧାନର ରାସ୍ତା ବାହାରୁନାହିଁ । ଓଲଟା ଯେଉଁ କିଛି ଚାଷୀ ନିଜସ୍ୱ ଉଦ୍ୟମରେ ପିଆଜ ଚାଷ କରିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି। ସେମାନଙ୍କୁ ବି ନାନା ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି।

ଟିଟିଲାଗଡ଼ର ପିଆଜ ଚାଷୀ ସଦାନନ୍ଦ। କିଛି ମାସ ତଳେ ତିନିରୁ ୫ ଟଙ୍କାରେ ବିକିଥିଲେ ପିଆଜ । ହେଲେ ଏବେ ବଜାରରେ ପିଆଜ ଦର ହୋସ୍ ଉଡ଼ାଇ ଦେଉଛି । କେତେବେଳେ ୭୦ରେ ତ କେତେବେଳେ ୮୦ ଟଙ୍କାରେ କିଣୁଛନ୍ତି । ଉତ୍ପାଦନ ବେଳେ ଶାଗମାଛ ଦରରେ ପିଆଜ ବିକିବାକୁ ବାଧ୍ୟ ହୋଇଥିଲେ ସଦାନନ୍ଦ। କାରଣ ଫସଲ ସଂରକ୍ଷଣ ପାଇଁ ଉପଯୁକ୍ତ ବ୍ୟବସ୍ଥାର ଅଭାବ ରହିଛି। ଶୀତଳ ଭଣ୍ଡାର ନଥିବାରୁ  ଅନ୍ୟ ରାଜ୍ୟର ବେପାରୀଙ୍କୁ ଅତି ଶସ୍ତାରେ ଟେକି ଦେଇଥିଲେ ପିଆଜ । ଅନେକ ଦାବି ପରେ ନିକଟସ୍ଥ କୁମୁଡ଼ିପଦର ନିକଟରେ ୫ ବର୍ଷ ପୂର୍ବେ ମଲ୍ଟି ପରପଜ୍ ପ୍ୟାକ୍ ହାଉସ୍ ନିର୍ମାଣ ହୋଇଥିଲା। ହେଲେ ରକ୍ଷଣାବେକ୍ଷଣ ଅଭାବରୁ ଏହା ବନ୍ଦ ହୋଇପଡ଼ିଛି । କେବଳ ଏବର୍ଷ ନୁହେଁ ପ୍ରତିବର୍ଷ ସମାନ ସମସ୍ୟା, ସମାନ ଅବସ୍ଥା ।

ଗୋଟେପଟେ ରକ୍ଷଣାବେକ୍ଷଣର ଅଭାବ ତ ଅନ୍ୟପଟେ ଚାଷୀଙ୍କୁ ମିଳୁନି ପିଆଜ ବିହନ। ଏହାର ପ୍ରତିବାଦରେ କୋରାପୁଟ ଜୟପୁରସ୍ଥିତ ସହକାରୀ ଉଦ୍ୟାନ ବିଭାଗ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟକୁ ଘେରିଛନ୍ତି ଚାଷୀ। ବିହନ ମିଳୁନଥିବାରୁ ବାରମ୍ବାର ବିଭାଗୀୟ ଅଧିକାରଙ୍କ ପାଖକୁ ଦୌଡ଼ି ନୟାନ୍ତ ହେବା ପରେ ଶେଷରେ ଉପାୟ ଶୂନ୍ୟ ହୋଇ ଚାଷୀ ବିକ୍ଷୋଭ କରିଛି। ଶୀତଳଭଣ୍ଡାର ନଥିବାରୁ ଖୁବ୍ କମ୍ ଦାମ୍‌ରେ ପିଆଜ ବିକ୍ରି କରିଛନ୍ତି ଚାଷୀ । ସେପଟେ ଦଶହରା ଛୁଟି ଯୋଗଁ ଚାଷୀଙ୍କୁ ବିହନ ମିଳିପାରିନଥିବା କହିଛନ୍ତି ସହକାରୀ ଉଦ୍ୟାନ ନିର୍ଦ୍ଦେଶକ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos