ପିଆଜ ଅଭାବୀ ବିକ୍ରି ପ୍ରସଙ୍ଗ: ସ୍ଥିତି ପରଖିବେ ୩ ଅଫିସର

ଭୁବନେଶ୍ୱର: ପିଆଜ ଅଭାବୀ ବିକ୍ରି ପାଇଁ କାରଣ କ’ଣ ? ଏହା ଜାଣିବାକୁ ସରକାର ବଲାଙ୍ଗିର ଓ କଳାହାଣ୍ଡି ଜିଲ୍ଲାରେ ସ୍ଥିତି ପରଖିବେ। ଏଥିପାଇଁ ୩ ଜଣ ଅଫିସରଙ୍କୁ ଦାୟିତ୍ୱ ଦିଆଯାଇଛି। ଆଜି ପିଆଜ ଅଭାବୀ ବିକ୍ରି ନେଇ ସଚିବାଳୟରେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ବୈଠକ ପରେ ଏନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି,“ସ୍ଥିତିର ସରଜମିନ ତଦନ୍ତ ପାଇଁ ମାର୍କଫେଡ୍, ଯୋଗାଣ, ଉଦ୍ୟାନ କୃଷିର […]

assembly

assembly

Rakesh Mallick
  • Published: Wednesday, 24 May 2017
  • Updated: 24 May 2017, 04:51 PM IST

ଭୁବନେଶ୍ୱର: ପିଆଜ ଅଭାବୀ ବିକ୍ରି ପାଇଁ କାରଣ କ’ଣ ? ଏହା ଜାଣିବାକୁ ସରକାର ବଲାଙ୍ଗିର ଓ କଳାହାଣ୍ଡି ଜିଲ୍ଲାରେ ସ୍ଥିତି ପରଖିବେ। ଏଥିପାଇଁ ୩ ଜଣ ଅଫିସରଙ୍କୁ ଦାୟିତ୍ୱ ଦିଆଯାଇଛି। ଆଜି ପିଆଜ ଅଭାବୀ ବିକ୍ରି ନେଇ ସଚିବାଳୟରେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ବୈଠକ ପରେ ଏନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର ସୂଚନା ଦେଇଛନ୍ତି।

ମନ୍ତ୍ରୀ କହିଛନ୍ତି,“ସ୍ଥିତିର ସରଜମିନ ତଦନ୍ତ ପାଇଁ ମାର୍କଫେଡ୍, ଯୋଗାଣ, ଉଦ୍ୟାନ କୃଷିର ୩ ଅଫିସର ବଲାଙ୍ଗିର ଓ କଳାହାଣ୍ଡି ଜିଲ୍ଲାକୁ ଯିବେ। ଏମାନେ ୨୭ ତାରିଖରେ ସରକାରଙ୍କୁ ରିପୋର୍ଟ ଦେବେ। ରିପୋର୍ଟ ମିଳିବା ପରେ ଆବଶ୍ୟକ ପଦକ୍ଷେପ ନିଆଯିବ। ଅଭାବୀ ବିକ୍ରି ନେଇ କେନ୍ଦ୍ରକୁ ମଧ୍ୟ ଚିଠି ଦିଆଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos