ଅନ୍‌ଲାଇନ୍‌ରେ ଠକୁଥିଲା, ରାଉରକେଲାରୁ ଧରା ପଡ଼ିଲା

ରାଉରକେଲା(ଓଡ଼ିଶା ରିପୋର୍ଟର): ଅନ୍‌ଲାଇନ୍‌ରେ ହେଉଥିଲା ଠକେଇ। ଏହି ଚେର ଓଡ଼ିଶାରୁ ଦକ୍ଷିଣଭାରତର ବଡ଼ ବଡ଼ ସହରକୁ ଲମ୍ୱିଥିଲା। ବାଙ୍ଗାଲୋର ପୋଲିସଠାରୁ ଜାଣିବାକୁ ପାଇ ରାଉରକେଲା ପୋଲିସ ଆଜି ଝିରିପାଣି ଥାନା ଅଞ୍ଚଳରୁ ଜଣକୁ ଗିରଫ କରିଛି। ଏପରିକି ତାହାର ବିଭିନ୍ନ ଆକାଉଣ୍ଟରୁ ୯ ଲକ୍ଷରୁ ଅଧିକ ଟଙ୍କା ଠାବ କରାଯାଇଛି। ତେବେ ଏହି ଗ୍ୟାଙ୍ଗରେ କେତେ ଜଣ ସଦସ୍ୟ ଅଛନ୍ତି, ତାହା ଜଣାପଡ଼ି ନାହିଁ। ପ୍ରତି ଦିନ ଦେଶର ବିଭିନ୍ନ ସହରରେ ଅନ୍‌ ଲାଇନରେ ଲକ୍ଷ ଲକ୍ଷ […]

online frude link in odisha

online frude link in odisha

Rakesh Mallick
  • Published: Sunday, 25 February 2018
  • Updated: 25 February 2018, 05:40 PM IST

Sports

Latest News

ରାଉରକେଲା(ଓଡ଼ିଶା ରିପୋର୍ଟର): ଅନ୍‌ଲାଇନ୍‌ରେ ହେଉଥିଲା ଠକେଇ। ଏହି ଚେର ଓଡ଼ିଶାରୁ ଦକ୍ଷିଣଭାରତର ବଡ଼ ବଡ଼ ସହରକୁ ଲମ୍ୱିଥିଲା। ବାଙ୍ଗାଲୋର ପୋଲିସଠାରୁ ଜାଣିବାକୁ ପାଇ ରାଉରକେଲା ପୋଲିସ ଆଜି ଝିରିପାଣି ଥାନା ଅଞ୍ଚଳରୁ ଜଣକୁ ଗିରଫ କରିଛି। ଏପରିକି ତାହାର ବିଭିନ୍ନ ଆକାଉଣ୍ଟରୁ ୯ ଲକ୍ଷରୁ ଅଧିକ ଟଙ୍କା ଠାବ କରାଯାଇଛି। ତେବେ ଏହି ଗ୍ୟାଙ୍ଗରେ କେତେ ଜଣ ସଦସ୍ୟ ଅଛନ୍ତି, ତାହା ଜଣାପଡ଼ି ନାହିଁ।

ପ୍ରତି ଦିନ ଦେଶର ବିଭିନ୍ନ ସହରରେ ଅନ୍‌ ଲାଇନରେ ଲକ୍ଷ ଲକ୍ଷ ଟଙ୍କା ଠକେଇ ହେଉଛି। ଏହି ଗ୍ୟାଙ୍ଗର କିଙ୍ଗପିନକୁ ଆଜି ରାଉରକେଲା ପୋଲିସ ଗିରଫ କରିଛି। ଏହି ଗ୍ୟାଙ୍ଗର ଚେର ବଙ୍ଗାଲୋର, ଚେନ୍ନାଇ ସହ ଅନ୍ୟ ଦକ୍ଷିଣ ଭାରତର ସହରକୁ ଲମ୍ୱିଛି। ଲଟେରୀ କିମ୍ବା ଅନ୍‌ ଲାଇନ ମାର୍କେଟିଂ ଆଦି ମାଧ୍ୟମରେ ଏହି ଗ୍ୟାଙ୍ଗ ଲକ୍ଷ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି। ଏନେଇ ବଙ୍ଗାଲୋର ପୋଲିସଠାରୁ ଖବର ପାଇ ରାଉରକେଲା ପୋଲିସ ଝିରିପାଣି ଥାନା ଅନ୍ତର୍ଗତ ଜଗଦା ଅଞ୍ଚଳର ଚେତନ ଶର୍ମାଙ୍କୁ ଗିରଫ କରିଛି। ଏହାଛଡ଼ା ଚେତନର ୯ ଟି ବ୍ୟାଙ୍କ ଆକାଉଣ୍ଟରୁ ୧୭ ଲକ୍ଷ ଟଙ୍କା ଠାବ କରାଯାଇଛି। ଏନେଇ ରାଉରକେଲା ପୋଲିସ ବାଙ୍ଗାଲୋର ପୋଲିସକୁ ଖବର ଦେଇଛି। ରବିବାର ରାତିରେ ବଙ୍ଗାଲୋରରୁ ପୋଲିସ ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos